ମ୍ୟାଚ ହାରିବା ପରେ ବର୍ଷିଲେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଚଳିତ ଆଇପିଏଲର ୪୦ତମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଦିଲ୍ଲୀକୁ ପରାଜୟର ସାମ୍ନା କରିବାକୁ ପଡିଛି। ଦିଲ୍ଲୀର ପରାଜୟ ପରେ ସେମାନେ ଟୁର୍ଣ୍ଣାମେଣ୍ଟରୁ ବାହାରିଯିବାର ରାସ୍ତାରେ କହିଛନ୍ତି। ଦଳର କ୍ୟାପଟେନ ବା ଅଧିନାୟକ ଡେଭିଡ ୱାର୍ଣ୍ଣର ସନରାଇଜର୍ସ ବିପକ୍ଷରେ ପରାଜୟ ପରେ ତାଙ୍କ ଖେଳାଳିଙ୍କ ପ୍ରଦର୍ଶନରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ମ୍ୟାଚ୍ ଶେଷ ହେବା ପରେ ସେ ନିଜ ଦଳର କିଛି ଖେଳାଳିଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିବା ଅନେକ କିଛି କହିଛନ୍ତି ଦଳର ବ୍ୟାଟିଂକୁ ନେଇ।

ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୯ ରନ୍‌ର ପରାଜୟ ପରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଡେଭିଡ ୱାର୍ଣ୍ଣର କହିଛନ୍ତି ଯେ ମିଡିଲ ଓଭରରେ ବାରମ୍ବାର ୱିକେଟ୍ ପଡିବା ଦଳର ବିଜୟ ଧାରାରେ ବ୍ରେକ ଦେବାରେ ମୁଖ୍ୟ କାରଣ। ୱାର୍ଣ୍ଣର କହିଛନ୍ତି ଯେ ଏହା ଏକ ଭଲ ପିଚ୍ ଏବଂ ୯ ରନରେ ପରାଜୟ ହଜମ କରିବା କଷ୍ଟକର। ଆମେ ଲକ୍ଷ୍ୟସ୍ଥଳରୁ ବିଚ୍ଯୁତ ହୋଇଗଲୁ। ଆମେ ଭଲ ପ୍ରଦର୍ଶନ କରିନାହୁଁ କିନ୍ତୁ ମିଚେଲ ମାର୍ଶ ଚମତ୍କାର ବୋଲିଂ କରିଥିଲେ। ୱାର୍ଣ୍ଣର ଆହୁରି କହିଛନ୍ତି ଯେ ଯେତେବେଳେ ଆମର ଦୁଇ ବ୍ୟାଟ୍ସମ୍ୟାନ୍ ଭଲ ବ୍ୟାଟିଂ କରୁଛନ୍ତି, ସେତେବେଳେ ସେହି ଧାରା ବଜାୟ ରଖିବା ଜରୁରୀ। ଆଉ ସେହି ଯୋଡି ମଧ୍ୟରୁ ଜଣଙ୍କୁ ଶେଷ ପର୍ଯ୍ୟନ୍ତ ନେବାକୁ ହେବ। ଯଦି ଆମେ ଏପରି କିଛି କରିଥାନ୍ତୁ, ତେବେ ମ୍ୟାଚ୍ ଆମ ହାତରେ ହୋଇଥାନ୍ତା।

ୱାର୍ଣ୍ଣର ତାଙ୍କ ଦଳର ବ୍ୟାଟ୍ସମ୍ୟାନଙ୍କୁ ମୁଖ୍ୟତଃ ପରାଜୟ ପାଇଁ ଦାୟୀ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ଆପଣ ମଧ୍ୟମ ଓଭରରେ ୱିକେଟ୍ ହରାଉଛନ୍ତି ଏବଂ ଭାଗିଦାରୀ କରିବାରେ ଅସମର୍ଥ ହୁଅନ୍ତି, ସେତେବେଳେ ମ୍ୟାଚକୁ ଶେଷଯାଏ ନେବା କଷ୍ଟସାଧ୍ୟ ହୋଇଯାଏ।

ତେବେ ସେ ଅକ୍ଷର ପଟେଲଙ୍କୁ ସପ୍ତମ ସ୍ଥାନରେ ପଠାଇଥିଲେ। ଏବଂ ପଟଲେ ଫର୍ମରେ ଅଛନ୍ତି ବୋଲି ସେ କହିଛନ୍ତି। କିନ୍ତୁ ଦଳ ଶେଷ ଓଭର ଯାଏ ମ୍ୟାଚକୁ ନେଇଛି ଏହା ଏକ ଭଲ ପ୍ରଦର୍ଶନ।

ଦିଲ୍ଲୀ ଏବଂ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦ ୬ ୱିକେଟ୍ ହରାଇ ୧୯୭ ରନ୍ ସଂଗ୍ରହ କରିଥିଲା। ଦ୍ୱିତୀୟ ଇନିଂସରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ଟି ୱିକେଟ୍ ହରାଇ କେବଳ ୧୮୮ ରନ୍ କରିପାରିଥିଲା ​​ଏବଂ ସନରାଇଜର୍ସ ମ୍ୟାଚ୍ ଜିତିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.