ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଡୁମେର ପଦର ଗ୍ରାମ ସ୍ଥିତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହମ୍ମଦ ଅବଦୁଲ ବାରୀ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ଏକ ଅବସରକାଳୀନ ସଭା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ଯକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ପ୍ରଧାନୀ ନାଏକ, ବିଦ୍ୟାଳୟର ସମସ୍ତ ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିବା ବେଳେ ଛାତ୍ର ଧନୁରାଜ ମାଝୀ ଓ ଛାତ୍ରୀ ସସ୍ମତା ମାଝୀ ତାଙ୍କର ବ୍ଯକ୍ତବ୍ଯ ରଖିଥିଲେ। ଦାୟିତ୍ୱଧାରୀ ପ୍ରଧାନ ଶିକ୍ଷକ ଶକ୍ତି ପ୍ରସାଦ ରଥ, କେନ୍ଦ୍ରମଣି ମାଝୀ, ସତ୍ଯ ପ୍ରକାଶ ଗଉଡିଆ, ଭୀମସେନ ମେହେର, ଡୋଲାମଣି ମାଝୀ, କୁମୁଦିନୀ ମାଝୀ ପ୍ରମୁଖ ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ଅବଦୁଲ ବାରୀଙ୍କ ଗୁଣଗାନ କରିଥିବା ବେଳେ ଶିକ୍ଷକ କିଶୋର ସାହୁ ମଞ୍ଚ ପରିଚାଳନା କରିଥିଲେ।