ଢ଼ାବା ସମ୍ମୁଖରୁ ବାଇକ ଚୋରି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): ଗତକାଲି ରାତିରେ ରିଷିଡା ଫାଣ୍ଡି ଅନ୍ତର୍ଗତ କନସିଲ ବିହାରୀ ଢ଼ାବା ସମ୍ମୁଖରୁ ଏକ ବାଇକ ଚୋରି ହୋଇଥିବା ଅଭିଯୋଗ ହୋଇଛି l ସୂଚନା ମତେ ଝାରମୁଣ୍ଡା ଗ୍ରାମର ପ୍ରଦୀପ ପାତ୍ର ନାମକ ଯୁବକ ନିଜ ବାଇକ ବଜାଜ ଡ଼ିସକଭର (ନଂ ଓଡି ୦୮ ଜି ୬୯୭୪)କୁ ରାତି ପ୍ରାୟ ୯ ଟାରେ ଉକ୍ତ ଢ଼ାବା ସମ୍ମୁଖରେ ରଖି ଖାଇବାକୁ ଭିତରକୁ ଯାଇଥିଲେ l ଖାଇସାରି ଫେରିବା ବେଳକୁ ବାଇକଟି ସେଠାରେ ନ ଥିଲା l ସାଙ୍ଗେ ସାଙ୍ଗେ ସେ ରିଷିଡା ଫାଣ୍ଡିରେ ଅଭିଯୋଗ କରିଥିଲେ l ଫାଣ୍ଡି ଅଧିକାରୀ କ୍ଷୀରସିନ୍ଧୁ ମାଝୀ ସଦଳବଳେ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଥିଲେ ହେଁ ସନ୍ଧାନ ମିଳିନାହିଁ l ପ୍ରକାଶଥାଉକି ରିଷିଡା ଫାଣ୍ଡି ଅଂଚଳରେ ଗତ କିଛି ମାସ ତଳେ ଏକାଧିକ ବାଇକ ଚୋରି ହୋଇଥିବା ଅଭିଯୋଗ ମାନ ରହିଛି l ଏହି ଫାଣ୍ଡି ଅଧୀନରେ ୪୨ରୁ ଅଧିକ ଗାଁ ରହିଥିବା ବେଳେ ପ୍ରଶାସନ ଫାଣ୍ଡିକୁ ଏକ ଚାରିଚକିଆ ଯାନ ଟିଏ ବି ଯୋଗାଇନଥିବାରୁ ପେଟ୍ରୋଲିଙ୍ଗ ରେ ଅସୁବିଧା ହେଉଛି l ଏଥିପ୍ରତି କଳାହାଣ୍ଡି ଏସପି ଦୃଷ୍ଟି ଦେଇ ଯାନର ବ୍ୟବସ୍ଥା କରିବା ସହ ଅଧିକ କର୍ମଚାରୀ ନିୟୋଜିତ କରିବାକୁ ଅଂଚଳବାସୀ ଦାବୀ ଜଣାଇଛନ୍ତି l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.