କମେଣ୍ଟ୍ରି କରୁଥିବା ବେଳେ ଅସୁସ୍ଥ ହୋଇପଡିଲେ ରିକି ପଣ୍ଟିଂ

ଓଡ଼ିଆ ବାର୍ତ୍ତା/ ପର୍ଥ: ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଶୁକ୍ରବାର ହୃଦଘାତରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ରିପୋର୍ଟ ଅନୁସାରେ, ଅଷ୍ଟ୍ରେଲିଆ ଓ ଓ୍ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପର୍ଥରେ ଟେଷ୍ଟ ମ୍ୟାଚ ଚାଲିଥିଲା । ଏହି ପ୍ରଥମ ଟେଷ୍ଟର ତୃତୀୟ ଦିନରେ ସେ କମେଣ୍ଟ୍ରି କରୁଥିବା ବେଳେ ସେ ଅସୁସ୍ଥ ଅନୁଭବ କରିଥିଲେ। ଅସୁସ୍ଥ ଅନୁଭବ କରିବାରୁ ପଣ୍ଟିଂ ଲଞ୍ଚ ବ୍ରେକ ସମୟରେ ଷ୍ଟାଡିୟମ ଛାଡ଼ି ଚାଲି ଯାଇଥିଲେ ବୋଲି କୁହାଯାଉଛି। ଓ୍ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଅଷ୍ଟ୍ରେଲିଆର ଦୁଇ ଟେଷ୍ଟ୍ ବିଶିଷ୍ଟ ଘରୋଇ ଶୃଙ୍ଖଳା ପାଇଁ ସେଭେନ୍ ନେଟ୍ଓ୍ୱର୍କର ଭାଷ୍ୟକାର ବା କମେଣ୍ଟ୍ରି ଦଳରେ ରହିଛନ୍ତି ଏହି କିମ୍ବଦନ୍ତୀ ଅଷ୍ଟ୍ରେଲିଆ ଖେଳାଳି । ୪୭ ବର୍ଷୀୟ ଏହି ଖେଳାଳି ସହକର୍ମୀମାନଙ୍କୁ କହିଥିଲେ ଯେ ସେ ଠିକ୍ ଅଛନ୍ତି, କିନ୍ତୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ହସ୍ପିଟାଲ୍ ଯାଇଥିଲେ।ବ୍ରଡକାଷ୍ଟର ଚ୍ୟାନେଲ ୭ର ମୁଖପାତ୍ର ଅଷ୍ଟ୍ରେଲିଆ ମିଡିଆକୁ କହିଛନ୍ତି, ରିକି ପଣ୍ଟିଂ ଅସୁସ୍ଥ ଅଛନ୍ତି ଏବଂ ଆଜିର ଅବଶିଷ୍ଟ କଭରେଜ ପାଇଁ କମେଣ୍ଟ୍ରି କରିବେ ନାହିଁ। ରିକି ପଣ୍ଟିଂ ଶନିବାର କମେଣ୍ଟ୍ରି ଭାବେ ପ୍ରତ୍ୟାବର୍ତ୍ତନ କରିବେ ନା ଅବଶିଷ୍ଟ ଟେଷ୍ଟ୍ ଖେଳିବେ ତାହା ଏଯାବତ ଜଣାପଡ଼ିନାହିଁ। ୨୦୧୨ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ପଣ୍ଟିଂ ଅଷ୍ଟ୍ରେଲିଆ ପାଇଁ ୧୬୮ଟି ଟେଷ୍ଟ ଖେଳିଥିବା ବେଳେ ୭୭ଟି ଟେଷ୍ଟରେ ୪୮ଟି ବିଜୟ ହାସଲ କରି କ୍ରିକେଟର ଅନ୍ୟତମ ସଫଳ ଅଧିନାୟକ ହୋଇଛନ୍ତି। ସେ ଟେଷ୍ଟରେ ୪୧ ଶତକ ଓ ୬୨ ଅର୍ଦ୍ଧଶତକ ସହ ୫୧.୮୫ ହାରରେ ୧୩ ହଜାର ୩୭୮ ରନ୍ କରିଛନ୍ତି। ସେ ୩୭୫ଟି ଦିନିକିଆ ମ୍ୟାଚ୍ ଖେଳି ୩୦ଟି ଶତକ ଓ ୮୨ଟି ଅର୍ଦ୍ଧଶତକ ସହ ୪୨.୦୩ ହାରରେ ୧୩,୭୦୪ ରନ୍ କରିଛନ୍ତି। ୧୭ଟି ଟି-ଟ୍ବେଂଟିରେ ସେ ୨୮.୬୪ ହାରରେ ୪୦୧ ରନ୍ କରିଥିଲେ ଏବଂ ଦୁଇଟି ଅର୍ଦ୍ଧଶତକ ହାସଲ କରିଥିଲେ। ୧୯୯୯, ୨୦୦୩ ଓ ୨୦୦୭ରେ ଲଗାତର ୫୦ ଓଭରର ବିଶ୍ୱକପ୍ ଜିତିଥିବା ଅଷ୍ଟ୍ରେଲିଆ ଦଳର ସେ ଖେଳାଳି ଥିଲେ ଏବଂ ପରବର୍ତ୍ତୀ ଦୁଇଟି ଟୁର୍ଣ୍ଣାମେଣ୍ଟରେ ଅଧିନାୟକ ଭାବେ ଦଳକୁ ବିଜୟୀ କରାଇଥିଲେ। ଅବସର ନେବା ପରଠାରୁ ସେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସର କୋଚିଂ ଦାୟିତ୍ୱରେ ଅଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.