ବେଲୁନ୍ ନୁହେଁ ଆଗକୁ ଗୁପ୍ତଚରଙ୍କ ଉପରେ ନଜର ରଖିବ ମୃତ ପକ୍ଷୀ

ଯୁଦ୍ଧ ପୂର୍ବରୁ ବା ଯୁଦ୍ଧ ସମୟରେ ପ୍ରତିପକ୍ଷ ଦେଶର ବିଭିନ୍ନ ତଥ୍ୟ ସଂଗ୍ରହ କରିବା ପାଇଁ ଗୁପ୍ତଚର ହେଉଛି ସବୁଠାରୁ ବଡ ଅସ୍ତ୍ର ।ନିକଟରେ ଆମେରିକାର ଆକାଶରେ ଚୀନ୍‌ର ଏକ ବେଲୁନ୍ ଦେଖାଯିବା ପରେ ଏହାକୁ ଗୁପ୍ତଚର ବେଲୁନ୍‌ର ଆଖ୍ୟା ଦିଆଯିବା ସହ ସାରା ବିଶ୍ୱରେ ଆଲୋଚନା ଜୋର ଧରିଲା । ଏହାକୁ ବିଶେଷଜ୍ଞମାନେ ମଧ୍ୟ ଗୁରୁତ୍ୱ ଦେଇଥିଲେ । ବିଭିନ୍ନ ନୂଆ ନୂଆ ପଦ୍ଧତି ବ୍ୟବହାର କରି ଆମେରିକୀୟଙ୍କ ବ୍ୟକ୍ତିଗତ ସୂଚନା ସଂଗ୍ରହ କରିବାକୁ ଚୀନ୍ ଚାହୁଁଛି ବୋଲି ଅନେକ ବିଶେଷଜ୍ଞମାନେ ମତ ରଖିଥିଲେ । ତେବେ ଚୀନ୍‌ର ଏହି ତଥାକଥିତ ଗୁପ୍ତଚର ବେଲୁନକୁ ମିଶାଇଲ ମାଡ଼ କରି ନଷ୍ଟ କରିଦେଇଥିଲା ଆମେରିକା । ଏହାପରେ ଏଠାକାର ବୈଜ୍ଞାନିକମାନେ ଏବେ ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ଗୋଟିଏ ପାଦ ଆଗକୁ ଯାଇ ଚିନ୍ତା କରିଛନ୍ତି । ବେଲୁନ୍ ନୁହେଁ ଆଗକୁ ଗୁପ୍ତଚରଙ୍କ ଉପରେ ନଜର ରଖିବା ପାଇଁ ମୃତ ପକ୍ଷୀ କୌଶଳ ଆପଣାଇବା ପାଇଁ ଉଦ୍ୟମ କରୁଛନ୍ତି ଏଠାକାର ବୈଜ୍ଞାନିକ । ଆମେରିକୀୟ ବୈଜ୍ଞାନିକମାନେ ମୃତ ପକ୍ଷୀଙ୍କୁ ବ୍ୟବହାର କରି ମଣିଷ ପରି ଗୁପ୍ତଚର ବୃତ୍ତି କରିବାର କୌଶଳ ଉଦ୍ଭାବନ କରିଛନ୍ତି । ଖାସ୍‌କରି ଟ୍ୟାକ୍ସିଡର୍ମାଇଡ୍ ପ୍ରଜାତିର ବୃହତକାଳୟ ପକ୍ଷୀଙ୍କ ମୃତ ଦେହକୁ ଡ୍ରୋନରେ ପରିଣତ କରିବାର ଏକ ଉପାୟ ଖୋଜି ପାଇଛନ୍ତି ସେଠାକାର ବୈଜ୍ଞାନିକମାନେ । ଏହାକୁ ଗୁପ୍ତଚର ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ ବୋଲି ସେମାନେ ଦାବି ରଖିଛନ୍ତି । ଆମେରିକୀୟ ଇନଷ୍ଟିଚ୍ୟୁଟ୍ ଅଫ୍ ଏରୋନେଟିକ୍ସ ଏବଂ ଆଷ୍ଟ୍ରୋନିକ୍ ସାଇଟେକ୍ ଫୋରମ ସୂତ୍ରରୁ ଜଣାଯାଇଛି ଯେ, ଡ୍ରୋନ୍ ତିଆରି ପାଇଁ ବୈଜ୍ଞାନିକମାନେ ମୃତ ପକ୍ଷୀମାନଙ୍କର ଚର୍ମ ବ୍ୟବହାର କରୁଛନ୍ତି । ମେକାନିକାଲ୍ ଡ୍ରୋନ୍‌ଗୁଡ଼ିକ ଠିକ୍ ପକ୍ଷୀମାନଙ୍କ ଆକାର ପରି ତିଆରି ହେବ । ଯେତେବେଳେ ଆକାଶରେ ଏହି ଡ୍ରୋନ୍ ତଦାରଖ କରିବା ଆରମ୍ଭ କରିବ, ଏହା କୌଣସି ଯନ୍ତ୍ର ନୁହେଁ ବରଂ ଅସଲି ପକ୍ଷୀପରି ଦୃଶ୍ୟମାନ ହେବ । ବିଶେଷ କଥା ହେଉଛି, ପକ୍ଷୀ ଆକାରର ଏହି ଡ଼୍ରୋନଗୁଡ଼ିକ ଯେତେବେଳେ ବିଭିନ୍ନ ପକ୍ଷୀମାନଙ୍କ ଗହଣରେ ଉଡ଼ିବ ତାକୁ କେହି ସନ୍ଦେହ କରିପାରିବେ ନାହିଁ । ଏହି କାର୍ଯ୍ୟ ସେଠାକାର ବୈଜ୍ଞାନିକମାନେ ଖୁବ୍‌ଶୀଘ୍ର ସମ୍ପୂର୍ଣ୍ଣ କରିବେ । ଏହାକୁ ସେନା ଏବଂ ଲୋକଙ୍କୁ ବ୍ୟବହାର ପାଇଁ ଦିଆଯିବ । ଏହା ଗୁପ୍ତଚରଙ୍କ ଉପରେ ତୀକ୍ଷ୍‌ଣ ନଜର ରଖିବ । ପରେ ପଶୁମାନଙ୍କ ଉପରେ ନଜର ରଖିବା ପାଇଁ ମଧ୍ୟ ଏହି ଡ଼୍ରୋନ ବ୍ୟବହାର କରାଯିବ ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି । ଏହି ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଇଞ୍ଜିନିୟର ଡକ୍ଟର ମୁସ୍ତାଫା ହାସନଲିଆନ୍ ଏବଂ ଆମୀର କହିଛନ୍ତି ଯେ, ଆମେ ଏଥିପାଇଁ ପ୍ରବାସୀ ପକ୍ଷୀ ବ୍ୟବହାର କରିବୁ । ସେମାନଙ୍କ ଶକ୍ତି ସଞ୍ଚୟ କୌଶଳ ଏଥିପାଇଁ ବ୍ୟବହୃତ ହେବ । ଏହାକୁ ବାୟୋମାଇମିକ୍ରି କୁହାଯାଏ । ଏହାର ଅର୍ଥ ହେଉଛି ଦୁନିଆରେ ପୂର୍ବରୁ ବିଦ୍ୟମାନ ଜିନିଷ ବ୍ୟବହାର କରି ନୂତନ ଜିନିଷ ସୃଷ୍ଟି କରିବା, ଯେଉଁଥିରେ ଟେକ୍ନୋଲୋଜି ବି ସାମିଲ ହେବ । ଜଙ୍ଗଲ ନଷ୍ଟ ହେବା ଏବଂ ଗୁପ୍ତଚରମାନଙ୍କୁ ଟ୍ରାକ କରିବା ପାଇଁ ଏହା ବ୍ୟବହାର କରାଯାଇପାରିବ ବୋଲି ଟିମ୍‌ର ସଦସ୍ୟମାନେ କହିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.