ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା କଳାହାଣ୍ଡିର ୩ ଛାତ୍ରଛାତ୍ରୀଙ୍କୁ ସ୍ୱାଧୀନତା ଦିବସରେ କରାଯିବ ସମ୍ବର୍ଦ୍ଧିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ସ୍ଥିତ ଲାଲ ବାହାଦୁର ଷ୍ଟାଡିୟମଠାରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ହେବାକୁ ଥିବା ଜିଲ୍ଲା ସ୍ତରୀୟ ୭୬ତମ ସ୍ୱାଧୀନତା ଦିବସ ସମାରୋହ ଅବସରରେ ତିନିଟି ପାଠ୍ୟକ୍ରମରେ ଦଶମ ପରୀକ୍ଷାରେ ଜିଲ୍ଲାର ସର୍ବୋଚ୍ଚ ନମ୍ବର ରଖିଥିବା ତିନିଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବ। କଳାହାଣ୍ଡି ପେଷାଦାର ସାମ୍ବାଦିକ ସଂଘ ପକ୍ଷରୁ ବିଗତ କିଛିବର୍ଷ ହେଲା ଜିଲ୍ଲାର ମାଟ୍ରିକ ଟପ୍ପର ମାନଙ୍କୁ ସମ୍ବର୍ଦ୍ଧିତ କରିବା ନିମନ୍ତେ ଜିଲ୍ଲା ପ୍ରଶାସନକୁ ଆବଶ୍ୟକୀୟ ଟ୍ରଫି, ମାନପତ୍ର ଓ ପୁରସ୍କାର ଯୋଗାଇ ଦିଆଯାଉଛି। ଚଳିତ ବର୍ଷ ଓଡିଶା ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷାରେ ୯୭.୫ ଶତକଡା ମାର୍କ ରଖିଥିବା ସହିଦ ରେଣ୍ଡୋ ମାଝୀ ଉଚ୍ଚ ଵିଦ୍ୟାପୀଠ ଉର୍ଲାଦାନୀର ବୈଜୟନ୍ତି ମିଶ୍ର, ସିବିଏସସି ପାଠ୍ୟକ୍ରମ ଦଶମ ପରୀକ୍ଷାରେ ୯୯.୬ ଶତକଡା ମାର୍କ ରଖିଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ଭାବଣିପାଟଣାର ଛାତ୍ରୀ ସୁଧନ୍ୟା ପତି ଓ ଆଇସିଏସଇ ପାଠ୍ୟକ୍ରମ ରେ ୯୭.୬ ଶତକଡା ମାର୍କ ରଖି ଜିଲ୍ଲାର ଟପ୍ପର ହୋଇଥିବା ବିମଳା କନଭେଣ୍ଟର ଛାତ୍ର ଔରଜିତ ମିଶ୍ରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି କଳାହାଣ୍ଡି ପେଷାଦାର ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ରଜନୀକାନ୍ତ ମିଶ୍ର ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.