ନର୍ଲା ଗ୍ରାମ ପଞ୍ଚାୟତରେ ବିଡ଼ିଓଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଳକ ଅନ୍ତର୍ଗତ ନର୍ଲା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଆଜି ସୋମବାର ବିଡ଼ିଓଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ନର୍ଲା ସରପଞ୍ଚ ତନୁଜା ହରପାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ନର୍ଲା ବିଡ଼ିଓ ବାସନ୍ତି ସେଠୀ, ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ଜୋନ୍-୩ ଜିଲ୍ଲା ପରିଷଦ ସଦସ୍ୟା ଲିଲି ଦୀପ, ଏବିଡ଼ିଓ ଦେବେନ୍ଦ୍ର ସାମଲ,କୃଷି ବିଭାଗ ତରଫରୁ ଏଏଓ ସୁଜାତା ନାଏକ, ଗ୍ରାମ୍ୟ କୃଷି କର୍ମଚାରୀ ମୀନତି ରଣା, ଆରଡବ୍ଲୁ ଏସ ଏସ ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ, ବିଏସଏସଓ ମନୋଜ ବେହେରା ଓ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ପଞ୍ଚାୟତର ରେଖପୁର, ଦେହେଲି, ନର୍ଲା, ଜୁରକାଭଟା ପ୍ରଭୃତି ଗ୍ରାମର ଅଭିଯୋଗ ନେଇ ଆସିଥିବା ହିତାଧିକାରୀଙ୍କ ଆବାସ ଘର, ରାସନ କାର୍ଡ, ବାର୍ଦ୍ଧକ୍ୟ ଭତ୍ତା,ଜମି ମରାମତି ସହ ଅନ୍ୟାନ୍ୟ ସମସ୍ୟା ଉପରେ ଅଭିଯୋଗ ଶୁଣିବା ସହ ସମାଧାନ କରିବା ଦିଗରେ ପ୍ରୟାସ କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି। ନର୍ଲା ବ୍ଲକ ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ କ୍ଷିତିଶ ଚନ୍ଦ୍ର ନାଏକ ଶିବିର ପରିଚାଳନା କରିଥିଲେ। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରବି ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ସର୍ଗିଗୁଡା କାର୍ଯ୍ୟ ନିର୍ବାହୀ ଅଧିକାରୀ କିରଣ ସାହୁ, ଯୋଗାଣ ସହାୟକ ଟଙ୍କଧର ସା, ନାଏବ ସରପଞ୍ଚ ଲମ୍ବୋଦର ପୋଢ଼, ସମିତି ସଦସ୍ୟ ସୁଦାମ ଝାଙ୍କର, ଜିଆରଏସ ଆୟୁସମାନ ବୁଦ୍ଧିଆ, ନର୍ଲା ଯୋଗାଣ ସହାୟକ ଜିତେନ୍ଦ୍ର କୁମାର ସେନାପତି, ଗ୍ରାମ ରୋଜଗାର ସେବକ ମେଘଳୟ ନାଏକ ଓ ୱାର୍ଡ ସଭ୍ୟ ସଭ୍ୟା ସମେତ ପଞ୍ଚାୟତ କର୍ମଚାରୀ ବିଶାଳ ଶାହାଣୀ, ରୋମାଂଚଳ ମାଝୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଶିବିରରେ ବିଶେଷ କରି ଆବାସ ଗୃହ, ରାସନ କାର୍ଡ ଓ ଜମି ମରାମତି ପାଇଁ ଅଭିଯୋଗ ହୋଇଛି। ଏଥିରେ ୧୮୦ ରୁ ଉର୍ଦ୍ଧ୍ବ ଅଭିଯୋଗ ହୋଇଥିବା ସୂଚନା ମିଳିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.