ଡ଼ଃ ସାଧୁରାମ ଅଗ୍ରୱାଲ ମେମୋରିଆଲ ରାଜ୍ୟସ୍ତରୀୟ ଭଳିବଲ ଟୁର୍ଣ୍ଣାମେଣ୍ଟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ରୁପ୍ରାରୋଡ଼ ସ୍ଥିତ ଲକ୍ଷ୍ମୀପୂଜା ପଡିଆ ଠାରେ ଶନିବାର ଅପରାହ୍ନ ୪ ଘଣ୍ଟା ସମୟରେ ହୋଇଯାଇଛି ଡ଼ଃ ସାଧୁରାମ ଅଗ୍ରୱାଲ ମେମୋରିଆଲ ରାଜ୍ୟସ୍ତରୀୟ ଏକଦିବାସୀୟ ଭଳିବଲ ଟୁର୍ଣ୍ଣାମେଣ୍ଟ । ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି ଯୋଗଦାନ କରି ଫିତାକାଟି ଟୁର୍ଣ୍ଣାମେଣ୍ଟ କୁ ଉଦ୍ଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବରେ ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ରୁପ୍ରାରୋଡ଼ ସରପଞ୍ଚ ହେମନ୍ତ ଭୋଇ, ଯୁବ ଉଦ୍ୟୋକ୍ତା ଦିନେଶ ଅଗ୍ରୱାଲ, ବିଶିଷ୍ଟ ସମାଜସେବୀ ସ୍ବର୍ଗତ ଡ଼ଃ ସାଧୁରାମ ଅଗ୍ରୱାଲ ଙ୍କ ସୁପୁତ୍ର ଯୁବ ସମାଜସେବୀ, ଉଦ୍ୟୋକ୍ତା ସୁମିତ କୁମାର ଅଗ୍ରୱାଲ, ସମବାୟ ସମିତି ସଭାପତି ଦେବରାଜ ମାଝୀ ପ୍ରମୁଖ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଏକ ଦିବାସୀୟ ଭଳିବଲ ଟୁର୍ଣ୍ଣାମେଣ୍ଟ ରେ ବିଭିନ୍ନ ଜିଲ୍ଲାରୁ ଭବାନୀପାଟଣା, ଟ୍ଵିନ୍କଲ ସ୍ପୋର୍ଟିଂ ଜାମପାଲି(ନୂଆପଡା), କଳାହାଣ୍ଡି, ଇମ୍ଫା ରାୟଗଡା, ବଉଦ, ବଲାଙ୍ଗୀର, ଭାବେଶ ସ୍ପୋର୍ଟିଂ ବରଗଡ, ଓଡିଶା ପୋଲିସ( ଭୁବନେଶ୍ୱର) କଳାହାଣ୍ଡି କିଙ୍ଗ ଅଂଶ ଗ୍ରହଣ କରିଥିଲେ ଉଦ୍ଘାଟନୀ ମ୍ୟାଚ ଜାମପାଲି ଓ କଳାହାଣ୍ଡି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ନୂଆପଡା ଟିମ କଳାହାଣ୍ଡି କୁ ୨-୦ ରେ ମାତ ଦେଇ ବିଜୟ ଲାଭ କରିଥିଲା । ଫାଇନାଲ ଖେଳ ନୂଆପଡା ଓ ଓଡ଼ିଶା ପୋଲିସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡିଶା ପୋଲିସ ୨-୦ ରେ ବିଜୟୀ ହୋଇ ଚମ୍ପିୟାନ ହୋଇଥିଲା । ୟଙ୍ଗ ଷ୍ଟାର ଭଳିବଲ ଏସୋସିଏସନ ରୁପ୍ରାରୋଡ଼ ତରଫରୁ ପ୍ରତିବର୍ଷ ଏହି ଭଳିବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇ ଆସୁଥିବା ବେଳେ ଚଳିତ ବର୍ଷ ରୁପ୍ରାରୋଡ଼ ର ବିଶିଷ୍ଟ ସମାଜସେବୀ ଡ଼ଃ ସାଧୁରାମ ଅଗ୍ରୱାଲଙ୍କ ସ୍ମୃତି ଉଦ୍ଦେଶ୍ୟରେ ଅନୁଷ୍ଠିତ ହୋଇଥିଲା ।

Udyog Nursery
Udyogi Nursery

ଏହି ଦିବାରାତ୍ରୀ ଏକଦିବାସୀୟ ଭଳିବଲ ଟୁର୍ଣ୍ଣାମେଣ୍ଟ ରାତି ୧୧.୩୦ ସମୟ ପରିସମାପ୍ତି ହୋଇଥିଲା । ଏହାପରେ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଚମ୍ପିୟାନ ଓଡିଶା ପୋଲିସକୁଟ୍ରଫି ସହ ୧୫,୦୦୦ ଓ ଉପବିଜେତା ନୂଆପଡାକୁ ଟ୍ରଫି ସହ ୧୧,୦୦୦ ଟଙ୍କା ନଗଦ ପୁରସ୍କାର ପ୍ରଦାନ କରାଯାଇଥିଲା । ପ୍ଲେୟର ଅଫ ଦି ଟୁର୍ଣ୍ଣାମେଣ୍ଟ ଭାବରେ ନୂଆପଡ଼ାର ଦୁର୍ଦ୍ଦଶ ସ୍ମାସର ସୁଧୀର କୁମାରଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା ।

ୟଙ୍ଗ ଷ୍ଟାର ଭଳିବଲ ଏସୋସିଏସନ ରୁପ୍ରାରୋଡ଼ ର ବରିଷ୍ଠ ସଦସ୍ୟ ନାରାୟଣ ମହାନ୍ତି, ସୁଜିତ ଗହୀର, ପ୍ରବୀଣ ଦଳେଇ, ରଜତ ପଟେଲ, ଚମ୍ପୁ ଭୋଇ, ମୁନ୍ନା ଭୋଇ, ସଞ୍ଜୟ ଭୋଇ, ସୁବୋଧ ଭୋଇ, ସୁଜିତ ଭୋଇ ପ୍ରମୁଖ ତୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ । ରେଫରୀ ଭାବରେ ପରୀକ୍ଷିତ ଖର୍ସେଲ, ଏଏମ ଖରସେଲମଳୟ କୁମାର ବିଶ୍ୱାସ ଓ ଜିତେନ୍ଦ୍ର ବଢ଼େଇ ସମସ୍ତ ମ୍ୟାଚ ପରିଚାଳନା କରିଥିବା ବେଳେ ଫରେଷ୍ଟର ଶୁଭେନ୍ଦୁ ବିଶି ଧାରାବିବରଣୀ ପ୍ରଦାନ କରିଥିଲେ । ରୁପ୍ରାରୋଡ଼ ର ବିଶିଷ୍ଟ ସମାଜସେବୀ ସ୍ବର୍ଗତ ଡ଼ଃ ସାଧୁରାମ ଅଗ୍ରୱାଲ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଚଳିତ ବର୍ଷ ଭଳିବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିବାରୁ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି ୟଙ୍ଗ ଷ୍ଟାର ଭଳିବଲ ଏସୋସିଏସନ କୁ ସାଧୁବାଦ ଜ୍ଞାନପ କରିବା ସହ କ୍ଲବ ର ଉତ୍ତୋରତ୍ତର ଉନ୍ନତି କାମନା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.