ଗ୍ୟାସ ଲିକ୍ ହେତୁ ୯ ଜଣଙ୍କର ମୃତ୍ୟୁ, ୧୧ ଅସୁସ୍ଥ

ଓଡ଼ିଆ ବାର୍ତ୍ତା/ ଲୁଧିଆନା: ପଞ୍ଜାବ ଲୁଧିଆନାରରେ ଗ୍ୟାସ୍ ଲିକ୍ ହେବାରୁ ୯ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ୧୧ ଜଣ ଅସୁସ୍ଥ ହୋଇଥିବା ସୂଚନା ରହିଛି। ଗ୍ୟାସ ଲିକ ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ପ୍ରଶାସନ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସମଗ୍ର ଅଞ୍ଚଳକୁ ସିଲ କରି ରଖାଯାଇଛି। ଅଗ୍ନିଶମ ବିଭାଗର ଗାଡି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି। ଏଥିସହ ଅସୁସ୍ଥଙ୍କ ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା ମଧ୍ୟ କରାଯାଇଛି। ଗ୍ୟାସ ଲିକ କେଉଁଠି ହେଲା ଏବଂ କେଉଁ ଗ୍ୟାସ ଲିକ୍ ହୋଇଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଗ୍ୟାସ ଲିକ ହେବାର କାରଣ ଏବଂ ଉତ୍ସ ସମ୍ପର୍କରେ ତଦନ୍ତ ଜାରି ରହିଛି।କୁହାଯାଉଛି ଯେ ଲୁଧିଆନାର ଗୟାସପୁରାରେ ଗ୍ୟାସ ଲିକରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ଛୋଟ ପିଲା ମଧ୍ୟ ଅଛନ୍ତି। ଅନ୍ୟପକ୍ଷରେ ଲୁଧିଆନାର ଏସଡିଏମ ସ୍ୱାତୀ କହିଛନ୍ତି ଯେ ଗ୍ୟାସ ଲିକ ହେବା ପରେ ୧୧ ଜଣ ଅସୁସ୍ଥ ହୋଇଯାଇଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଏବଂ ପୋଲିସ ଟିମ୍ ଉପସ୍ଥିତ ଅଛନ୍ତି। ସମଗ୍ର ଅଞ୍ଚଳକୁ ସିଲ୍ କରାଯାଇଛି। ଗ୍ୟାସ ଲିକ୍ ହେବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। କାରଖାନାର ମାଲିକଙ୍କୁ ପୋଲିସ ଖୋଜିବାକୁ ଚେଷ୍ଟା କରୁଛି। ଗ୍ୟାସ୍ ଲିକ୍ ପରେ ମେଡିକାଲ୍ ଏବଂ ପାରାମେଡିକାଲ ଟିମ୍ ସହିତ ଏନଡିଆରଏଫ୍ ଟିମ୍ ଗାୟାସପୁରକୁ ପଠାଯାଇଛି। ଗ୍ୟାସ୍ ଲିକ୍ ଚିହ୍ନଟ ହେବା ମାତ୍ରେ ହଠାତ୍ ଚାରିଆଡେ ଲୋକେ ଦୌଡାଦୌଡି ଆରମ୍ଭ କରିଥିଲେ। ଅଗ୍ନିଶମ କର୍ମଚାରୀ ଏବଂ ଉଦ୍ଧାରକାରୀ ଟିମ୍ ଗ୍ୟାସ ଲିକର ଉତ୍ସ ଖୋଜି ବାହାର କରି ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି। କୁହାଯାଉଛି ଯେ ଯେଉଁଠାରୁ ଗ୍ୟାସ୍ ଲିକ୍ ହୋଇଥିଲା ସେହି କାରଖାନା ବନ୍ଦ ରହିଥିଲା। ଗ୍ୟାସ୍ ଲିକ୍ ହେତୁ କାରଖାନା ଚାରିପାଖରେ ନିର୍ମିତ ଘରେ ରହୁଥିବା ଅନେକ ଲୋକ ଅସୁସ୍ଥ ହୋଇପଡିଛନ୍ତି। ଏଥିସହିତ ଏକ ତେଜରାତି ଦୋକାନର ଦୋକାନୀ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସେହି ଅଞ୍ଚଳର ବିଧାୟକ ରାଜିନ୍ଦର କୌର ଚିନା ମଧ୍ୟ ଗୟାସପୁରରେ ପହଞ୍ଚିଥିଲେ। ଗ୍ୟାସ୍ ଲିକ୍ ଯାଞ୍ଚ କରାଯିବ ବୋଲି ସେ କହିଛନ୍ତି। ବର୍ତ୍ତମାନ ସମଗ୍ର ଅଞ୍ଚଳକୁ ସିଲ୍ କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.