ଗଣତନ୍ତ୍ର ପ୍ରକ୍ରିୟାରେ ସାମିଲ ହେଲେ ଶ୍ରୀ ଉଗ୍ରତାରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ଶିବ ନାରାୟଣ ଗୈାଡ): ଆଜି ଗଣତନ୍ତ୍ର ପ୍ରକ୍ରିୟାରେ ସାମିଲ ହେଲେ ଶ୍ରୀ ଉଗ୍ରତାରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର, ଛାତ୍ରୀ। ଏଥି ନିମନ୍ତେ ଗୁରୁବାର ଏକ ସଚେତନତା ଶିବିର ଆୟୋଜନ କରାଯାଇଥିଲା । ଉପଜିଲ୍ଲାପାଳ ଶ୍ରୀ ଭୀମସେନ ଶବର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପିଲାଙ୍କୁ ଗଣତନ୍ତ୍ରର ଆବଶ୍ୟକତା ବିଷୟରେ ଆଲୋଚନା କରିଥିଲେ। ବିଡିଓ ଶ୍ରୀ ଲକ୍ଷ୍ମୀନାରାୟଣ ସାବତ, ଶ୍ରୀ ଉଗ୍ରତାରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପ୍ରଭାକର ଦାଶ, ଜିପିଇଓ ଗୋପାଳ ପଣ୍ଡା, ବରିଷ୍ଠ ଶିକ୍ଷକ ନୀଳାଞ୍ଚଳ ମିଶ୍ର ଓ ବୁଥ ସ୍ତରୀୟ ସୂପରଭାଇଜର ଉମା ଶଙ୍କର ପଣ୍ଡା ମଞ୍ଚାସିନ ଥିଲେ । ସମ୍ବିଧାନର ଧାରା ୩୨୬ ସମସ୍ତ ଭାରତୀୟ ସବାଳକଙ୍କ ଭୋଟ ତାଲିକାରେ ନାମ ପଞ୍ଜିକରଣ ତଥା ମତଦାନ ସାବ୍ୟସ୍ତ ନିମନ୍ତେ ଅଧିକାର ପ୍ରଦାନ କରିଥାଏ; ଏଣୁ, ଶତର ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ପଞ୍ଜୀକରଣ ନିମନ୍ତେ ଅଗ୍ରୀମ ଦରଖାସ୍ତ ଦାଖଲ ନିମନ୍ତେ ବିଡିଓ ଶ୍ରୀ ସାବତ ପ୍ରବର୍ତ୍ତାଇଥିଲେ । ବୈଠକରେ ଉପସ୍ଥିତ ପନ୍ଦର ଜଣ ପ୍ରତ୍ୟାଶିତ ଓ ତେଇଶି ଜଣ ଯୁବ ଭୋଟର ଚିହ୍ନଟ କରାଯାଇଥିଲା । ଶ୍ରୀ ଗୋପାଳ ପଣ୍ଡା ଓ ନୀଳାଞ୍ଚଳ ମିଶ୍ର ପିଲାଙ୍କୁ ପ୍ଲେ ଷ୍ଟୋର ରୁ ଭୋଟର ହେଲ୍ପ ଲାଇନ ମାଧ୍ୟମରେ ଶ୍ରେଣୀ କୋଠରୀରେ ବସି ନିଜ ନିଜ ସ୍ମାର୍ଟଫୋନ ମାଧ୍ୟମରେ ନାମ ଯୋଗ ପାଇଁ ଅନଲାଇନ ମାଧ୍ୟମରେ ପଞ୍ଜିକରଣ କରାଇଥିଲେ । ପ୍ରତ୍ୟେକ ଛାତ୍ର ଛାତ୍ରୀ ଜଣେ ଭୋଟର ମିତ୍ର। ନିଜର, ପରିବାର ଓ ପଡୋଶୀଙ୍କ ପଞ୍ଜୀକରଣ ନିମନ୍ତେ ଭୋଟର ହେଲ୍ପ ଲାଇନ ଅଧିକ ସହାୟକ ହେବ ବୋଲି ଉପଜିଲ୍ଲାପାଳ ଶ୍ରୀ ଭୀମସେନ ଶବର ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.