ଓଡ଼ିଆ ବାର୍ତ୍ତା / ବରଗଡ : ଯୁଗ ନିର୍ମାଣ ବିଦ୍ୟାଳୟ ବରାଗୋଡା ବ୍ରାଞ୍ଚ ବରଗଡ଼ର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସମ୍ପାଦକ ହେମନ୍ତ କୁମାର ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗାଚାର୍ଯ୍ୟ ହୃଦୟାନନ୍ଦ ବାରିକ, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିଦ୍ କ୍ଷୀରସାଗର ବିଭାର, ସମ୍ମାନିତ ଅତିଥି ଭାବେ ସରପଞ୍ଚ ସୁକାନ୍ତି ନାଏକ ଓ ଲୋକନାଥ ଭୋଇ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଦିଗଦର୍ଶନ ପ୍ରଦାନ କରିଥିଲେ । ପ୍ରଧାନ ଆଚାର୍ଯ୍ଯ ସୁଧାଂଶୁ ଖମାରୀ ବାର୍ଷିକ ବିବରଣୀ ପଠନ କରିଥିବାବେଳେ ଗୁରୁମା ଆରତୀ ଶର୍ମା ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ ଅତିଥି ବୃନ୍ଦ । ଶେଷରେ ହେମକାନ୍ତି ଗୁରୁମା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସସ୍ମିତା, ସାଲମା, ମିଲି, ଅନିମା, ଝରଣା ଓ ମିଲନ ପଧାନ ସହଯୋଗ କରିଥିଲେ ।