କଟକରେ ‘କୈବଲ୍ୟ ରତ୍ନବେଦୀ ସମ୍ମାନ’ ପାଇଲେ କଳାହାଣ୍ଡିର ୩ ପ୍ରତିଭା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳା ବିକାଶ କେନ୍ଦ୍ର କଟକ ଠାରେ ଆୟୋଜିତ ରାଜ୍ୟସ୍ତରୀୟ କିମ୍ବଦନ୍ତୀ ଆଧ୍ୟାତ୍ମିକ ସାହିତ୍ୟ ମହାସଭା ଏବଂ କିମ୍ବଦନ୍ତୀ କଥନ ଅବସରରେ କଳାହାଣ୍ଡିର ୩ଜଣ ପ୍ରତିଭା କୈବଲ୍ୟ ରତ୍ନବେଦୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଭବାନୀପାଟଣାର ବନଶ୍ରୀ ଦାଶ ‘ମାଁ ମାଣିକେଶ୍ବରୀଙ୍କ କିମ୍ବଦନ୍ତୀ କଥନ’, କୋକସରାର ରିକ୍ଷୀରାମ ମେହେର ‘ମଧୁ ମାଧବ ତୀର୍ଥ ଡୋକରୀ ଚଂଚରା କିମ୍ବଦନ୍ତୀ କଥନ’, ଓ କମଳିନୀ ଚଣ୍ଡୀ ‘ଦାଦପୁର ଶିବାଳୟ କିମ୍ବଦନ୍ତୀ କବିତା’ ଉପସ୍ଥାପନ କରି କୈବଲ୍ୟ ରତ୍ନବେଦୀ ସମ୍ମାନ ୨୦୨୩ରେ ସମ୍ମାନିତ ହୋଇଛନ୍ତି। କଳାହାଣ୍ଡିର ତିନୋଟି ସ୍ଥାନର କିମ୍ବଦନ୍ତୀ ଉପସ୍ଥାପନ ସେମାନେ ଜିଲ୍ଲା ପାଇଁ ଗୌରବ ଆଣି ଥିବାରୁ ଅଞ୍ଚଳରେ ପ୍ରଶଂସାର ସୁଅ ଛୁଟୁଅଛି। ଏହି ଆଧ୍ୟାତ୍ମିକ ସାହିତ୍ୟ ମହାସଭାରେ ଦୁଇଟି ଅଧିବେଶନରେ ରାଜ୍ୟର କୋଣ ଅନୁକୋଣରୁ ଅତିଥି ବକ୍ତାମାନେ ଉପସ୍ଥିତ ରହି ଜଗନ୍ନାଥଙ୍କ କିମ୍ବଦନ୍ତୀ, ପାର୍ଶ୍ଵ ଦେବାଦେବୀଙ୍କର କିମ୍ବଦନ୍ତୀ ଏବଂ ନିଜ ଅଞ୍ଚଳର କିମ୍ବଦନ୍ତୀ ବିଷୟରେ ବର୍ଣ୍ଣନା କରିଥିଲେ। ଦୁଇଟି ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଡ଼କ୍ଟର ଅଲେଖ ଚନ୍ଦ୍ର ପରିହରି ଏବଂ ନ୍ୟାୟମୂର୍ତ୍ତି ରତିକାନ୍ତ ମହାପାତ୍ର ଯୋଗଦାନ କରି ଆଧ୍ୟାତ୍ମିକ ସାହିତ୍ୟ ଅଧିକ ସୃଷ୍ଟି କରି ସମାଜକୁ ପରିବର୍ତ୍ତନ କରିବାକୁ ମତ ରଖିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.