ବହୁମୁଖୀ ସ୍ବାସ୍ଥ୍ଯକର୍ମୀ ଓ ସ୍ବାସ୍ଥ୍ୟ ପରିଦର୍ଶକଙ୍କ ଦାବି ପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ଦୁର୍ଗା କୀର୍ତ୍ତି): ଓଡିଶା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ଓ ସ୍ବାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘ ପକ୍ଷରୁ ଆସନ୍ତା ୧୪ ଡିସେମ୍ବର ଠାରୁ ଅସହଯୋଗ ଆନ୍ଦୋଳନ ତଥା ଡିସେଊ ୨୧ରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ଯ ବନ୍ଦ ଆନ୍ଦୋଳନ କରିବାକୁ ଯାଉଛନ୍ତି। ଏନେଇ ଥୁଆମୂଳ ରାମପୁର ବ୍ଳକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର କାର୍ଯ୍ଯରତ ସମସ୍ତ ପୁରୁଷ, ମହିଳା ଓ ମହିଳା ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ଓ ସ୍ବାସ୍ଥ୍ୟ ପରିଦର୍ଶକଙ୍କ ଓଡିଶା ରାଜ୍ଯ ପୁରୁଷ ଓ ମହିଳା ବହୁମୁଖୀ ସ୍ବାସ୍ଥ୍ୟକର୍ମୀ, ସ୍ବାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘର ନିର୍ଦ୍ଦେଶ କ୍ରମେ ଆଜି (ଶୁକ୍ରବାର) ଥୁଆମୂଳ ରାମପୁର ବ୍ଳକ ଅଧିକ୍ଷକ, ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ଜରିଆରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ଯ ଅଧିକାରୀଙ୍କ ଉଦ୍ଦେଶ୍ୟରେ ୫ ଦଫା ସମ୍ବଳିତ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ଉକ୍ତ ୫ ଦାବିପତ୍ରରେ ଉହ୍ଲେଖ ଥିବା ବିଷୟ ଗୁଡିକ ହେଲା ୧ – ବିଭିନ୍ନ ବିଭାଗ ଅଧୀନରେ ଥିବା ସମସ୍ତ କର୍ମଚାରୀ ପରି ବହୁମୁଖୀ ସ୍ବାସ୍ଥ୍ୟକର୍ମୀଙ୍କ କ୍ଯାଡର ପୁନଗଠନ କରି ଚାକିରୀ କାଳରେ ସର୍ବନିମ୍ନ ୪ ଟି ପଦୋନ୍ନତି ଦିଆଯାଉ, ୨ – ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୦୩/୧୧/୨୦୨୨ ତାରିଖରେ ପ୍ରକାଶିତ ବିଜ୍ଞପ୍ତିକୁ ପ୍ରତ୍ଯାହାର କରି ଅର୍ଥ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଗ୍ରେଡ ପେ ୪୨୦୦/୪୬୦୦/୪୮୦୦ – ଆର୍.ଏ.ସି.ପି. ଆକାରରେ ପ୍ରଦାନ କରାଯାଉ। ୩ – ୨୦୧୩ ମସିହାରେ ଜି.ଏ. ଓ ପି. ଜି. ବିଭାଗ ଦ୍ବାରା ପ୍ରକାଶିତ ବିଜ୍ଞାପ୍ତିକୁ ପ୍ରତ୍ଯାହାର କରି ତାର ବିକଳ୍ପ ଠିକା ଚାକିରୀ କରିଥିବା କର୍ମଚାରୀଙ୍କ ପାଇଁ ଠିକା ବ୍ଯବସ୍ଥାକୁ ଉଚ୍ଛେଦ କରି ମାନ୍ଯବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି, ସେନେଇ ନିର୍ଦ୍ଦେଶ ଏହି ବିଭାଗ ଅଧୀନରେ ତୃଣମୂଳ ସ୍ତରରେ କାର୍ଯ୍ଯରତ ବହୁମୁଖୀ ସ୍ବାସ୍ଥ୍ଯକର୍ମୀ (୨୦୦୪ ରୁ ୨୦୧୩ ମଧ୍ୟରେ ଓ ଆର୍ ଭି ଆକ୍ଟ ରେ ଠିକା ଚାକିରୀ କିରିଥିବା ବହୁମୁଖୀ ସ୍ବାସ୍ଥ୍ୟ କର୍ମୀ ମାନଙ୍କ ପାଇଁ) ଉର୍ଦ୍ଧିଷ୍ଟ କରାଯାଉ, ଯଦ୍ବାରା ପୁର୍ବରୁ କରି ଆସୁଥିବା ଠିକା ଚାକିରୀ କାର୍ଯ୍ଯକାଳକୁ ମୂଳ ଚାକିରୀରେ ଗଣନାକରି ୬ ଟି ନୋଷ୍ଣାଲ ଇନକ୍ରୀମେଣ୍ଟ ଦିଆଯାଇ ଦରମା ବୃଦ୍ଧି କରାଯାଉ। ୪ – ବହୁମୁଖୀ ସ୍ବାସ୍ଥ୍ଯକର୍ମୀ (ପୁରୁଷ/ମହିଳା) ଓ ବହୁମୁଖୀ ସ୍ବାସ୍ଥ୍ୟପରିଦର୍ଶକ (ପୁରୁଷ/ମହିଳା ପଦବୀର ନାମ ପରିବର୍ତ୍ତନ କରାଯାଉ। ୫ – ପୋଷାକ ଭତ୍ତା ଆକାରରେ ବାର୍ଷିକ ୫୦୦୦ ଟଙ୍କା ପ୍ରଦାନ କରାଯାଉ। ଏହି ସବୁ ଦାବି ପୂରଣ ନହେଲେ ଆସନ୍ତା ୭/୧୨/୨୦୨୨ ତାରିଖ ଦିନରୁ କଳା ବ୍ଯାଜ୍ ପିନ୍ଧି ନୀରବ ପ୍ରତିବାଦ କରିବୁ। ଏହାର ଠିକ ଏକ ସପ୍ତାହ ପରେ ଅର୍ଥାତ ଆସନ୍ତା ୧୪/୧୨/୨୦୨୨ ତାରିଖ ତାରିଖ ଠାରୁ ଅସହଯୋଗ ଆନ୍ଦୋଳନ କରିବା ପାଇଁ ସଜବାଜ ହେବା ଜଣାପଡିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.