କଳାହାଣ୍ଡି ଜିଲ୍ଲା ବଞ୍ଜରା ସମାଜ ପକ୍ଷରୁ ପ୍ରତିଭା ସମ୍ମାନ ପ୍ରାପ୍ତ ଭୋଲେଶ୍ବର ନାଏକଙ୍କୁ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ବଞ୍ଜରା ସମାଜ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ବଡ଼ ପୁଝାରୀଗୁଡା ଠାରେ ଲଲିତ କୁମାର ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଭୋଳେଶ୍ବର ନାଏକ ଶିକ୍ଷା କ୍ଷେତ୍ରରେ କୃତିତ୍ୱ ସହ ପିଏଚଡ଼ି ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ହାସଲ ପାଇଥିବାରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା। ଭୋଲେଶ୍ବର ନାଏକ ୨୦୧୫ ମସିହାରେ ପୁଝାରୀ ଗୁଡା ଉଚ୍ଚ ବିଦ୍ୟାଳୟରୁ ଦଶମ ଶ୍ରେଣୀ ପରୀକ୍ଷାରେ ପାସ୍ କରି ୨୦୧୭ ମସିହାରେ କଳାହାଣ୍ଡି ବିଶ୍ଵ ବିଦ୍ୟାଳୟରେ ଏବଂ ଦିଲ୍ଲୀ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ଏମ୍ଏର ପ୍ରବେଶିକା ପରୀକ୍ଷା ରାଜନିତୀ ବିଜ୍ଞାନରେ ଜାତୀୟ ସ୍ତରରେ ପ୍ରଥମ ହୋଇ କଳାହାଣ୍ଡି ମାଟି ପାଇଁ ଗୋୖରବ ଆଣିଥିଲେ। ବର୍ତ୍ତମାନ ପିଏଚଡ଼ି ଜୁନିଅର ଫେଲୋସିପ (ୟୁଜିସି ନେଟ୍) ଫେଲୋସିପ ସମ୍ବାଦ (ଟାଟା ଫାଉଣ୍ଡେସନ) ପ୍ରସଙ୍ଗ ଉପରେ ଗବେଷଣା ପାଇଁ ମନୋନୀତ ହୋଇଛନ୍ତି। ଶ୍ରୀ ନାଏକ ବଡ଼ ପୁଝାରୀଗୁଡା ଗ୍ରାମର ରୋହିତ ନାଏକ ଓ ପଦ୍ମନୀ ନାଏକଙ୍କ ସୁପୁତ୍ର ଅଟନ୍ତି। ଏହି ଅବସରରେ ରାଜ୍ୟ ବଞ୍ଜରା ସମାଜର କୋଷାଧ୍ୟକ୍ଷ ସାନ୍ତ କୁମାର ନାଏକ, ଜିଲ୍ଲା ସାଧାରଣ ସମ୍ପାଦକ ଲକ୍ଷ୍ମଣ ନାଏକ, ସଂସ୍କାର କମିଟିର ସଭାପତି ନକୁଳ ରାମ ନାଏକ, ଜିଲ୍ଲା ସଭ୍ୟ ଭଜମନ ନାଏକ, ମାନସିଂହ ନାଏକ ସୁଶିଲ କୁମାର ନାଏକ, ରାଜୁ ନାଏକ ପ୍ରମୁଖ ଉପସ୍ଥିତ ରହି ଭୋଲେଶ୍ବର ନାଏକଙ୍କୁ ଉତ୍ତରୀୟ ସହିତ ୧୦୦୦୦ ଟଙ୍କା ପ୍ରଦାନ କରିଥିଲେ। ତାଙ୍କର ଶିକ୍ଷା କ୍ଷେତ୍ରରେ କୃତିତ୍ୱ ପାଇ ଅଞ୍ଚଳ ପାଇଁ ଗୋୖରବ ଆଣିଥିବାରୁ ସମସ୍ତେ ସାଧୁବାଦ ଜଣାଇବା ସହିତ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.