ମୋହନଗିରି ଓ ବେଲଖଣ୍ଡି ଶୈବପିଠକୁ ଫାଇଭ-ଟିରେ ସାମିଲ କରିବାକୁ ଅବିନାଶ ଠାକୁରଙ୍କ ପତ୍ର 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଓଡ଼ଶା  ସରକାର ପ୍ରାଚୀନ ମନ୍ଦିରମାନଙ୍କର ପୁନଃରୁଦ୍ଧାର ପ୍ରକ୍ରିୟା ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି କ୍ରମରେ ଫାଇଭ-ଟି ଅଧିନସ୍ଥ ଓଡ଼ିଶାର ଅନେକ ଐତିହାସିକ ମନ୍ଦିରକୁ ରୁପାନ୍ତିକରଣ ପ୍ରକ୍ରିୟାରେ ସାମିଲ କରାଯାଇଛି । ସେହି ଅନୁକ୍ରମରେ ଆଜି ପଶ୍ଚିମ ଓଡିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେସିଙ୍ଗା ବ୍ଲକର ଐତିହାସିକ ଶୈବପୀଠ ବେଲଖଣ୍ଡି ଏବଂ ମଦନପୁର ରାମପୁର ବ୍ଳକ ମୋହନଗିରୀର ପୁରାତନ ଶୈବପୀଠକୁ ଫାଇଭ-ଟି ମନ୍ଦିର ରୁପାନ୍ତରିକରଣ ପ୍ରକ୍ରିୟାରେ ସାମିଲ କରିବା ପାଇଁ ଫାଇଭ-ଟି ସଚିବ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ଉଭୟ ଐତିହାସିକ ଶୈବପୀଠର ଉନ୍ନତି ହେଲେ ଆହୁରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ନର୍ଲା ନିର୍ବାଚନ ମଣ୍ଡଳୀର ବିକାଶ ହୋଇପାରିବ ବୋଲି ଶ୍ରୀ ଠାକୁର ଲେଖିଛନ୍ତି । ଏହା ସହିତ ୫ଟି ସଚିବଙ୍କ କଳାହାଣ୍ଡି ଗସ୍ତ ସମୟରେ ଦୁଇଟି ମନ୍ଦିର ପରିଦର୍ଶନ କରିବା ପାଇଁ ଅନୁରୋଧ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.