ବିଭିନ୍ନ ସ୍ଥାନରେ ବିଶ୍ଵ ଏଡସ୍ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକର ବିଭିନ୍ନ ସ୍ଥାନରେ ଗୁରୁବାର ବିଶ୍ଵ ଏଡସ୍ ଦିବସ ପାଳିତ ହୋଇଛି। ବ୍ଳକ ର ଲଡୁଗାଁ ହାଇୟର ସେକେଣ୍ଡଡାରୀ ସ୍କୁଲ ର ଯୁବ ରେଡକ୍ରସ୍ ଓ ରେଡ୍ ରିବନ କ୍ଳବ୍ ପକ୍ଷରୁ ଏଡସ୍ ଦିବସ ପାଳିତ ହୋଇଛି । ଏହି ଅବସରରେ କଲେଜ ପରିସରରୁ ଛାତ୍ରଛାତ୍ରୀ ମାନେ ଏକ ସଚେତନତା ଶୋଭାଯାତ୍ରାରେ ବାହାରି ଲଡୁଗା‍ଁ ସହର ପରିକ୍ରମା କରି ଲୋକଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ। ଏହାକୁ କଲେଜ ଅଧ୍ୟକ୍ଷ ଡ଼. ନିହାର କାନ୍ତ ପଣ୍ଡା ଯୁବ ରେଡକ୍ରସ୍ ପତାକା ଦେଖାଇ ଶୁଭାରମ୍ଭ କରିବା ସହ କାର୍ଯ୍ୟ କ୍ରମର ସଭାପତିତ୍ବ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଲଡୁଗାଁ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ରଜତ ସୋମ୍ୟ ଅନୁରାଗ ଯୋଗ ଦେଇଥିଲେ, ସମ୍ମାନିତ ଅତିଥି ଜନସ୍ବାସ୍ଥ୍ୟ ସମ୍ପର୍କ ଅଧିକାରୀ ଚିଦାନନ୍ଦ ପଣ୍ଡା ଯୋଗଦେଇ ଏଡସ୍ ର କାରଣ ଓ ନିରାକରଣ ତଥା ଯୁବ ସମାଜର ଭୁମିକା ଉପରେ ମତ ରଖିଥିଲେ। ଏହି ଅବସରରେ ପୂର୍ବରୁ ଆୟୋଜିତ ଏଡସ୍ ସମ୍ପର୍କିତ ବିଭିନ୍ନ ପ୍ରତିଯୋଗିତାରେ ଉତିନ୍ନ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ଯୁବ ରେଡକ୍ରସ୍ ପରାମର୍ଶଦାତା ଅଧ୍ୟାପକ ସଞ୍ଜୟ କୁମାର ପୁରୋହିତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଖେଳ ଶିକ୍ଷକ ବିରେନ୍ଦ୍ର ନାରାୟଣ ଦାସ, ପ୍ରଶାନ୍ତ ଯୋଷୀ, ଶଙ୍କର ସତନାମୀ, ଭାରତ ଠାକୁର, ଭାଗବତ କଟା, ଦିବାକର ଦୁର୍ଗା, ବିଭୁ ସାହୁ, ତୁଲସୀ ବାଗ ପ୍ରମୂଖ ପରିଚାଳନାରେ ସହଯୋଗ କରିଥିଲେ। ଅଧ୍ୟାପକ ପ୍ରେମାନନ୍ଦ ସାହା ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ବ୍ଳକ ସଦର ମହକୁମା ସ୍ଥିତ ପଞ୍ଚାୟତ ଡିଗ୍ରୀ କଲେଜ ର ଏନଏସଏସ୍ ପ୍ରେଗାମ ଅଫିସର ଓ ଯୁବ ରେଡକ୍ରସ୍ କାଉନସିଲର ସୁବ୍ରତ କୁମାର ବେହେରାଙ୍କ ତତ୍ବାବଧାନରେ ଏକ ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲେ। ଏହି ଅବସରରେ କଲେଜ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ କୋକସରା ତହସିଲଦାର ଦେବବ୍ରତ କରାଟି, ମୂଖ୍ୟବକ୍ତା ଭାବେ ଡାକ୍ତର ଅନିଲ କୁମାର ମେହେର, ଏଡସ୍ ବିଶେଷଜ୍ଞ ଅମୋଜ କୁମାର ଗୋପାଳ, ସମ୍ମାନିତ ଅତିଥି ଅଶ୍ଵିନୀ କୁମାର ପଟ୍ଟନାୟକ, ଜଗନ ଚନ୍ଦାନି ଯୋଗଦେଇ ଥିଲେ। ମହା ବିଦ୍ୟାଳୟର ଅଧ୍ୟକ୍ଷ ଗୁଣାକାର ପଣ୍ଡା ସଭାପତିତ୍ବ କରି ଏଡସ୍ ର ଲକ୍ଷଣ ଓ ନିରାକାର ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତି ଯୋଗୀତାରେ ଭାଗନେଇ ଉତିନ୍ନ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ କୁ ଅଧ୍ୟାପକ ଅଇରୀ ନାଶନ ଚିନ୍ତା ଆଗକୁ ବଢ଼ାଇଥିବା ବେଳେ ଅଧ୍ୟାପକ ସୁବ୍ରତ କୁମାର ବେହେରା ମଞ୍ଚ କୁ ପରିଚାଳନା କରିଥିଲେ। ସେହିପରି ଭାବେ କୋକସରା ପଞ୍ଚାୟତ ସମିତି ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମୋଟର ଏଲମାଚସି୍ ମିଶନ୍ ସ୍କୁଲ ପରିସରରେ ମଧ୍ୟ ବିଶ୍ୱ ଏଡସ୍ ଦିବସ ପାଳିତ ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.