ନର୍ଲା ବ୍ଲକ ଯାଦବ ସମିତି ପକ୍ଷରୁ ଖଗେଶ୍ବର ଜାଲଙ୍କ ଶ୍ରଦ୍ଧାଞ୍ଜଳି ସଭା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଶିଷ୍ଟ ଯାଦବ ବ୍ୟକ୍ତିତ୍ବ ଖଗେଶ୍ବର ଜାଲଙ୍କ ଏକଦଶାହ ଅବସରରେ ନର୍ଲା ବ୍ଲକ ଯାଦବ ସମିତି ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ନୃପରାଜ ଯାଦବଙ୍କ ଅଧ୍ୟକ୍ଷତାରେ ମାଣ୍ଡେଲଠାରେ ଆୟୋଜିତ ଉକ୍ତ ସଭାରେ ଅନେକ ଯାଦବ ନେତୃତ୍ବ ଓ ଛତିଶ ପାଟକର ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଅମର ଆତ୍ମାର ସଦଗତି କାମନା କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଦିବଂଗତ ଖଗେଶ୍ବର ଜାଲ ନର୍ଲା ଯାଦବ ଭବନ ନିର୍ମାଣ ପାଇଁ ଜମି ଦାନ କରିଥିଲେ। ନର୍ଲା ଯାଦବ ଭବନ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଯାଦବନେତୃବର୍ଗ ମାଣ୍ଡେଲଠାରେ ପହଞ୍ଚିଥିଲେ। ସେଠାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଉପସଭାପତି ଦୁଲ୍ଲଭ ମାହାର, ଜିଲ୍ଲା ସାଧାରଣ ସମ୍ପାଦକ ସଞ୍ଜୟ ଧଙ୍ଗଡାମାଝୀ, କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋର, ଜିଲ୍ଲା ମିଡିଆ ସେଲ୍ ଅଧ୍ୟକ୍ଷ ସୁନୀଲ କୁମାର ଧଙ୍ଗଡାମାଝୀ, ଗୋଲାମୁଣ୍ଡା ବ୍ଲକ ଯାଦବ ସମିତି ସଭାପତି ଗିରିଧାରୀ ତେଜି, ଉତ୍କଳ ଯାଦବ ମହାସଭାର ପୂର୍ବତନ ଉପସଭାପତି ମହେନ୍ଦ୍ର ନାଏକ, ନର୍ଲା ବ୍ଲକ ଯାଦବ ସମିତି ସଭାପତି ଯୁଧିଷ୍ଠିର ଗଉଡ, ଉପସଭାପତି ଗିରିଧାରୀ ଗଉଡ ଓ ଲିଙ୍ଗରାଜ କରୁଆଁ, ବ୍ଲକ ସାଧାରଣ ସମ୍ପାଦକ ଧରଣୀ ଗଉଡ, କୋଷାଧ୍ୟକ୍ଷ ମାର୍କଣ୍ଡ ଜାଲ, ପୂର୍ବତନ ବ୍ଲକ ସଭାପତି ଟଙ୍କଧର ଭୋଇ ଓ ହୃଷିକେଶ ଭୋଇ, ଲକ୍ଷ୍ମଣ ବାଗ, ପଙ୍କଜ ଗଉଡ, ବିଜୟ ଧଙ୍ଗଡାମାଝୀ,  ବଦ୍ରିନାରାୟଣ ମିଶ୍ର, ସାରଥୀ ନାଏକ, ପୂର୍ବତନ ନର୍ଲା ବ୍ଲକ ଅଧ୍ୟକ୍ଷ ନିଲମଣି ସାହୁ, ପଙ୍କଜ ବଗର୍ତ୍ତି, ହିରୋ ହିରାଲାଲ ମହଲା, କବି ପଦ୍ମଲୋଚନ ମିଶ୍ର, ସୁମନ୍ତ ପୁଝାରୀ, ନର୍ଲାର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ ନାଏକ, ଯାଦବ ନେତା ଜଗତରାମ ନାଏକ, ପ୍ରଫୁଲ୍ଲ ଗହୀର, ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ବ୍ଲକର ପ୍ରାୟ ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ଜନପ୍ରତିନିଧି, ସ୍ବର୍ଗତ ଖଗେଶ୍ବରଙ୍କ ଦୁଇପୁତ୍ର ପଦ୍ମଲୋଚନ ଜାଲ ଓ ରୋମାଞ୍ଚଳ ଜାଲ, ଜ୍ଞାତି କୁଟୁମ୍ବ ଓ ଛତିଶ ପାଟକର ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ନର୍ଲା ବ୍ଲକ ଯାଦବ ସମିତି ସହସମ୍ପାଦକ ଅଜିତ କୁମାର କରୁଆଁ ମଞ୍ଚ ପରିଚାଳନା କରିଥିବାବେଳେ ଶେଷରେ କବି ମଧୁସୂଦନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ପ୍ରତିବର୍ଷ ଫେବୃୟାରୀ ୧୪ରେ ଖଗେଶ୍ବର ଜାଲଙ୍କ ସ୍ମୃତି ଉଦ୍ଦେଶ୍ୟରେ ନର୍ଲା ବ୍ଲକ ଯାଦବ ସମିତି ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବ ବୋଲି ଘୋଷଣା ହୋଇଛି। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.