ନର୍ଲା ହାଇସ୍କୁଲରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପଞ୍ଚାୟତ ସମିତି ସରକାରୀ ଉଚ୍ଚ ବିଦ୍ୟାଳୟ ନର୍ଲା ଠାରେ ବ୍ଲକ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହେଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅର୍ଚ୍ଚନା ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମେଳାରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଶିକ୍ଷାଧିକାରୀ ତପିମଣି ଜାନୀ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ମାଝୀ ଓ ସୂର୍ଯ୍ୟ ଦେବ ବାଗ ଯୋଗଦାନ କରିଥିଲେ।

ବିଚାରକ ଭାବେ ସରକାରୀ ହାଇସ୍କୁଲ ତଲବେଲଗାଁର ବିଜ୍ଞାନ ଶିକ୍ଷକ ବିରେନ୍ଦ୍ର ଆଚାର୍ଯ୍ୟ, ସରକାରୀ ହାଇସ୍କୁଲ କେସିଙ୍ଗାର ବିଜ୍ଞାନ ଶିକ୍ଷକ ଅଜୟ କୁମାର ସାହୁ, ସେରଗଡ଼ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ମିହିର କୁମାର ବେହେରା ଓ ରୁପ୍ରା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଚନ୍ଦ୍ର ଶେଖର ବେହେରା ଯୋଗ ଦେଇ ପ୍ରକଳ୍ପ ଗୁଡିକୁ ମୂଲ୍ୟାୟନ କରିଥିଲେ। ଏଥିରେ ବିଭିନ୍ନ ବିଦ୍ୟାଳୟରୁ ୭୨ଟି ପ୍ରକଳ୍ପ ପ୍ରଦର୍ଶିତ ହେଇଥିଲା।

ଏହି ମେଳାରେ ଓଡିଶା ଆଦର୍ଶ ବିଦ୍ୟାଳୟ ନର୍ଲାର ସ୍ୱୟଂ ସ୍ୱାଗତ କର, ପଞ୍ଚାୟତ ସମିତି ହାଇସ୍କୁଲ ନର୍ଲାର ବି. ଆଦିତ୍ୟ ନାରାୟଣ ସାମଲ, ରୁପ୍ରାରୋଡ ସରକାରୀ ହାଇସ୍କୁଲର କୁସୁମିଶ୍ରୀ ସା, ଘୋଡାବନ୍ଧ ହାଇସ୍କୁଲର ଜୋତ୍ସ୍ନା ସା, ଓଡିଶା ଆଦର୍ଶ ବିଦ୍ୟାଳୟ ନର୍ଲାର ଆଦ୍ୟା ଅଗ୍ରୱାଲ ଓ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସରିଆଁର ସୋଫିଆ ସେଫାଳିକା ଆଦି ଛାତ୍ରଛାତ୍ରୀଙ୍କ ୬ଟି ପ୍ରକଳ୍ପକୁ ଜିଲ୍ଲା ସ୍ତରକୁ ମନୋନୀତ କରାଯାଇଛି। କାର୍ଯ୍ୟକ୍ରମକୁ ନର୍ଲା ଗୋଷ୍ଠୀ ବିଜ୍ଞାନ କେନ୍ଦ୍ରର ସମ୍ପାଦକ ତଥା ଜୟଦୁର୍ଗା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର ସଞ୍ଚାଳନ କରିଥିଲେ।

କାର୍ଯ୍ୟକ୍ରମର ସଫଳ ରୂପାୟନରେ ତେଜରାଜ ସାହୁ, ସୁବାସ ପଧାନ, ସସ୍ମିତା ସୁନମୁଦି, ପ୍ରଶାନ୍ତ କୁମାର ସାହୁ, ଫାଲ୍ଗୁନା ରାଓ, ଧୀରେନ୍ଦ୍ର ନାଏକ, ହିତେଶ ମେହେର, ତପନ ଦାସ, ମିନକ୍ଷୀ ମିଶ୍ର, ପ୍ରଣତି ବୈଦ୍ୟ, ଶର୍ମିତା ସେଠୀ, ସୋନମ ରାଣୀ ପଧାନ, ସସ୍ମିତା ପ୍ରଧାନ, ଜ୍ୟୋତିର୍ମୟୀ ମହାନ୍ତି, ନିବେଦିତା ଗନ୍ତିଆ, ମିତ୍ରସେନ ସାହୁ ଓ ତରଣୀ ଧଙ୍ଗଡାମାଝି ପ୍ରମୁଖ ସାହାଯ୍ୟ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.