ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନର୍ଲାର ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ  

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରେ ରହିଥିବା ଓଡିଶା ସରକାରଙ୍କ ଆଦର୍ଶ ବିଦ୍ୟାଳୟର ସପ୍ତମ ବାର୍ଷିକ ଉତ୍ସବ ସମ୍ପନ୍ନ ହୋଇ ଯାଇଛି। ବିଦ୍ୟାଲୟର ଅଧ୍ୟକ୍ଷ ଜୟନ୍ତ ଖମାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ନର୍ଲା ବିଧାୟକ ଭୁପିନ୍ଦର ସିଂ ଯୋଗଦାନ କରି କାର୍ଯ୍ୟକ୍ରମଟିକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବରେ ନର୍ଲା ଗୋଷ୍ଠି ଉନ୍ନୟନ ଅଧିକାରୀ ବାସନ୍ତୀ ସେଠୀ, ବ୍ଲକ ଶିକ୍ଷାଧିକାରୀ ତପିମଣି ଜାନୀ, ନର୍ଲା ଆଇଆଇସି ଗଙ୍ଗାଧର ମେହେର, ଜବାହର ନବୋଦ୍ଦୟ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ସନ୍ତୋଷ ପଣ୍ଡା ପ୍ରମୁଖ ଯୋଗଦାନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଭବାନୀପାଟଣା ସତ୍ୟସାଇ ବିଦ୍ୟା ମନ୍ଦିରର ଅଧ୍ୟକ୍ଷ ଉମେଶ ଚନ୍ଦ୍ର ଶତପଥି ଯୋଗଦାନ କରି ଶିକ୍ଷାକୁ ପ୍ରାଥମିକତା ଦେଇ ଛାତ୍ରଛାତ୍ରୀ ନିଜ ନିଜ କ୍ୟାରିୟର ଗଢି ତୋଳିବା ଉଚିତ୍ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ।

ପ୍ରଥମେ ବିଦ୍ୟାଳୟ ତରଫରୁ ପ୍ରକାଶିତ ପ୍ରାଚିର ପତ୍ର “ପ୍ରତିଲିପି”କୁ ଅତିଥି ବୃନ୍ଦ ଉନ୍ମୋଚନ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ବିଦ୍ୟାଳୟର ପ୍ରିନ୍ସପାଲ ଶ୍ରୀ ଖମାରୀ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ବିବରଣୀ ପଠନ କରିଥିଲେ। ବିଦ୍ୟାଳୟର ଶିକ୍ଷୟତ୍ରୀ ଅନିତା ରଥ ଓ ଟେକଧର ନାଗ ମଞ୍ଚ ପରିଚାଳନା କରିଥିଲେ। ବିଦ୍ୟାଳୟର ଅଭିଭାବକ ଓ ଶୁଭେଚ୍ଛୁ ମାନଙ୍କ ମଧ୍ୟରେ ସର୍ଗିଗୁଡାର ପୂର୍ବତନ ସରପଞ୍ଚ ହମେଶ କୁମାର ଜୈନ, ସୁମନ୍ତ କୁମାର ପୁଝାରୀ, ବିନାୟକ ମହନ୍ତ, ଅଧ୍ୟାପିକା ବାସନ୍ତୀ ସାହୁ ପ୍ରମୁଖଙ୍କ ସମେତ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ସମାଗମରେ କାର୍ଯ୍ୟକ୍ରମ ଉତ୍ସବ ମୁଖର ହୋଇଉଠିଥିଲା। ଏହି ଅବସରରେ ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

ଗତ ବର୍ଷ ମୃତ୍ୟୁବରଣ କରିଥିବା ବିଦ୍ୟାଳୟର ଆଦର୍ଶ ଶିକ୍ଷୟତ୍ରୀ ଆର୍ଯାକୁମାରୀ ପ୍ରାଚୀ ପ୍ରଭାଙ୍କ ସ୍ମୃତି ଚାରଣ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ସହକାରୀ ଶିକ୍ଷକ ହେମନ୍ତ ଭୋଇ, ରାଜକିଶୋର ରଣା, ତରୁଣ ପାଣ୍ଡେ, ଶୁଭ୍ରାଂଶୁ ଶେଖର ବେହେରା, ମୋନାଲିସା ଚନ୍ଦନ, ବିଶ୍ୱଜିତ ମହାନ୍ତି, ବିଜୟ କୁମାର ମେହେର, ପ୍ରିୟବ୍ରତ ପ୍ରଧାନ, ମୁକ୍ତାଶ୍ରୀ ମାଝୀ, ଝସକେତନ ସା, ସୁବାସିନୀ ବିଶ୍ୱାଳ, ହୀନା କୁରେଶି ଏବଂ ସମସ୍ତ ଚତୁର୍ଥସ୍ରେଣୀ କର୍ମଚାରୀମାନେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମର ଦ୍ୱିତୀୟ ଅଧିବେଶନରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଶିତ ସମ୍ବଲପୁରୀ ଓ ଓଡିଶୀ ନୃତ୍ୟ ସାଙ୍ଗକୁ ସୃଜନାତ୍ମକ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ହୃଦୟକୁ ବେଶ୍ ଛୁଇଁ ପାରିଥିଲା। ଶେଷରେ ଶିକ୍ଷକ ଆଶିଷ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.