ଜୟପାଟଣାରେ ବ୍ଳକ ସ୍ତରୀୟ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ବ୍ଳକ ସ୍ତରୀୟ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସମିତି ଅଧ୍ୟକ୍ଷ ଥବିର ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲପାଳ ପି.ଅନ୍ୱେଷା ରେଡ୍ଡୀ ସମସ୍ତ ବିଭାଗର ଅଧିକାରୀ ଜୟପାଟଣା ବ୍ଲକର ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ସମସ୍ତ ପଞ୍ଚାୟତ ର କାର୍ଯ୍ୟନିର୍ବାହୀ ଅଧିକାରୀ, ଜୟପାଟଣା ବ୍ଲକର ଗୋଷ୍ଠୀ ସାମାଜିକ ଅଧିକାରୀ ସିଦ୍ଧାନ୍ତ କୁମାର ମୁଣ୍ଡ, ଯୋଗାଣ ନୀରିକ୍ଷକ ପ୍ରିୟରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ରହି ଅଭିଯୋଗ ନେଇ ଆସିଥିବା ହିତାଧିକାରୀ ମାନଙ୍କର ଅଭିଯୋଗକୁ ଗ୍ରହଣ କରିଥିଲେ। ଏହି ଅଭିଯୋଗ ଶୁଣାଣୀ ଶିବିରରେ ଗ୍ରାମୀଣ ଆବାସ ଯୋଜନାରେ ୧୦୫ ଜଣ ହିତାଧିକାରୀ ଅଭିଯୋଗ କରିଥିବା ବେଳେ ସାମାଜିକ ସୁରକ୍ଷା ଯୋଜନାରେ ୪୫ ଜଣ ହିତାଧିକାରୀ ଭତ୍ତା ପାଇଁ ଅଭିଯୋଗ କରିଛନ୍ତି। ସେହିଭଳି ଗରିବ କଲ୍ୟାଣ ତଥା ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ୟମରେ ୧୧ ଜଣ ହିତାଧିକାରୀ ରେସନ କାର୍ଡ ପାଇଁ ଅଭିଯୋଗ କରିଥିବା ଦେଖିବାକୁ ମିଳିଥିଲା। ଶିବିରର ଗୋଟିଏ ଜାଗାରେ ପଞ୍ଜୀକରଣ କରାଯାଇ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କ ପାଖକୁ ହିତାଧିକାରୀ ମାନଙ୍କୁ ପାଠା ଯାଉଥିବା ଦେଖିବାକୁ ମିଳିଥିଲା।  ସମସ୍ତ ଅଭିଯୋଗକୁ ମାନ୍ୟବର ଜିଲ୍ଲାପାଳ ଗ୍ରହଣ କରି ଏହାର ସମାଧାନ କରୁଥିବା ବିଶ୍ୱାସ ସୁତ୍ରରୁ ଖବର ମିଳିଛି। ଜୟପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ନିଗ୍ଧା ରାଣୀ ପ୍ରଧାନ ଏବଂ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.