ତୁଜୁଙ୍ଗ ଗ୍ରାମରେ ୫୬ତମ ଶ୍ରୀରାମଲୀଳା ମହୋତ୍ସବ ତଥା ସୀତା ବିବାହ ସମ୍ପନ୍ନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ,ରାମପୁର ବ୍ଲକ୍ ପଣ୍ଡକାମାଲ ପଞ୍ଚାୟତ ତୁଜୁଙ୍ଗ ଗ୍ରାମରେ ୧୯୬୭ ମସିହାରୁ ପ୍ରଭୁ ଶ୍ରୀରାମଚନ୍ଦ୍ର ଶ୍ରୀରାମଲୀଳା ନାଟକ ପରିବେଷିତ ହୋଇ ଆସୁଛି । ମହୋତ୍ସବ ର ପ୍ରଥମ ଦିନ ରେ ମଞ୍ଚ ରେ ଆଦ୍ୟ କାଣ୍ଡ ଏବଂ ଅଯୋଧ୍ୟା କାଣ୍ଡ ନାଟକ ପରିବେଷଣ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ସମ୍ମାନିତ ଅତିଥି ଭାବରେ ରାମବତାର ଅଗ୍ରୱାଲ, ସତ୍ୟନାରାୟଣ ସାହୁ, ରୋମାଞ୍ଚ ସାହୁ, ଚିରାଗ ସିଂ ଦେଓ, ପ୍ରେମସଗାର ନାଏକ, ଦିବାକର ସାହୁ, ଉଲପି ସାହୁ ମଞ୍ଚାସିନ ହୋଇଥିଲେ । ଶ୍ରୀ ଶ୍ରୀ ରାମଜୀଉ ସାଂସ୍କୃତିକ ଅନୁଷ୍ଠାନ ର ସଭାପତି କାମଦେବ ସାହୁ,ସମ୍ପାଦକ-ନରେଶ ସାହୁ ତଥା ଉପଦେଷ୍ଟା ଡ଼ଃ ଲୋକନାଥ ସାହୁ ମଧ୍ୟ ଉପସ୍ଥିତ ରହିଥିଲେ । ନାଟକ ର ରଚୟିତା ଏବଂ ନିର୍ଦେଶକ ପାର୍ଥବ ବାଗ ନାଟକ ଟି ପସ୍ତୁତ ହୋଇଥିଲା । ତୁଜୁଙ୍ଗ ଗ୍ରାମର ଯୁବ ଲେଖକ ତଥା କବି ବିଶ୍ୱନାଥ ସାହୁ ମଞ୍ଚ ପରିଚାଳନା ସୁଚାରୁ ରୁପେ କରିବା ସହିତ ଅନୁଷ୍ଠାନ ତରଫରୁ ଗ୍ରାମର ପ୍ରଥମ ନାଟ୍ୟ ଗୁରୁ ଫକୀର ସାହୁ ଏବଂ ପୁରୁଣା କଳାକାର ମାନଙ୍କୁ ମାନ୍ୟବର ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ । ମଞ୍ଚ ର ମୁଖ୍ୟ ଅତିଥି ଙ୍କ ଆଗ୍ରହ କ୍ରମେ ଚଳିତ ବର୍ଷ ମହୋତ୍ସବ ର ଗୁରୁଦାୟିତ୍ୱ ତୁଲାଉଥିବା ଡାକ୍ତର ଲୋକନାଥ ସାହୁ ଙ୍କୁ ମଧ୍ୟ ସମର୍ଦ୍ଧନା ଦିଆଯାଇଥିଲା। ପରିଶେଷରେ ସମସ୍ତ କଳାକାର, ଅନୁଷ୍ଠାନ ର ସମସ୍ତ ସଦସ୍ୟ, ଗ୍ରାମ ର ସର୍ବସାଧାରଣ ଙ୍କୁ ଧନ୍ୟବାଦ ଦେଇ ମଞ୍ଚ କାର୍ଯ୍ୟକ୍ରମକୁ ସମାପନ କରି ନାଟକ ଆରମ୍ଭ ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.