ନୂଆ ବ୍ୟବସ୍ଥା ନହେବା ଯାଏ ବିଚାରପତିଙ୍କ ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠିବ -ଆଇନମନ୍ତ୍ରୀ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: କୋର୍ଟରେ ବିଚାରପତି ନିଯୁକ୍ତିର ବର୍ତ୍ତମାନର କଲେଜିୟମ ବ୍ୟବସ୍ଥାକୁ ନେଇ କେନ୍ଦ୍ର ସରକାର ବାରମ୍ବାର ପ୍ରଶ୍ନ ଉଠାଉଛନ୍ତି। ଯଦିଓ ସୁପ୍ରିମକୋର୍ଟର ବିଚାରପତି ଏ ଦିଗରେ ନିରବ ରହିଛନ୍ତି ହେଲେ ଏହି ପ୍ରସଙ୍ଗରେ ଶୁଣାଣି ବେଳେ ବିଚାରପତି କହିସାରିଛନ୍ତି କଲେଜିୟମ ବ୍ୟବସ୍ଥାକୁ ମାନିବାକୁ ବାଧ୍ୟ। ଏବେ ପୁଣି ଏହାକୁ ନେଇ ଆଇନ୍ ମନ୍ତ୍ରୀ କିରଣ ରିଜଜ୍ଜୁ ପ୍ରତିକ୍ରିୟା ରଖିଛନ୍ତି। ସୁପ୍ରିମକୋର୍ଟଙ୍କ ତୀବ୍ର ପ୍ରତିକ୍ରିୟାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଗୁରୁବାର ସଂସଦରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ବିଚାରପତିଙ୍କ ନିଯୁକ୍ତି ସହ ଜଡିତ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ଯେପର୍ଯ୍ୟନ୍ତ ବିଚାରପତି ନିଯୁକ୍ତି ପାଇଁ ଏକ ନୂଆ ବ୍ୟବସ୍ଥା ସୃଷ୍ଟି ନହେବ ସେପର୍ଯ୍ୟନ୍ତ ବିଚାରପତି ପଦବୀ ଖାଲି ରହିବ। ଏବଂ ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠାଯିବ। ଆଇନ ମନ୍ତ୍ରୀ କହିଛନ୍ତି, ନ୍ୟାୟପାଳିକାରେ ବିଚାରପତିଙ୍କ ନିଯୁକ୍ତି ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ସରକାର ଏନଜେଏସି ଆଇନ ଆଣିଥିଲେ। କିନ୍ତୁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଏହି ଆଇନକୁ ଖାରଜ କରି ଦିଆଯାଇଥିଲା ଯାହା ଦ୍ୱାରା ୧୯୯୩ ମସିହାରୁ କାର୍ଯ୍ୟକାରୀ ହୋଇଥିବା କଲେଜିୟଲ୍ ବ୍ୟବସ୍ଥା ପୁନଃ ସ୍ଥାପିତ ହୋଇଥିଲା।

Omkar Vasthu
Omkar Vasthu

ବିଚାରପତି ନିଯୁକ୍ତି ପାଇଁ କଲେଜିୟମର ସୁପାରିଶକୁ ଅନୁମୋଦନ ଦେବା ଏବଂ ସୁପାରିଶ ଉପରେ ସରକାର ବିଳମ୍ବ କରିବା ନେଇ ଏକ ଆବେଦନର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ କଲେଜିୟମ ବ୍ୟବସ୍ଥା ଆଇନ ଅଟେ ଏବଂ ଏହାକୁ ପାଳନ କରାଯିବା ଆବଶ୍ୟକ। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଯଦି ସରକାର ଏକ ଆଇନ ଆଣିବାକୁ ଚାହାଁନ୍ତି, ତେବେ କିଏ ଏହାକୁ ଅଟକାଇଛନ୍ତି, କିନ୍ତୁ ବର୍ତ୍ତମାନ ଏହା ଆଇନ ଏବଂ ଏହାକୁ ପାଳନ କରିବାକୁ ପଡ଼ିବ। କେବଳ ଏତିକି ନୁହେଁ କେନ୍ଦ୍ର ସରକାରଙ୍କ ତରଫରୁ ହାଜର ହେଉଥିବା ଆଟର୍ଣ୍ଣି ଜେନେରାଲଙ୍କୁ ସରକାରଙ୍କୁ ଏହି ଆଇନଗତ ସ୍ଥିତି ବୁଝାଇଇବାକୁ କୋର୍ଟ କହିଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.