ମାଟିଲଗ୍ନା ସାହିତ୍ୟ ସଂସଦ ପକ୍ଷରୁ ବରିଷ୍ଠ ନାଗରିକ ସମ୍ମାନ ସମାରୋହ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ସ୍ଥିତ ବ୍ରଜମୋହନ ଉଚ୍ଚ ବିଦ୍ୟାଳୟଠାରେ ମାଟିଲଗ୍ନା ସାହିତ୍ଯ ସଂସଦ ପକ୍ଷରୁ ବରିଷ୍ଠ ନାଗରିକ ସମ୍ମାନ ସମାରୋହ ସହ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପ୍ରଥମ ଅଧିବେଶନରେ ମୁଖ୍ଯ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ସମ୍ମାନିତ ଅତିଥି ଭାବେ ଭବାନୀପାଟଣା ପୌର ପାଳିକା ଅଧ୍ୟକ୍ଷା ସଂଯୁକ୍ତା ବେହେରା, ଭବାନୀପାଟଣା ଜିଲ୍ଲା କାରାଗାର ପ୍ରାକ୍ତନ ଅଧିକ୍ଷକ ସୁନୀଲ କୁମାର ପାତ୍ର, ବ୍ରଜମୋହନ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଷଷ୍ଠୀ ଝାଙ୍କର, କେସିଙ୍ଗା ଉପଖଣ୍ଡ ପୋଲିସ ଅଧିକାରୀ ଚନ୍ଦ୍ର ଶେଖର ଶବର ପ୍ରମୁଖ ମଞ୍ଚାସୀନ ଥିଲେ। ଦ୍ବିତୀୟ ଅଧିବେଶନରେ ବିଶିଷ୍ଟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିବାର ଅଦାଲତର ବିଚାରପତି ମାନନୀୟ ଲଳିତ କୁମାର ଦାଶ ଏବଂ ମୁଖ୍ଯ ବକ୍ତା ଭାବେ ସ୍ବାମୀ ପରମାନନ୍ଦ ସରସ୍ବତୀ ଉପସ୍ଥିତ ରହି ବରିଷ୍ଠ ନାଗରିକମାନଙ୍କ ଭୂମିକା, ଦାୟିତ୍ବ, କର୍ତ୍ତବ୍ଯ ସମ୍ବନ୍ଧରେ ଆଲୋକପାତ କରିଥିଲେ। ମାଟିଲଗ୍ନା ସାହିତ୍ଯ ସଂସଦର ସଭାପତି କିଶୋର ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସମୀର କୁମାର ମହାପାତ୍ର ସ୍ବାଗତ ଭାଷଣ ଓ କିଶୋର ଚନ୍ଦ୍ର ତ୍ରିପାଠୀ ପରିଚୟ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିଲେ। ବରିଷ୍ଠ ନାଗରିକମାନଙ୍କ ତରଫରୁ ଡ. ଅଶୋକ କୁମାର ମୁଣ୍ଡ, ମଳୟ କୁମାର ମୁଣ୍ଡ, ଭାରତ ଭୂଷଣ ଚଲାନ ଏବଂ ମାଟିଲଗ୍ନା ସାହିତ୍ଯ ସଂସଦର କର୍ମକର୍ତ୍ତା ଗୋଦାବରୀଶ ଦାଶ, ଜୟନ୍ତ ମହାଲିକ, ସଂଜୀବ ମୁଣ୍ଡ, ନରସିଂହ ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରାରମ୍ଭରେ ଅତିଥି ଓ ବରିଷ୍ଠ ନାଗରିକମାନଙ୍କ ଦ୍ବାରା ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ୧୫୦ରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକମାନଙ୍କୁ ମାନପତ୍ର ଓ ଉପଢୌକନ ସହ ସମ୍ବର୍ଦ୍ଧିତ କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.