କଳାହାଣ୍ଡି ବସୁ ଶବର ସମାଜର ନୁଆଖାଇ ଭେଟଘାଟ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ବସୁ ଶବର ସମାଜର ନୁଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଜୟପାଟଣା ବ୍ଲକ ବାଣ୍ଡି ଗାଁ ସ୍ଥିତ ବସୁ ଶବର ସମାଜ ଭବନ ଠାରେ ଆୟୋଜିତ ହୋଇଯାଇଛି । ପ୍ରଥମେ ନୀଳ ମାଧବ ପ୍ରଭୁ ଜଗନ୍ନାଥଙ୍କୁ ପୂଜାର୍ଚ୍ଚନା ପରେ ସାମୁହିକ ଭାବରେ ନବାନ୍ନ ଭକ୍ଷଣ ଓ ନିଜ ନିଜ ଭିତରେ ଜୁହାର ଭେଟ ଓ ଶୁଭେଚ୍ଛା ଆଦାନ ପ୍ରଦାନ ହୋଇଥିଲା । କଳାହାଣ୍ଡି ବସୁଶବର ସମାଜର ମୁଖ୍ୟ ସମ୍ପାଦକ ଗୋବର୍ଦ୍ଧନ ଶବରଙ୍କ ଆବାହକତ୍ବ ଓ ଜିଲ୍ଲା ସଭାପତି ଚନ୍ଦ୍ରଶେଖର ଶବରଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ସମାରୋହରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବାଳକୃଷ୍ଣ ଶବର ସମ୍ପାଦକ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ, ପରମେଶ୍ୱର ଶବର ସମ୍ପାଦକ ଓଡିଶା ପ୍ରଦେଶ ଆଦିବାସୀ ବିକାଶ ପରିଷଦ କଳାହାଣ୍ଡି, କଳାହାଣ୍ଡି ବସୁ ଶବର ସମାଜ କୋଷାଧକ୍ଷ ଦୁର୍ଗା ପ୍ରସାଦ ଶବର, ମୁଖ୍ୟ ସଂଗଠକ ପଦ୍ମକେଶରୀ ଶବର, ଭୁବନେଶ୍ୱର ଶବର, ପବିତ୍ର ଶବର, ମୁକୁନ୍ଦ ଶବର, ଇଂ ସୁଶୀଲ କୁମାର ଶବର, ତୁଳସୀରାମ ଚଲାନ, କପିଳେଶ ଶବର ପ୍ରମୁଖ ମଞ୍ଚାସିନ ଥିଲେ ।ଆଗାମୀ ଦିନରେ ସମାଜ ପାଇଁ ଶିକ୍ଷାର ବିକାଶ, ସାମାଜିକ ସଂସ୍କୃତି ଓ ପରମ୍ପରା ବଜାୟ ରଖି ଅଧିକରୁ ଅଧିକ ନିଯୁକ୍ତି ପାଇଁ ପରସ୍ପର ସହଯୋଗିତା ହେବା ପାଇଁ ମଞ୍ଚାସିନ ଅତିଥି ମାନେ ବକ୍ତବ୍ୟ ରଖିଥିଲେ । କୃଷ୍ଣ ଶବର, ମଣିରାମ ଶବର, ରାମନାଥ ଶବର, ଲକ୍ଷପତି, ରୁଦ୍ର ଶବର ଶରତ ଶବର, ମନରଞ୍ଜନ ଶବର, ବଦନ ଶବର, ନେପାଳ ଶବର, ରୁକୁରାମ ଶବର, ରୁପେନ୍ଦ୍ର ଶବର ପ୍ରମୁଖ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.