ରେଙ୍ଗାଲପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷଣ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଅନ୍ତର୍ଗତ ରେଙ୍ଗାଲପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପୋଷଣ ଦିବସ ପାଳିତ ହୋଇଯାଇଛି । ଏହି କ୍ରମରେ ପୂର୍ବତନ ଜୟପାଟଣା ବ୍ଳକ ଅଧ୍ୟକ୍ଷ ବ୍ରଜେନ୍ଦ୍ର କୁମାର ପଟ୍ଟଯୋଷୀ ମୁଖ୍ୟ ଅତିଥି ଭାବେ ଯୋଗ ଶୁଭ ଉଦଘାଟନ କରିଥିଲେ ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଜୟପାଟଣା ବ୍ଳକ ଉପାଧ୍ୟକ୍ଷା ଜାନକୀ ବାଣୁଆ ଯୋଗ ଦେଇଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ରୁକ୍ମିଣୀ ପୁଝାରୀ, ଚନ୍ଦ୍ରିକା ପୁଝାରୀ, ରୋହିଣୀ ପ୍ରଧାନୀ, ଶୁଶିଲ ସାହୁ ଭଗବାନ ଦିଶାରୀ ପ୍ରମୁଖ ଉପସ୍ଥିତ ଥିଲେ ।


ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ଭିଟାମିନ ସମ୍ପର୍କରେ ଏବଂ ମଧ୍ୟାହ୍ନ ଭୋଜନ ରେ ଦିଆଯାଉଥିବା ଖାଦ୍ୟ ସମ୍ପର୍କରେ ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମଟିକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଲିତ କୁମାର ନାଏକ ପରିଚାଳନା କରିଥିବା ବେଳେ ସହ ଶିକ୍ଷକ ଶଶି ଦଳପତି, ଭେଙ୍କଟେଶ୍ବର ରାଓ, ସୁଜିତ ସାହୁ, ଉଦ୍ଧବ ବାଗ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.