ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକର ବିଭିନ୍ନ ସ୍ଥାନରେ ଶନିବାର ଭାରତୀୟ ସମ୍ବିଧାନ ଦିବସ ପାଳିତ ହୋଇଛି l ବ୍ଳକର ଲଡ଼ୁଗାଁ ଆମ୍ବେଦକର ମେମୋରିଆଲ ଏସୋସିଏସନ ଓ ମହାତ୍ମା ଫୁଲେ ପାଠ ଶାଲା ପକ୍ଷରୁ ୭୩ତମ ସମ୍ବିଧାନ ଦିବସ ମହାସମାରୋହରେ ପାଳିତ ହୋଇଛି l ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଗଜିନ୍ଦ୍ର ନାଗ, ପିତାମ୍ବର ମହାନନ୍ଦ, ଓମ ଛତ୍ରିଆ, ପ୍ରଦୀପ ନାଗ, ଯୁଗେଶ୍ୱର ପାଣିଗ୍ରାହୀ, ରାଜୁ ବାଗ, ପ୍ରଧାନୀ ବାଗ ପ୍ରମୂଖ ଉପସ୍ଥିତ ରହି ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ ।
ସେହିପରି ଲଡ଼ୁଗାଁ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟ ଠାରେ କଲେଜ ଅଧ୍ୟକ୍ଷ ନିହାର କାନ୍ତ ପଣ୍ଡାଙ୍କ ସଭାପତିତ୍ୱ ରେ କଲେଜ ର ସମସ୍ତ ଛାତ୍ର ଛାତ୍ରୀ ଓ କର୍ମଚାରୀ ଉପସ୍ଥିତିରେ ସମ୍ବିଧାନ ଦିବସ ପାଳନ ହୋଇଛି। ଅଧ୍ୟାପକ ପ୍ରେମାନନ୍ଦ ସାହା ସମ୍ବିଧାନ ଦିବସ ର ମହତ୍ତ୍ଵ ଓ ଉଦ୍ଦେଶ୍ୟ ବିଷୟରେ ସୂଚନା ପ୍ରଦାନ କରିଥିଲେ। ଯୁବ ରେଡକ୍ରସ୍ ପରାମର୍ଶଦାତା, ଅଧ୍ୟାପକ ସଞ୍ଜୟ ପୁରୋହିତ ସଭା କୁ ସଂଯୋଜନା କରିବା ସହ ସମ୍ବିଧାନ ପ୍ରଣୟନ ର ଐତିହାସିକ ପୃଷ୍ଠଭୂମି ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ।
ସେହିଭଳି ଭାବରେ କୋକସରା ବ୍ଲକ ଆମ୍ ଆଦମୀ ପାର୍ଟି ପକ୍ଷରୁ ଡହଗାଁ ଗ୍ରାମ ପଞ୍ଚାୟତ ହାଇ ସ୍କୁଲ ଫୁଟବଲ ପଡିଆରେ ଠାରେ ବ୍ଳକ ସଭାପତି ଡିସେମ୍ବର ଖର୍ସେଲଙ୍କ ଅଧ୍ୟକ୍ଷତାରେ ଆମ୍ ଆଦମୀ ପାର୍ଟିର ପ୍ରତିଷ୍ଠା ଦିବସ ଓ ଭାରତୀୟ ସମ୍ବିଧାନ ଦିବସ ପାଳନ କରାଯାଇଥିଲା। ଏଥିରେ ସାଧାରଣ ସମ୍ପାଦକ ଯଶୋବନ୍ତ ବେମାଲ, କିରଣ ଗୋପାଳ, ବେଲାଲ ସେନ ନାଏକ, ସନ୍ତୋଷ ମେହେର, ଦେବାନନ୍ଦ ଘି, ରାଜେଶ ନାଏକ, ଫାଲଗୁନୀ ବାଗ, ଟଙ୍କଧର ନାଏକ, ସୁରେଶ ନିଆଲ, କୈଳାସ ଚନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ଥିଲେ।