ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର/ଛାତ୍ରୀ ମାନେ ଆଜି ବିଶ୍ୱ ଏଡ୍ସ ଦିବସ ଅବସରରେ ଚାରିଛକ ଓ ନର୍ଲା ବସ୍ତି ପରିକ୍ରମା କରି ଏଡ୍ସ ଭଳି ମାରାତ୍ମକ ରୋଗ ବିଷୟରେ ଜନ ସଚତେନତା ସୃଷ୍ଟି କରିଥିଲେ । ଏହି ସଚେତନତା ର୍ୟାଲଟିକୁ ରେଡ୍କ୍ରସର ଯୁବ ପରାମର୍ଶଦାତା ତଥା ଇଂରାଜୀ ଅଧ୍ୟାପକ ସୁଶୀଲ କୁମାର ଶତପଥି ପରି·ଳନା କରିଥିଲେ । ଏହାପରେ କଲେଜ ପରିସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ଧନ୍ଦା ମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ସନ୍ତୋଷ କୁମାର ବୁଦ୍ଧିଆ ଯୋଗଦାନ କରି ମାରାତ୍ମକ ଏଡ୍ସ ରୋଗ ବିଷୟରେ ବର୍ଣ୍ଣନା କରି ଏଥିପ୍ରତି କିପରେ ସଚେତନ ହୋଇପାରିବା ସେ ବିଷୟରେ ବକ୍ତବ୍ୟ ରଖିଥିଲେ । ସମ୍ମାନୀତ ଅତିଥି ଭାବରେ ଯୁକ୍ତ ଦୁଇ ବିଦ୍ୟାଳୟର ପ୍ରଧ୍ୟାପକ ଭବାନୀଶଙ୍କର ଦାସ୍ ଯୋଗଦାନ କରି ମାର୍ଗଦର୍ଶନ ଦେଇଥିଲେ । ଯୁକ୍ତଦୁଇ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ତଥା ରେଡକ୍ରସ୍ ର ପରାମର୍ଶଦାତା ସୁଶୀଳ କୁମାର ଶତପଥି ଏଡ୍ସ ରୋଗର ଇତିହାସ ଏବଂ ତତ୍ ସମ୍ପର୍କିତ ଏକ ବିସ୍ତୃତ ଆଲୋଚନା କରି ଛାତ୍ରଛାତ୍ରୀଙ୍କୁ ଏଡ୍ସ ରୋଗ ଭୟାବହତା ବିଷୟରେ ସଚେତନତା କରିଥିଲେ । ଅଧ୍ୟାପକ ସୁରେଶ ଚନ୍ଦ୍ର ନାଏକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଥିରେ ବିଦ୍ୟାଳୟର ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଯୋଗଦାନ କରି ଆଲୋଚନାରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପକ ସୁଶୀଲ ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ କର୍ମକର୍ତ୍ତା ମାନଙ୍କ ମଧ୍ୟରେ ଶମ୍ଭୁ ଜଡା, ପ୍ରସନ୍ନ ଗଉଡିଆ, ଗୋପିନାଥ ଥପା, ଲାଲପଣ୍ଡା ବୃନ୍ଦାବନ ଗଉଡ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସେହିଭଳି ନର୍ଲା ଡିଗ୍ରୀ କଲେଜରେ ମଧ୍ୟ ଅଧ୍ୟକ୍ଷ ନାରାୟଣ ନାଏକଙ୍କ ଅଧ୍ୟକ୍ଷତାରେ ବିଶ୍ୱ ଏଡ୍ସ୍ ଦିବସ ପାଳିତ ହୋଇଥିଲା । ନର୍ଲା ମାଉଣ୍ଟେନ କିଡ ଇଂଲିସ୍ ମିଡିୟମ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ମଧ୍ୟ ଶୋଭାଯାତ୍ରାରେ ବାହାରି ନର୍ଲା ବସ୍ତି ପରିକ୍ରମା କରି ଏଡ୍ସ ବିଷୟରେ ଜନ ସଚେତନତା ସୃଷ୍ଟି କରିଥିଲେ ।