‘ଦେବଗିରିର ସାଂସ୍କୃତିକ ଜୟଯାତ୍ରା ଦେଶ ବିଦେଶକୁ ପରିବ୍ୟାପ୍ତ ହେଉ’

ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବ ଉଦଘାଟିତ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଐତିହାସିକ, ପ୍ରାତ୍ନତାତ୍ତ୍ବିକ ତଥା ପୈାରାଣିକ ଗୌରବଗାଥା ବହନ କରୁଥିବା ଦେବଗିରି ଓ ଏହାର ପାଦଦେଶରେ ଥିବା ବୁଢୀପଦର ଗାଁର କଳା, ସଂସ୍କୃତି ଓ ଐତିହ୍ୟ ଆଜି ବି ଜନମାନସକୁ ବିମୋହିତ କରେ। ସାଂସ୍କୃତିକ ମହାଯାତ୍ରାର ଏହି ମହାନ ଉତ୍ସବ ସମଗ୍ର ଓଡିଶାରେ କଳା ସଂସ୍କୃତି ତଥା ପ୍ରତିଭା ପୂଜାର ଏକ ଉଲ୍ଲେଖନୀୟ ପରମ୍ପରା ସୃଷ୍ଟି କରିଛି। ଦେବଗିରିର ଏହି ସାଂସ୍କୃତିକ ଜୟଯାତ୍ରା ରାଜ୍ୟସୀମା ଅତିକ୍ରମ କରି ଦେଶ ବିଦେଶକୁ ପରିବ୍ୟାପ୍ତ କରିବାର ସମୟ ଆସିଯାଇଛି। ଏ ମାଟିର ମହନୀୟ ପରମ୍ପରାର ବାର୍ତ୍ତାବହ କୁମାରସ୍ଵାମୀ ମହୋତ୍ସବ ଆଜି ୩୦ତମ ବର୍ଷରେ ପଦାର୍ପଣ କରିଥିବା ବେଳେ ଏହାର ପ୍ରାଣପ୍ରତିଷ୍ଠାତା ଦେବଗିରି ସାଂସ୍କୃତିକ ଅନୁଷ୍ଠାନ କେବଳ ଏକ ସାଂସ୍କୃତିକ ଅନୁଷ୍ଠାନ ନୁହେଁ ବରଂ କଳା ଓ ପ୍ରତିଭାର ବିକାଶ କରାଇବାରେ ଏହାର ଭୂମିକା ଅନନ୍ୟ ବୋଲି ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୦ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ଵାମୀ ମହୋତ୍ସବର ଉଦଘାଟନୀ ସମାରୋହରେ ମତପ୍ରକାଶ ପାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢୀପଦର ଗ୍ରାମରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ଆନୁକୂଲ୍ୟରେ ଡିସେମ୍ବର ୨ରୁ ୪ ପର୍ଯ୍ୟନ୍ତ କୁମାରସ୍ବାମୀ ମହୋତ୍ସବ ଅନୁଷ୍ଠିତ ହେଉଛି। ଏନେଇ ଆୟୋଜିତ ଉଦଘାଟନୀ ସମାରୋହରେ ଉଦଘାଟକ ଭାବେ ବିଶିଷ୍ଟ ଅଧିବକ୍ତା କୁବେର ଚନ୍ଦ୍ର ସାହୁ, ମୁଖ୍ୟ ଅତିଥି ଭାବେ ନର୍ଲା ତହସିଲଦାର ଶଙ୍କର ବାଗ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ କୈଳାସ ଚନ୍ଦ୍ର ଭୋଇ, ଅମର ଜ୍ୟୋତି ସାଂସ୍କୃତିକ ଅନୁଷ୍ଠାନ କାଣ୍ଡେଲର ସଭାପତି ଉଦ୍ଧବ ଗଉଡ, ଯୋଗଦେଇ ଉତ୍ସବର ଶୁଭ ଉଦଘାଟନ କରିଥିଲେ। ଅନୁଷ୍ଠାନର କୋଷାଧ୍ୟକ୍ଷ ଜୟଦ୍ରଥ ଜାଲଙ୍କ ପୌରୋହିତ୍ୟରେ ଆୟୋଜିତ ଉକ୍ତ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିଜୟ କୁମାର ଧଙ୍ଗଡାମାଝୀ, ଯୁଗ୍ମ ସମ୍ପାଦକ ସୁଧୀର କୁମାର ଧଙ୍ଗଡାମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ।

Udyog Nursery
Udyogi Nursery

ସାଂସ୍କୃତିକ ସମ୍ପାଦକ ସଲିଲ କୁମାର ଧଙ୍ଗଡାମାଝୀ ମଞ୍ଚ ପରିଚାଳନା କରିଥିବାବେଳେ କ୍ରିଡ଼ା ସମ୍ପାଦକ ଅନିଲ କୁମାର ଧଙ୍ଗଡାମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ମଞ୍ଚରେ ଅମରଜ୍ୟୋତି ସାଂସ୍କୃତିକ ଅନୁଷ୍ଠାନ କାଣ୍ଡେଲର ବଜାସାଲ, ମାଁ ଧରଣୀ ସଂକିର୍ତ୍ତନ ମଣ୍ଡଳୀ ସରିଆଁର ବୈଠକୀ ସଂକିର୍ତ୍ତନ ଆଦି ଲୋକକଳା ପ୍ରଦର୍ଶିତ ହୋଇଥିଲା। ଏହି ଅବସରରେ କୁମାରସ୍ବାମୀଙ୍କ ପୂଜାର୍ଚ୍ଚନା ନିମନ୍ତେ କଳସଯାତ୍ରା ଅନୁଷ୍ଠିତ ହୋଇଥିଲା। ପାରମ୍ପରିକ ବାଦ୍ୟନାଦ ସହ ଗ୍ରାମର କୁମାରୀ ଓ ଗୃହିଣୀମାନେ ରାଜଗୈାରୀ ପୁଷ୍କରଣୀରୁ ମଞ୍ଚ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଆସିଥିଲେ। କୁମାରସ୍ବାମୀଙ୍କ ପୂଜାରେ ରାଧାମୋହନ ଧଙ୍ଗଡାମାଝୀ ଓ ତାଙ୍କ ଧର୍ମପତ୍ନୀ କନକ ଧଙ୍ଗଡାମାଝୀ କର୍ତ୍ତା ଦାଇତ୍ୱ ନିର୍ବାହ କରୁଥିବାବେଳେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନର ସଦସ୍ୟ ସଦସ୍ୟାମାନେ ସହଯୋଗ କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.