ପାଣି ଘେରରେ ଡୁମାଲପଡ଼ା ପ୍ରାଥମିକ ବିଦ୍ୟାଳୟ: ଦୟନୀୟ ଅବସ୍ଥାରେ ଚାଲିଛି ପାଠପଢା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ମାଣ୍ଡେଲ ଗ୍ରାମ ପଂଚାୟତର ଡୁମାଲପଡା ପ୍ରାଥମିକ ବିଦ୍ୟାଳୟ ଭିତରେ ପାଣି ପଶିଯିବା ଫଳରେ ଛାତ୍ର ଛାତ୍ରୀମାନଙ୍କ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଛି । ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ରହିଥିବା ବେଳେ ୬୭ ଜଣ ଛାତ୍ର ଛାତ୍ରୀ ପଠା ପଢୁଛନ୍ତି । ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟତ୍ରୀ ରହି ପାଠ ପଢ଼ାଉଛନ୍ତି । ପୁଜିପଦର ଗ୍ରାମର ଆରମ୍ଭ ମୁଣ୍ଡରେ ରାସ୍ତା କଡରେ ରହିଥିବା ଏହି ପ୍ରାଥମିକ ବିଦ୍ୟାଳୟର ଦୁଇ ପାର୍ଶ୍ଵ ଓ ପଛ ପାଖରେ ଧାନ ବିଲ ରହିଛି । ଧାନ ବିଲରୁ ସ୍କୁଲ ପାର୍ଶ୍ଵ ବାଡ ଦେଇ ବିଦ୍ୟାଳୟ ଭିତରକୁ ଅନବରତ ପାଣି ପଶିବା ଫଳରେ ବିଦ୍ୟାଳୟ ଶ୍ରେଣୀ ଗୁଡିକ ଓ ରୋଷେଇଘର ଚାରି ପାଖରେ ବନ୍ଧ ଭଳି ପାଣି ଜମି ରହୁଛି । ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀମାନେ ସେହି ଅପରିଷ୍କାର ପାଣିଦେଇ ବାରମ୍ବାର ଯିବା ଆସିବା କରୁଥିବା ବେଳେ ଶ୍ରେଣୀ କୋଠରୀ ଭିତରେ ପାଣି କାଦୁଅ ପଚ ପଚ ହେଉଥିବା ଦୃଶ୍ୟମାନ ହେଉଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହା ଆଜିକାର ସମସ୍ୟା ନୁହଁ । ଗତ ବର୍ଷରୁ ବର୍ଷା ହେଲେ ଡୁମାଲପଡା ପ୍ରାଥମିକ ବିଦ୍ୟାଳୟରେ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଉଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସ୍ବର୍ଣ୍ଣାଲତା କଅଁର ପ୍ରକାଶ କରିଛନ୍ତି । ଏହି ବିଦ୍ୟାଳୟରେ ଭଲ ପାଠପଢା ହେତୁ ଜିଲ୍ଲାରେ ସ୍କୁଲଟି ସୁନାମ ଅର୍ଜନ କରି ପାରିଛି । ହେଲେ ବର୍ଷା ହେଲେ ବିଦ୍ୟାଳୟ ପାଣି ଘେରରେ ରହୁଥିବା ହେତୁ ବିଦ୍ୟାଳୟର ପରିସ୍ଥିତି ଦୟନୀୟ ହୋଇପଡିବା ସହ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ଯୋଗୁଁ ମଇଳା ଆବର୍ଜନା ଅସନା ପାଣି ରେ ଛାତ୍ର ଛାତ୍ରୀ ଯିବା ଆସିବା କରୁଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ବିପଦ ରହିଥିବା କଥା ପ୍ରଧାନ ଶିକ୍ଷୟିତ୍ରୀ ପ୍ରକାଶ କରିଛନ୍ତି ।

Udyog Nursery
Udyogi Nursery

ଅନ୍ୟପକ୍ଷେ ରୋଷେଇ ଘର ଛାତରୁ ପାଣି ଝରୁଥିବା ବେଳେ ରଷେଇ ଘରେ ମଧ୍ୟ ପାଣି ପଶୁଥିବାରୁ କାଠ ଚୁଲିରେ ରୋଷେଇ କରି ହେଉନି । ବଡ କଷ୍ଟରେ ଗ୍ଯାସ ଚୁଲାରେ ରାନ୍ଧିବାକୁ ପଡୁଛି । ରୋଷେଇ ଘରେ ପାଣି ପଶୁଥିବାରୁ ଛାତ୍ର ଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରାନ୍ଧିବାରେ ଅନେକ ସମସ୍ୟା ଦେଖା ଦେଉଥିବା କହିଛନ୍ତି ରୋଷେଇୟା । ଏଣୁ ଡୁମାଲପଡା ପ୍ରାଥମିକ ବିଦ୍ୟାଳୟର ଏହି ଜଳମଗ୍ନ ସମସ୍ୟାର ତୁରନ୍ତ ସମାଧାନ କରାଯାଉ ବୋଲି ବିଦ୍ୟାଳୟ ପରିଚାଳନା ସମିତି ଓ ଅଭିଭାବକ ମହଲରୁ ଦାବୀ ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.