କଳାହାଣ୍ଡି ଉତ୍ସବ ଘୁମୁରା ଉପଲକ୍ଷେ ଥୁଆମୂଳ ରାମପୁରରେ ବ୍ଲକସ୍ତରୀୟ ଭଲିବଲ ପ୍ରତିଯୋଗୀତା 

ଓଡ଼ିଆ ବାର୍ତ୍ତା / ଥୁଆମୂଳ ରାମପୁର (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଳକରେ ୨୫ତମ କଳାହାଣ୍ଡି ଉତ୍ସବ ‘ଘୁମୁରା’-୨୦୨୩ ଜାନୁଆରୀ ୧୦ ଓ ୧୧ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ଆଜି ଶନିବାର ଖଣ୍ତୁଆଳ ଖେଳ ପଡିଆରେ ବ୍ଳକ ସ୍ତରୀୟ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଳକର ୮ ଗୋଟି ଦଳ ଯଥା; ଥୁଆମୂଳ ରାମପୁର, ଗୋପାଳପୁର, ବାଗଡିଆଣୀ, କେରପାଇ, ଥୁଆମୂଳ, ବଡଛତରଙ୍ଗ, ଗୋପିନଥପୁର, ତଲଝାପି ଦଳ ଅଂଶ ଗ୍ରହଣ କରିଥିଲେ। ଫାଇନାଲ ଖେଳ ଥୁଆମୂଳ ରାମପୁର ଓ ଗୋପାଳପୁର ଦଳଙ୍କ ମଧ୍ୟରେ ହୋଇଥିବା ବେଳେ ଏଥିରେ ଥୁଆମୂଳ ରାମପୁର ଦଳ ବିଜୟୀ ହୋଇଥିଲା। ଏହି କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ମାଝୀ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିପିଓ ଜ୍ଞାନରଞ୍ଜନ ଭୋଇ, ଏବିଡିଓ ଭରତ ମେହେର, ପୂର୍ବତନ ପଶ୍ଚିମ ଓଡିଶା ବିକାଶ ପରିଷଦ ସଭ୍ଯ ମାଣିକ୍ଯ ଚନ୍ଦ୍ର ନାଏକ, ସମାଜ ଳସେବୀ ଭରତ ଦଣ୍ତସେନା, ସିଆରସିସି ସୁନାଧର ମାଝୀ, ଥୁଆମୂଳ ସରପଞ୍ଚ ତଥା ସରପଞ୍ଚ ସଂଘର ସଭାପତି ବଳଭଦ୍ର ଜାନୀ, ଗୋପାଳପୁର ସରପଞ୍ଚ ବେଣୀ ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ। ବିଜୟୀ ଦଳକୁ ମୁଖ୍ୟ ଅତିଥି ଶ୍ରୀ ମାଝୀ ପୁରସ୍କୃତ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.