ଅଲ ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ ପକ୍ଷରୁ ତଥାଗତ ବୁଦ୍ଧଙ୍କ ଜୟନ୍ତୀ ପାଳନ ନେଇ ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ପାଷ୍ଟିକୁଡିର ଚଞ୍ଚରା ପଡ଼ାଠାରେ ଶୁକ୍ରବାର ସଂଧ୍ୟାରେ ଅଲ ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କେସିଙ୍ଗା ୩ନଂ ଜୋନ୍ ର ପାଷ୍ଟିକୁଡି ଗ୍ରାମ ସଭାପତି ଅଭିମନ୍ୟୁ ବିଶିଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ  ବୈଠକରେ ତଥାଗତ ବୁଦ୍ଧଙ୍କ ଜୟନ୍ତୀ ନେଇ ଆଲୋଚନା ହୋଇଥିଲା । ଆସନ୍ତା ମେ ୫ ତାରିଖରେ ତଥାଗତ ବୁଦ୍ଧ ପୂର୍ଣିମା ଓ ଜନ୍ମ ଜୟନ୍ତୀ ପଡୁଛି । ତେଣୁ ପାଷ୍ଟିକୁଡି ଗ୍ରାମ ଓ ଏଓଏସସିଏଫ ର କେସିଙ୍ଗା ବ୍ଲକ ୩ ନଂ ଜୋନର ମିଲିତ ସହଯୋଗରେ ଜିଲ୍ଲା ସ୍ତରୀୟ ତଥାଗତ ଗୌତମ ବୁଦ୍ଧ ଜୟନ୍ତୀ ପାଳନ ପାଇଁ ସ୍ଥିର କରାଯାଇଥିଲା । ଆଲୋଚନାରେ ସମସ୍ତଙ୍କ  ମତାମତକୁ ଭିତ୍ତିକରି ଆଗାମୀ ଆଲୋଚନାରେ ଜନ୍ମ ଜୟନ୍ତୀର ରୂପରେଖ ବିଷୟରେ ଆଲୋଚନା କରିବାକୁ ସହମତି ପ୍ରକାଶ ହୋଇଥିଲା । ଏହି ଆଲୋଚନାରେ ଜୋନ୍ ସଭାପତି ଯୁଧିଷ୍ଠିର ଭଗତ, ସାଧାରଣ ସମ୍ପାଦକ, ଡମ୍ବରୁଧର କରୁଁଆ, ସହ ସମ୍ପାଦକ ବାବୁଲି ବିଶି, ପାଷ୍ଟିକୁଡି ପଡ଼ାର ସମସ୍ତ ସଦସ୍ୟ ରୋମାଞ୍ଚଳ ବିଶି, ଜନ୍ମେଜୟ ବିଶି, ସଂଗଠନର ଭାଗ୍ୟବନ୍ତ ବିଶି, ପ୍ରହ୍ଲାଦ ବିଶି, ମନୋଜ୍ ବାଗ, ଡୁଲୁବାଗ, ସୁନିଲ କୁମାର ବିଶି, ଦୁଃଖି କୁମାର, ବୈଲୋଚନ ଟାକରି, ଜୟପ୍ରକାଶ ଜାଲ, ତେଜରାଜ ବେହେରା, ଗିରିଜା ବେହେରା ଉପସ୍ଥିତ ରହି ମତାମତ ରଖିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.