ଏନ ନମ୍ବର ଧନୀ ତାଲିକାରୁ ଖସିଲେ ଏଲନ ମସ୍କ

ଓଡ଼ିଆ ବାର୍ତ୍ତା/ ୱାଶିଂଟନ: ପୁଣି ଚର୍ଚ୍ଚାରେ ଏଲନ ମସ୍କ । ଏବେ ଟୁଇଟର ବା ମୋଟାକୁ ନେଇ ନୁହେଁ, ଏବେ ତାଙ୍କ ସମ୍ପତ୍ତିକୁ ନେଇ । ଗରିବ ହେଉଛନ୍ତି ଏଲନ ମସ୍କ । ହ୍ରାସ ପାଉଛି ତାଙ୍କର ସମ୍ପତ୍ତିର ମୂଲ୍ୟ । ଟେସଲା କମ୍ପାନୀର ମାଲକ ଏଲନ ମସ୍କ ଏବେ  ଆଉ ଦେଶର ୧ନଂ ଧନୀ ନୁହନ୍ତି। ହ୍ରାସ ପାଉଛି ତାଙ୍କର ସମ୍ପତ୍ତି। ଗତ ଦୀର୍ଘବର୍ଷ ଧରି ଏଲନ ମସ୍କ ବିଶ୍ୱର ୧ନଂ ଧନୀ ଥିଲେ। ହେଲେ ଏବେ ୧ ନମ୍ବର ରାଙ୍କରୁ ଖସି ଯାଇଛନ୍ତି ମସ୍କ । ଏବେ ତାଙ୍କ ନାଁ ୨ନଂରେ ରହିଛି   । ଏବେ ଏଲନ ମସ୍କଙ୍କ ପାଖରେ ୧୬୪ ବିଲିୟନ ଡଲାରର ସମ୍ପତ୍ତି ରହିଛି। ପ୍ରଥମ ସ୍ଥାନରେ ରହିଛନ୍ତି ଫ୍ରାନ୍ସ କୋଟପତି ତଥା ଏଲଭିଏମଚ୍‌ର ମାଲିକ ବେର୍ନାର୍ଡ ଆରନଲ୍ଟ । ସେହିପରି ଭାରତର ଗୌତମ ଆଦାନୀ ତୃତୀୟ ସ୍ଥାନରେ ରହିଛନ୍ତି ଏବଂ ତାଙ୍କ ସମ୍ପତ୍ତିର ମୂଲ୍ୟ ପୂର୍ବଭଳି ୧୨୫ ବିଲିୟନ ଡଲାର ରହିଥିବା  Bloomberg Billionaires Indexର ତଥ୍ୟରୁ ଜଣାପଡ଼ିଛି । ତେବେ କାହିଁକି ମସ୍କଙ୍କ ସମ୍ପତ୍ତି ହ୍ରାସ ପାଇଲା ?  ଏକଦା ୩୪୦ ବିଲିୟନ ଡଲାରର ମାଲିକ ଥିବା ମସ୍କ ଚଳିତ ବର୍ଷ ୧୦୦ ବିଲିୟନରୁ ଅଧିକ ଡଲାରର କ୍ଷତି ସହିଛନ୍ତି।  ଟ୍ୱିଟରକୁ କିଣିବା ପରେ ତାଙ୍କୁ ଏହି କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିଛି । ଆମାଜନର ମୁଖ୍ୟ ଜେଫ ବୋଜେସ ଓ ବିଲ ଗେଟ୍ସଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୧୬ ବିଲିୟନ ଡଲାର ଥିବାବେଳେ ଭାରତର ଅନ୍ୟତମ ଶିଳ୍ପପତି ମୁକେଶ ଅମ୍ବାନୀ ମୋଟ ୮୯.୭ ବିଲୟନ ଡଲାର ସହ ୯ମ ସ୍ଥାନରେ ଅଛନ୍ତି। ଭାରତ ଶିବ ନାଦର ୪୯ତମ ସ୍ଥାନରେ ରହିଛନ୍ତି। ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୨୪.୭ ବିଲିୟନ ଡଲାର।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.