ତ୍ରିପୁରାରେ ପୁଣି ବିଜେପି ସରକାର, ସର୍ବାଧିକ ଆସନ ଜିତିବା ନେଇ ପୂର୍ବାନୁମାନ

ଓଡ଼ିଆ ବାର୍ତ୍ତା/ ଅଗରତାଲା: ଫେବ୍ରୁଆରୀ ୧୬ ତାରିଖରେ ତ୍ରିପୁରା ନିର୍ବାଚନ ହୋଇଥିଲା। ଏବେ ଏକ୍‌ଜିଟ୍ ପୋଲ୍ ରିପୋର୍ଟ ପ୍ରକାଶ ପାଇଛି। ଏଥର ପୁଣିଥରେ ବିଜେପି ସରକାର ଗଠନ କରିବ। ବିଭିନ୍ନ ଜାତୀୟ ଗଣମାଧ୍ୟମ ପକ୍ଷରୁ ପ୍ରକାଶ କରାଯାଇଥିବା ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟରେ ଏଭଳି ଦାବି କରାଯାଇଛି। ତ୍ରିପୁରା ବିଧାନସଭାର ୬୦ ଆସନ ମଧ୍ୟରୁ ବିଜେପି ୩୬-୪୫ ଆସନ ଜିତି ସରକାର ଗଠନ କରିପାରେ ବୋଲି ଇଣ୍ଡିଆ ଟୁଡେର ଆକ୍ସିସ ମାଇ ଇଣ୍ଡିଆର ସର୍ଭେରେ ରିପୋର୍ଟ କହିଛି। ବିଜେପି ଏବଂ ଏହାର ସହଯୋଗୀ ଦଳକୁ ୪୫ ପ୍ରତିଶତ ଭୋଟ ମିଳିଛି ଏକ୍‌ଜିଟ୍ ପୋଲ୍‌ ରିପୋର୍ଟ ସୂଚନା ଦେଇଛି। ଅନ୍ୟପଟେ ଏଥର ରାଜ୍ୟରେ କଂଗ୍ରେସ ବାମ ଦଳ ସହ ମେଣ୍ଟ କରି ନିର୍ବାଚନ ଲଢ଼ିଛି। କଂଗ୍ରେସ ଏବଂ ବାମ ଦଳ ମେଣ୍ଟକୁ ୬ରୁ ୧୧ ଆସନ ମିଳିପାରେ ବୋଲି ଆକ୍ସିସ ମାଇଁ ଇଣ୍ଡିଆର ସର୍ଭେରେ ରିପୋର୍ଟ କହିଛି। ସେହିପରି ତିପୁରା ମୋଥାକୁ ୯ରୁ ୧୬ ଆସନ ଜିତିବା ନେଇ ପୂର୍ବାନୁମାନ କରାଯାଇଛି । ସେହିପରି ଜି ନ୍ୟୁଜ୍ ମେଟ୍ରିଜ୍ ଏକ୍ସଜିଟ୍ ପୋଲରେ ବିଜେପି ୨୯-୩୬, କଂଗ୍ରେସ+ବାମ ୧୩-୨୧, ତିପୁରା ମୋଥା ୧୧-୧୬ ଏବଂ ଅନ୍ୟଙ୍କୁ ୦-୩ ଆସନ ମିଳିପାରେ ବୋଲି ଅନୁମାନ କରାଯାଇଛି। ସୂଚନା ଥାଉକି, ଗତ ୨୦୧୮ ନିର୍ବାଚନରେ ବିଜେପି ୩୬ ଆସନ ଜିତି ପ୍ରଥମ ଥର ପାଇଁ ରାଜ୍ୟରେ ସରକାର ଗଠନ କରିଥିଲା। ସେତେବେଳେ ବିଜେପି ଅଧ୍ୟକ୍ଷ ବ୍ଲିପବ ଦେବ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ। ହେଲେ ୩ ବର୍ଷ ପରେ କେନ୍ଦ୍ର ବିଜେପି ତାଙ୍କୁ ହଟାଇ ମାଣିକ ସାହଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇଥିଲା। ଆଉ ୨୦୨୩ ନିର୍ବାଚନରେ ବିପ୍ଳବ ଦେବ ନିର୍ବାଚନ ଲଢ଼ି ନଥିବା ସୂଚନା ମିଳିଛି।

Omkar Vasthu
Omkar Vasthu

ମେଘାଳୟ ସ୍ଥିତି ଜଟିଳ

Pearl dental clinic
Near Ashish Medical Store, Bhawanipatna

ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ ମେଘାଳୟରେ ସ୍ଥିତି ଟିକେ ଜଟିଳ ରହିଛି। ଏଠାରେ କର୍ଣ୍ଣାଡୋ ସାଙ୍ଗମାଙ୍କ ଦଳ ନ୍ୟାସ୍‌ନାଲ ପିପୁଲ୍ସ ପାର୍ଟି ବିଜୟ ହୋଇପାରେ ବୋଲି ସର୍ଭେ ରିପୋର୍ଟ କହିଛି। ରାଜ୍ୟରେ ମୋଟ ୬୦ ଆସନରୁ ଦଳ ୧୮-୨୪ ଆସନ ପାଇବ। ସେହିପରି ଏଠାରେ ବିଜେପି ମାତ୍ର ୫ ଆସନ ଜିତିବାକୁ ଥିବା ବେଳେ କଂଗ୍ରେସ ୬-୧୨, ଟିଏମ୍‌ସି ୫-୯ ଅନ୍ୟ ଦଳ ୧୭-୨୯ ଆସନ ଜିତିବାର ସମ୍ଭାବନା ରହିଛି। ତେଣୁ ରାଜ୍ୟରେ ମେଣ୍ଟ ସରକାର ହୋଇପାରେ ବୋଲି ଇଣ୍ଡିଆ ଟୁଡେ ସର୍ଭେ ରିପୋର୍ଟରେ କୁହାଯାଇଛି।

Udyog Nursery
Udyogi Nursery

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.