ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ର କିମ୍ବଦନ୍ତୀ ପର୍ଯ୍ୟଟନ ସ୍ଥଳି ଐତିହାସିକ ଅସୁରଗଡ ପୀଠ ରେ ବହୁ ଆଡମ୍ବର ସହକାରେ ଦୀର୍ଘ ୯ ଦିନ ଧରି ଚାଲି ଚାଲି ଆସୁଥିବା ଶ୍ରୀରାମ ନବମୀର ପୂର୍ଣ୍ଣାହୂତି ପଡିଛି । ଗତ ୨୯/୪ ରେ ଏ ନେଇ ଭାବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ୩୦/୪ ଦିନରୁ ୭/୪ ପର୍ଯ୍ୟନ୍ତ ୯ ଦିନ ଧରି ଚାଲିଥିଲା ଶ୍ରୀରାମ ନବମୀ ଉତ୍ସବ । ଶନିବାର ଏହାର ପୂର୍ଣ୍ଣାହୂତି ପଡିଛି। ପ୍ରତ୍ୟହ ରାତିରେ ରାମଲୀଳା ନାଟକ ମଂଚସ୍ଥ ହୋଇ ଆସୁଥିଲା । ବହୁ ସଂଖ୍ୟାରେ ଭକ୍ତବୃନ୍ଦ ରାମାୟଣ ନାଟକ ଉପଭୋଗ କରୁଥିଲେ । ରାମଲୀଳା ନାଟକରେ ଗ୍ରାମର ଯୁବ କଳାକାର ମାନେ ଅଭିନୟ କରୁଥିଲେ । ଏଥିରେ ରାମ ଭୂମିକାରେ ଦାମୋଦର ପଧାନ, ଲକ୍ଷ୍ମଣ ଭୂମିକାରେ ବେଣୁଧର ରଣା, ସୀତା ଭୂମିକାରେ ଜଗନ୍ନାଥ ଗୌଡ଼, ରାବଣ ଭୂମିକାରେ ସଦାନନ୍ଦ ସା, ହନୁମାନ ଥବିର ପଧାନ, ବାଣାସୁର ଭଗବାନ ରଣା, ଇନ୍ଦ୍ରଜିତ ବିଜୟ ରଣା, ସୂର୍ପଣଖା ଗୋପୀନାଥ ରଣା ଅଭିନୟ କରୁଥିବା ବେଳେ ଗଣାପତି ବଗର୍ତ୍ତି ଓ ଗଣେଶ ବାହୁକ ମ୍ୟୁଜିକ ପରିବେଷଣ କରୁଥିଲେ। ପ୍ରତ୍ୟହ ଅପରାହ୍ନ ୪ ଟା ବେଳେ ସାମୁହିକ ଅନ୍ନ ଭୋଗର ବ୍ୟବସ୍ଥା କରାଯାଉଥିଲା । ୧୦୦ ରୁ ଉର୍ଦ୍ଧ୍ବ ବ୍ରତୀ ପ୍ରତ୍ୟହ ରାମାୟଣ ଶୁଣୁଥିଲେ । ପ୍ରକାଶ ଯୋଗ୍ୟ ଯେ ଗତ ୧୯୬୭ ରୁ ଚାଲି ଆସୁଥିବା ମାଣ୍ଡେଲ ଗ୍ରାମ ପଞ୍ଚାୟତର ଅସୁରଗଡରେ ଏହି ରାମ ନବମୀ ଚଳିତ ବର୍ଷ ମଧ୍ୟ ଅସୁରଗଡ ଶ୍ରୀରାମ ନବମୀ କମିଟି ପାଳନ କରିଛି ୫୬ତମ ଶ୍ରୀରାମ ନବମୀ । ସାରା ଅସୁରଗଡ ବାସୀଙ୍କ ଆକୁଣ୍ଠ ସାହାଯ୍ୟ ସହଯୋଗ ରେ ସଂମ୍ପନ୍ନ ହୋଇଛି ଶ୍ରୀରାମ ନବମୀ । ଏଥିପାଇଁ ବେଶ ଚଳଚଞ୍ଚଳ ହୋଇ ଉଠିଥିଲା ଐତିହାସିକ ଅସୁରଗଡ ଗ୍ରାମ। ପ୍ରତ୍ୟହ ସକାଳୁ ଶ୍ରୀରାମ ପୂଜନ, ରାମାୟଣ, ପାରାୟଣ, ଭଜନ, କୀର୍ତ୍ତନ ଓ ପ୍ରବଚନ ଭଳି ନଅ ଦିନ ବ୍ୟାପି ଭବ୍ୟ କାର୍ଯ୍ୟକ୍ରମର ପ୍ରତ୍ୟହ ଚାଲିଥିଲା । ଶ୍ରୀରାମ ନବମୀ ସମିତିର ସଭାପତି ରାଧାକାନ୍ତ ରଣା, ପରିଚାଳନା କମିଟିର ଅନ୍ୟ ବରିଷ୍ଠ କର୍ମକର୍ତ୍ତା ମାନଙ୍କ ମଧ୍ୟରେ ସମ୍ପାଦକ କୌଶିକ ପୁଟେଲ, ବରିଷ୍ଠ ସଦସ୍ୟ ଖୁସିରାମ ସାହୁ ରହିଥିବା ବେଳେ ଗ୍ରାମର ବରିଷ୍ଠ ବ୍ୟକ୍ତି ଓ ଯୁବ ଗୋଷ୍ଠି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରତ୍ୟହ ସକାଳୁ ମଙ୍ଗଳ ଆଳତୀ, ବାଳଭୋଗ ଓ ଅନ୍ୟାନ୍ୟ ନୀତିକ୍ରାନ୍ତି ଅନୁଷ୍ଠିତ ହୋଇ ଆସୁଥିଲା ।





