କିଶୋରୀ ବାଳିକା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): “ଶରୀର ସୁସ୍ଥ ରହିଲେ ମନ ସୁସ୍ଥ ରହିବ ମନ ସୁସ୍ଥ ରହିଲେ ଭଲ ପାଠ ହେବ ” ବୋଲି ସରକାରୀ ଆଶ୍ରମ ବିଦ୍ୟାଳୟର କିଶୋରୀ ବାଳିକାମାନଙ୍କୁ, ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ଏବଂ ଇମ୍ଫା ଦ୍ୱାରା ଆୟୋଜିତ କୈଶୋର ସ୍ୱାସ୍ଥ୍ୟ ଓ ବାଲ୍ୟ ବିବାହ ନିରୋଧନ ସଚେତନତା କାର୍ଯ୍ୟକ୍ରମରେ ପରାମର୍ଶ ଦେଇଛନ୍ତି ଇମ୍ଫା ଥେରୁବାଲିର କର୍ମୀକ ଓ ପ୍ରଶାସନିକ ବିଭାଗର ଉପମୁଖ୍ୟ ପ୍ରବନ୍ଧକ କଲୋଲ କୁମାର ନାୟକ । ରାୟଗଡ଼ ଜିଲ୍ଲା କୈଶୋର ନ୍ୟାୟିକ ପରିଷଦ ର ମାନ୍ୟବର ସଦସ୍ୟ ଶ୍ରୀମାନ ରାଧାଶ୍ୟାମ ପଣ୍ଡା ଏହି କାର୍ଯ୍ୟକ୍ରମ ରେ ସମ୍ମାନୀୟ ଅତିଥିଭାବେ ଯୋଗଦେଇ କିଶୋରୀ ବାଳିକା ମାନଙ୍କୁ “ଆମେ ବାଲ୍ୟ ବିବାହ କରିବୁ ନାହିଁ “ବୋଲି ଶପଥ ପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଇମ୍ଫାର ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ଶକ୍ତି ପାଣିଗ୍ରାହୀ ଯୋଗ ଦେଇ ଆମ ଅଂଚଳର ପ୍ରତ୍ୟେକ ବିଦ୍ୟାଳୟରେ ପଢୁଥିବା ବାଳିକାମାନଙ୍କୁ ବଂଶୀଧର ଓ ଇଲାପଣ୍ଡା ଏବଂ ଇମ୍ଫାର ମିଳିତ ସହଯୋଗରେ କୈଶୋର ସ୍ୱାସ୍ଥ୍ୟ ଓ ବାଲ୍ୟ ବିବାହ ନିରୋଧନ ଉପରେ ବିଭିନ୍ନ ସଚେତନତା ଧର୍ମୀ କାର୍ଯ୍ୟକ୍ରମ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସୁଶ୍ରୀ ରୋଜାଳୀନ ଓ ସୁଶ୍ରୀ ମୋନାଲିସା ଯୋଗ ଦେଇ କିଶୋରୀ ବାଳିକା ମାନଙ୍କୁ କୈଶୋର ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନତା କରିଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଉଦୟ ଚୌଧୁରି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ଇମ୍ଫା ଲୋକ ସମ୍ପର୍କ ବିଭାଗର ଲକ୍ଷ୍ମୀଧର ଓ ରବୀନ୍ଦ୍ର ସହଯୋଗ କରିଥିଲେ। ସେହିଭଳି ଏକା କାର୍ଯ୍ୟକ୍ରମ ଡୁମୁରିଗୁଡା ସରକାରୀ ଆଶ୍ରମ ବିଦ୍ୟାଳୟରେ ମଧ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଛାତ୍ରୀମାନେ ବହୁତ ଖୁସି ପ୍ରକଟ କରିଥିଲେ। ଉଭୟ ବିଦ୍ୟାଳୟ ପରିଚାଳନା କମିଟିର କର୍ମକର୍ତ୍ତାମାନେ ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ଓ ଇମ୍ଫାର ଏହିଭଳି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.