ଓଡ଼ିଆ ବାର୍ତ୍ତା/ ଜଗତସିଂହପୁର: ଗୋପାଳପୁର ପଞ୍ଚାୟତ ମା ମଙ୍ଗଳା ୟୁଥ୍ କ୍ରିକେଟ କ୍ଲବ ଆନୁକୁଲ୍ୟରେ ମା ମଙ୍ଗଳା ପ୍ରିମିୟମ ଲିଗ୍ ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ରାଇଜିଂ ଷ୍ଟାର କଣ୍ଟାପଡ଼ା ଓ ଏମଏସଏସ ସ୍ପୋଟିଂ କ୍ଲବ ପୁରୁଣାବସନ୍ତ ମଧ୍ୟରେ ହୋଇଥିଲା। ପ୍ରଥମେ ଏମଏସଏସ ସ୍ପୋଟିଂ କ୍ଲବ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭର ରେ ୧୧୯ ରନ କରିଥିଲା। ୧୨୦ ରନ ର ବିଜୟ ଲକ୍ଷ୍ୟ କୁ ରାଇଜିଂ ଷ୍ଟାର ୧୦ ଓଭରରେ ୬ ୱିକେଟ ହରାଇ ହାସଲ କରି ଚମ୍ପିୟାନ ହୋଇଥିଲା। ମୁଖ୍ୟ ଅତିଥି ଭାବେ ନିର୍ବାଚନ ମଣ୍ଡଳୀ ଛାତ୍ର ବିଜେଡ଼ି କାର୍ଯ୍ୟକାରୀ ସଭାପତି ରବିନାରାୟଣ କର, ମୁଖ୍ୟବକ୍ତା ସମିତି ସଭ୍ୟ ବିଷ୍ଣୁପ୍ରିୟା ପ୍ରଧାନ, ସମ୍ମାନିତ ଅତିଥି ସରପଞ୍ଚ ପ୍ରତିନିଧି ଶୁଭାଶିଷ ସ୍ବାଇଁ, ବ୍ଲକ ଛାତ୍ର ବିଜେଡ଼ି ସଭାପତି କାଳନ୍ଦି ଦାଶ, ସମାଜସେବୀ ପ୍ରଦୀପ ଦାଶ (ସୁନା) ଯୋଗ ଦେଇ ବିଜୟୀ ଓ ରନର୍ସ ଅପ୍ ଦଳକୁ ଟ୍ରଫି ଏବଂ ଅର୍ଥରାଶି ପ୍ରଦାନ କରିଥିଲେ। ଖେଳକୁ ଅମ୍ପ୍ୟୟାର ଭାବେ ପ୍ରଦୀପ ଦାଶ ଓ ଅମର ରଞ୍ଜନ ପଣ୍ଡା ପରିଚାଳନା କରିଥିଲେ।କ୍ଲବର ସଦସ୍ୟ ଅରିଜିତ ଦାଶ, ବାସୁଦେବ ଦାଶ, ସ୍ୱାତିଶ ଦାଶ, ଆଶୁତୋଷ ଦାଶ, ତାରାକାନ୍ତ ଦାଶ, ଆଲୋକ, ଜୟପ୍ରକାଶ, ରୁଦ୍ର, ରାଜେଶ, ଅଭିଷେକ, ପ୍ରିତିଶ, ଆର୍ୟନ, ଗୁରୁପ୍ରସାଦ, ସଚିନ, କାହ୍ନା, ସଂଜିତ୍, ଜିନୁ, ଜ୍ଞାନେଶ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ସୁବାଷ ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ।






