ତୁଜୁଙ୍ଗ ଗ୍ରାମରେ ୫୬ତମ ଶ୍ରୀରାମଲୀଳା ମହୋତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ୧୯୬୭ମସିହାରୁ ତୁଜୁଙ୍ଗ ଗ୍ରାମରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଶ୍ରୀରାମଲୀଳା ନାଟକ ପରିବେଷିତ ହୋଇ ଆସୁଛି । ମହୋତ୍ସବର ଦ୍ବିତୀୟ ଦିନରେ ମଞ୍ଚରେ ଅରଣ୍ୟ କାଣ୍ଡର ଖର-ଦୁଶଣ-ତ୍ରିସୀର ବଧ, ସୂର୍ପଣଖା ନାସା-କର୍ଣ୍ଣ ଛେଦନ ଏବଂ ସୀତାଚୋରୀ ନାଟକ ପରିବେଷଣ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମନ୍ଦାକିନି ସିଂ ଦେଓ (ପଞ୍ଚାୟତ ସମିତି ଅଧ୍ୟକ୍ଷା), ଓ ସମ୍ମାନିତ ଅତିଥି ଭାବରେ ବୀଣାପାଣି ସାହୁ (ମ.ରାମପୁର ସରପଞ୍ଚ), ବିଭୁପ୍ରସାଦ ସାହୁ (ଯୁବଦ୍ୟୋଗୀ-ସମାଜସେବୀ), ଅବିନାଶ ଠାକୁର (ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ), ମାନଭଞ୍ଜନ ସ୍ୱାଇଁ (ଶାଖା ପ୍ରବନ୍ଧକ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ମ .ରାମପୁର),  ସବିତା ରଣା (ନୂନପୁର ସରପଞ୍ଚ), ନାରାୟଣ ଅଗ୍ରୱାଲ (ସମାଜସେବୀ), ଗୋବିନ୍ଦ ଅଗ୍ରୱାଲ (ସମାଜସେବୀ), ହେମନ୍ତ ସାହୁ(ଯୁବ ସାମ୍ବାଦିକ) ମଞ୍ଚାସିନ ହୋଇଥିଲେ । ଶ୍ରୀ ଶ୍ରୀ ରାମଜୀଉ ସାଂସ୍କୃତିକ ଅନୁଷ୍ଠାନର ସଭାପତି କାମଦେବ ସାହୁ, ସମ୍ପାଦକ-ନରେଶ ସାହୁ ତଥା ଉପଦେଷ୍ଟା ଡ଼ଃ ଲୋକନାଥ ସାହୁ ମଧ୍ୟ ଉପସ୍ଥିତ ରହିଥିଲେ । ତୁଜୁଙ୍ଗ ଗ୍ରାମର ଯୁବ ଲେଖକ ତଥା କବି ବିଶ୍ୱନାଥ ସାହୁ ଏବଂ କାମଦେବ ସାହୁ ମିଳିତ ଭାବରେ ମଞ୍ଚ ପରିଚାଳନା କରିବା ସହିତ ଅନୁଷ୍ଠାନ ତରଫରୁ ନାଟକର ରଚୟିତା ଏବଂ ନିର୍ଦେଶକ ପାର୍ଥବ ବାଗଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ନାଟ୍ୟଶ୍ରୀ ସମ୍ମାନରେ ଅତିଥି ମାନେ ସମ୍ୱର୍ଦ୍ଧିତ କରିଥିଲେ । ମଞ୍ଚର ମୁଖ୍ୟ ଅତିଥି ଏବଂ ଅନୁଷ୍ଠାନର ଆଗ୍ରହ କ୍ରମେ ୬ବର୍ଷ ଧରି ମଞ୍ଚପରିଚାଳନା କରୁଥିବା ବିଶ୍ୱନାଥ ସାହୁଙ୍କୁ ସମର୍ଦ୍ଧନା ଦିଆଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଉକ୍ତ କାର୍ଯ୍ୟକ୍ରମକୁ ଆସିଥିବା ସମସ୍ତ ଅତିଥି ଅନୁଷ୍ଠାନକୁ ସମସ୍ତ ପ୍ରକାର ସୁବିଧା ଯୋଗେଇଦେବା ଏବଂ ଅନୁଷ୍ଠାନ ତଥା ମନ୍ଦିରର ଉନ୍ନତିକରଣ ପାଇଁ ପ୍ରତିଶୃତି ଦେଇଥିଲେ । ନାଟକର ନିର୍ଦ୍ଦେଶକ ଶ୍ରୀ ପାର୍ଥବ ବାଗ, ସହ ନିର୍ଦେଶକ ଶ୍ରୀ ହିତେଶ କୁମାର ସାହୁ, ସଂଗୀତ ନିର୍ଦେଶକ ଶ୍ରୀ ବିନୋଦ କୁମାର ସାହୁଙ୍କ ତତ୍ୱବାଧାନ ରେ ନିମ୍ନ କଳାକାର ମାନେ ଶ୍ରୀରାମ-ରାଜୁମଣୀ ସାହୁ, ଲକ୍ଷ୍ମଣ-ସିଦ୍ଧାନ୍ତ ସାହୁ, ସୀତା-ଥବିର ସାହୁ(ବୁଲୁ) ଆର୍ତ୍ରେୟ ଏବଂ ଜଟାୟୁ-ଜତୀନ୍ଦ୍ର ଗହୀର, ଅନୁସୟା-ବିଦ୍ୟାଧର ସାହୁ, ବିରାୟୁଧ ଏବଂ ଖର, ଦୀନବନ୍ଧୁ ସାହୁ, ବ୍ରାହ୍ମଣ-ସୁଶାନ୍ତ(ଦୀନ), ପ୍ରମୋଦ, ଅକ୍ଷୟ, ଅଗସ୍ତି-ଅଜୁ ସାହୁ, ସୁର୍ପଣଖା-ସୁଶାନ୍ତ ସାହୁ, ଦୁଷଣ-ଜନ୍ମେଜୟ ସାହୁ, ତ୍ରିସୀର-ତହସିଲ ବାଗ, ରାବଣ-ନରେଶ ସାହୁ, ମନ୍ଦୋଦରୀ-ମିହୀରେନ୍ଦ୍ର ସାହୁ (ରାଜାମୁଣ୍ଡା), 
ସୁକସାରଣ-ରୋହିତ ସାହୁ, ମାରିଚ-ପ୍ରମୋଦ ସାହୁ
ମାୟାମୃଗ-ଜତୀନ୍ଦ୍ର ଗହୀର, କୋବନ୍ଧ-ସୁଶାନ୍ତ ସାହୁ
ଶବରୀ-ବିକାଶ ସାହୁ, ଗୋପାଲ-ସୁଶାନ୍ତ, ଅକ୍ଷୟ,ଅଜୁ, ପ୍ରମୋଦ, କୃଷ୍ଣଚନ୍ଦ୍ର, ବୁଲୁ…ବ୍ରହ୍ମା-ଜିତୁ ସାହୁ, ବିଷ୍ଣୁ-ଗଗନ ସାହୁ
ଶିବ-ଗୁଣାକାର ସାହୁ ନିଜର ନିଖୁଣ ଅଭିନୟରେ ଦର୍ଶକ ମାନଙ୍କୁ ମୋହିତ କରିଥିଲେ । ବିଭିନ୍ନ କଳାକାରଙ୍କ ପାଇଁ ସୁଧୀର ନାଏକ, ଶ୍ରୀ ବିନୋଦ ସାହୁ, ଶ୍ରୀମତୀ ସନ୍ତୋସିନୀ ସାହୁ, ସୁଶ୍ରୀ ଜୟଶ୍ରୀ ସାହୁ, ସୁଶ୍ରୀ ରୀତା ସାହୁ ଏବଂ ସୁଶ୍ରୀ କୁନି ସାହୁ କଣ୍ଠ ପ୍ରଦାନ କରିଥିଲେ । ଲାଇଟ ବିଭାଗ ଶ୍ରୀ ରାଏଧର ସାହୁ ଏବଂ ପ୍ରଶାନ୍ତ ସାହୁ, ସାଉଣ୍ଡ ବିଭାଗରେ ପ୍ରମୋଦ ସାହୁ ଓ ବଣ୍ଟି ସାହୁ ତଥା ପୋଷାକ-ସାଜସଜ୍ଜା ବିଭାଗ ରେ ଶ୍ରୀ ପ୍ରତାପ ନାଗ ଓ ଶ୍ରୀ ଗମ୍ଭୀର ସାହୁ ନିଜ ଦାୟିତ୍ବ ତୁଲାଇଥିଲେ । ଅନୁଷ୍ଠାନର ରୋହିତ ସାହୁ, ସତ୍ୟବାନ ସାହୁ, ବରୁଣ ସାହୁ, ହେମନ୍ତ ସାହୁ, ତପନ ସାହୁ, କାହ୍ନା ସାହୁ, ଲାଲୁ ସାହୁ, ସୁନ୍ଦରମନ ସାହୁ, କଂଗ୍ରେସ ସାହୁ, ବିରଞ୍ଚି ସାହୁ, କବି ସାହୁ, ପିଣ୍ଟୁ ସାହୁ, ଯଶୋବନ୍ତ ସାହୁ, ପୁର୍ଣ୍ଣ ସାହୁ, ଶ୍ରୀମତୀ ଉଲପି ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ନାଟକ ଶେଷରେ ମଞ୍ଚ ପରିଚାଳକ ଶ୍ରୀ ବିଶ୍ୱନାଥ ସାହୁ ସମସ୍ତ ଅତିଥି, ସାମ୍ବାଦିକ ଦର୍ଶକ, କଳାକାର, ଅନୁଷ୍ଠାନ ସଭାପତି, ସମ୍ପାଦକ, ସଦସ୍ୟ-ସଦସ୍ୟ ଏବଂ ସମସ୍ତ ସହଯୋଗୀଙ୍କୁ ମୁଣ୍ଡିଆ ମାରି କୃତଜ୍ଞତା ଜଣାଇଥିଲେ ଓ ଆଗାମୀ ବର୍ଷ ମଧ୍ୟ ଧୁମଧାମରେରେ ଶ୍ରୀରାମଲୀଳା ମହୋତ୍ସବ ପାଳନ କରାଯିବ ବୋଲି ସୂଚନା ଦେଇଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.