ନେହେର ଯୁବ କେନ୍ଦ୍ର ପକ୍ଷରୁ ସମ୍ବିଧାନ ଦିବସ ପାଳନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଲେଖାପାଳ ଶ୍ରୀ ଦୁତୀୟ ବନଛୋର ଓ ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ମେହେରଙ୍କ ନେତୃତ୍ୱରେ ମ.ରାମପୁର ବ୍ଲକ ଅନ୍ତର୍ଗତ ଉର୍ଲାଦାନୀ ପଞ୍ଚାୟତ ସ୍ଥିତ ଗୋପବନ୍ଧୁ ଯୁବକ ସଂଘ ତରଫରୁ ସହୀଦ ରେଣ୍ଡୋ ମାଝୀ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ପ୍ରାଙ୍ଗଣ ଠାରେ ସଂବିଧାନ ଦିବସ ପାଳନ କରାଯାଥିଲା। ପ୍ରଥମେ ସହୀଦ ରେଣ୍ଡୋମାଝି ମହାବିଦ୍ୟାଳୟ ଠାରୁ ବି ଆର ଆମ୍ବେଦକର ଓ ଦେଶ ପାଇଁ ସହୀଦ ହୋଇଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କ ନାରା ବାଜି କରି ରେଣ୍ଡୋମାଝି ଉଚ୍ଚ ବିଦ୍ୟାଳୟ ଖେଳପଡିଆ ପର୍ଯ୍ୟନ୍ତ ପଦଯାତ୍ରା କରାଯାଇଥିଲା। ପରେ ଅତିଥିମାନଙ୍କ କରକମଳରେ ବି ଆର ଆମ୍ବେଦକର ଓ ସ୍ୱାମୀ ବିବେକାନନ୍ଦ ପ୍ରତିଛବି ଉପରେ ରେ ଫୁଲମାଳସହ ପୂଜା ଅର୍ଚ୍ଚନା କରି ସଂବିଧାନ ପଠନ କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପରିଷଦ ସଭ୍ୟା ମଞ୍ଜୁଲତା ଧରୁଆ,ସମ୍ମାନିତ ଅତିଥି ଭାବରେ ସହୀଦ ରେଣ୍ଡୋମାଝି ମହାବିଦ୍ୟାଳୟ ଅଧ୍ୟକ୍ଷ ମନୋଜ କୁମାର ମଲ୍ଲିକ, ରାଜନୀତିବିଜ୍ଞାନର ଅଧ୍ୟାପକ ସମ୍ୟରଞ୍ଜନ ସାହୁ, ଓକିଲ ଶିବାନନ୍ଦ ପଧାନ, ସରପଞ୍ଚ ସୁପ୍ରିୟା ମାଝୀ, ମଞ୍ଚାସିନ ଥିବାବେଳେ ନେହେରୁ ଯୁବକେନ୍ଦ୍ର ଜାତୀୟ ଯୁବ ସ୍ୱେଚ୍ଛା ସେବୀ ତଥା କଳାରୁଦ୍ର ଯୁବକ ସଂଘ ପୂର୍ବତନ ସଭାପତି ସନତ କୁମାର ସାହୁ, ପରିବେଶ ସମ୍ପାଦକ ହରପ୍ରସାଦ ସାହୁ ସ୍ୱେଚ୍ଛା ସେବୀ ଆମର ସିଂ ଭୋଇ, ଶମ୍ଭୁ ବିଶି ପୂର୍ବତନ ସ୍ଵେଛା ସେବୀ ସାଗର ସାହୁ, କୋପନେଶ୍ୱର ବିମଲ ଓ ଗୋପବନ୍ଧୁ ଯୁବକ ସଂଘ ଉର୍ଲାଦାନୀ ଗ୍ରାମର ସଭାପତି ଚନ୍ଦନ ଜେନା, ସମ୍ପାଦକ ଅନୀଲ ପରାସେଠ ସମେତ ଗୋପବନ୍ଧୁ ଯୁବକ ସଂଘ ଓ ସହୀଦ ରେଣ୍ଡୋ ମାଝୀ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହିଥିଲେ ଶେଷରେ ଉପସ୍ଥିତ ଥିବା ସମସ୍ତ ଯୁବ ବର୍ଗଙ୍କୁ ପାରାସେଠ ହୃଦୟର ସହିତ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.