ଆଠ ବର୍ଷର ଝିଅକୁ ଅପହରଣ, ଦୁଷ୍କର୍ମ ପରେ ହତ୍ୟା !

ଓଡ଼ିଆ ବାର୍ତ୍ତା/ ରାୟପୁର (ଉମେଶ ଯାଦବ): ପାଶବିକତାର ସବୁ ସୀମା ଡେଇଁ ଜଣେ ୧୪ ବର୍ଷର ବାଳକ ଏକ ଆଠ ବର୍ଷର ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ କରିଛି, ପରେ ଝିଅର ମୃତ୍ୟୁ ଘଟିଛି। ଛତିଶଗଡର ରାଜଧାନୀ ରାୟପୁରରୁ ଏପରି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏହା ହତ୍ୟା ହୋଇଥିବା ଅଭିଯୋଗରେ ଜଣେ ଗିରଫ ହୋଇଛି। ରାୟପୁର ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ପ୍ରଶାନ୍ତ ଅଗ୍ରୱାଲ କହିଛନ୍ତି ଯେ, ବିଧାନସଭା ଥାନା ଅଧିନର ଜଣେ ଆଠ ବର୍ଷର ବାଳିକାକୁ ପ୍ରଥମେ ଅପହରଣ, ଦୁଷ୍କର୍ମ ଓ ହତ୍ୟା ହୋଇଥିବା ଅଭିଯୋଗରେ ଜଣେ ୧୪ ବର୍ଷର ବାଳକକୁ ଗିରଫ କରିଛି ପୋଲିସ। ଅଗ୍ରୱାଲ କହିଛନ୍ତି ଯେ ଏହି ମାସର ୭ ତାରିଖ ଦିନ ହଠାତ୍ ଝିଅଟି ସହରର ସଡ୍ଡୁ ଅଞ୍ଚଳରୁ ନିଖୋଜ ହୋଇଯାଇଥିଲା, ଏହା ପରେ ତାଙ୍କ ସମ୍ପର୍କୀୟମାନେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଧିକାରୀ କହିଛନ୍ତି ଯେ ଡିସେମ୍ବର ୧୩ରେ ସଡ୍ଡୁ ଅଞ୍ଚଳର ଏକ ଖାଲି ଜମିରୁ ଝିଅଟିର ମୃତଦେହ ଉଦ୍ଧାର କରାଯାଇଥିଲା। ତାଙ୍କ କହିବାନୁସାରେ, ଯେତେବେଳେ ଝିଅର ମୃତଦେହ ପୋଷ୍ଟ କରାଯାଇଥିଲା, ସେତେବେଳେ ତାଙ୍କୁ ଗଳା କାଟି ହତ୍ୟା କରାଯାଇଥିବା ଦେଖିବାକୁ ମିଳିଥିଲା। ଅଗ୍ରୱାଲ କହିଛନ୍ତି ଯେ ଝିଅର ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନରେ ଏକ ସିସିଟିଭି କ୍ୟାମେରାରୁ ସଂଗୃହିତ ଫୁଟେଜକୁ ବିଶ୍ଳେଷଣ କରିବାବେଳେ ପୋଲିସ ଉକ୍ତ ଅଞ୍ଚଳରେ ରହୁଥିବା ଜଣେ ବାଳକକୁ ସନ୍ଦେହ କରିଥିଲା। ସୂଚନାନୁସାରେ, ପୋଲିସ ବାଳକକୁ ପଚରାଉଚରା କରିଥିଲା, ଏହା’ପରେ ସେ ଅପରାଧ କରିଥିବା ସ୍ୱୀକାର କରିଛି। ପୋଲିସ ଅଧିକାରୀ କହିଛନ୍ତି ଯେ ନାବାଳିକାକୁ ଅପହରଣ, ହତ୍ୟା ଏବଂ ବଳାତ୍କାର ମାମଲାରେ ପୋଲିସ ୧୪ ବର୍ଷର ଏହି ନାବାଳକକୁ ଗିରଫ କରିଛି ଏବଂ ଏହି ଘଟଣାର ତଦନ୍ତ କରୁଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.