ଦୂରଦର୍ଶନରେ ଘୁମୁରା ନୃତ୍ୟର ବିକୃତ ପରିବେଷଣ ନେଇ ସାମ୍ବାଦିକ ସମ୍ମିଳନୀ, ପ୍ରକାଶ ପାଇଲା ତୀବ୍ର ଅସନ୍ତୋଷ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ଦୂରଦର୍ଶନରେ ଘୁମୁରା ନୃତ୍ୟର ବିକୃତ ପରିବେଷଣକୁ ନେଇ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି । ଗତ ବର୍ଷ ଜୁଲାଇ ୨୪ ତାରିଖ ଦିନ ଡିଡି ଓଡ଼ିଆରେ ସମ୍ବଲପୁର ଦୂରଦର୍ଶନ ପକ୍ଷରୁ ପ୍ରସ୍ତୁତ ‘ସମ୍ବଲପୁରୀ ଘୁମୁରା’ ନୃତ୍ୟ ପ୍ରସାରିତ ହୋଇଥିଲା । ଏଥିରେ ନର୍ତ୍ତକମାନଙ୍କ ସହ ନର୍ତ୍ତକୀମାନଙ୍କୁ ମଧ୍ୟ ସାମିଲ କରାଯାଇଥିଲା । ସମ୍ବଲପୁରୀ ଘୁମୁରା ନାଁରେ କୌଣସି ନୃତ୍ୟ ନଥିବା ବେଳେ ଏହାର ଏଭଳି ବିକୃତ ଫ୍ୟୁଜନ୍ ସଂସ୍କୃତିପ୍ରେମୀଙ୍କୁ ବ୍ୟଥିତ କରିଛି । ବୀରବାଦ୍ୟ ଘୁମୁରା ପରିବେଷଣର ସ୍ୱତନ୍ତ୍ର ନୀତିନିୟମ ରହିଥିବା ବେଳେ ସମ୍ବଲପୁରୀ ଘୁମୁରା ଏକ ସାଂସ୍କୃତିକ ଆକ୍ରମଣ ବୋଲି ମତ ପ୍ରକାଶ ପାଇଛି । କଳାହାଣ୍ଡିର ଘୁମୁରା ଏସିଆଡ୍, ନୂଆଦିଲ୍ଲୀ, ରୁଷ ତଥା ବିଶ୍ୱର ଅନେକ ସ୍ଥାନରେ ପ୍ରଦର୍ଶିତ ହୋଇ ପ୍ରଶଂସା ସାଉଁଟିଛି । ଏହି ପରିପ୍ରେକ୍ଷୀରେ ଲୋକକଳାର ସଂରକ୍ଷଣ ଦିଗରେ କାର୍ଯ୍ୟ କରୁଥିବା ଦୂରଦର୍ଶନ ଭଳି ଏକ ଦାୟିତ୍ବସମ୍ପନ୍ନ ସରକାରୀ ସଂସ୍ଥା ଘୁମୁରାର ମୌଳିକତାକୁ ନଷ୍ଟ କରିବା ଦୁର୍ଭାଗ୍ୟଜନକ ବୋଲି ସ୍ଥାନୀୟ ମହାବୀର ସାଂସ୍କୃତିକ ଅନୁଷ୍ଠାନ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମତପ୍ରକାଶ ପାଇଛି । କଳାହାଣ୍ଡି ଜିଲ୍ଲା ସାଂସ୍କୃତିକ ଅନୁଷ୍ଠାନ ସମୂହ ଦ୍ୱାରା ଆହୂତ ଏହି ସମ୍ମିଳନୀରେ ଘୁମୁରାର ଏହି ବିକୃତ ପରିବେଷଣକୁ ତୀବ୍ର ବିରୋଧ କରାଯାଇଥିଲା । ପ୍ରସାର ଭାରତୀର କାର୍ଯ୍ୟନିର୍ବାହୀ ଅଧିକାରୀ, ଦୂରଦର୍ଶନ ନିର୍ଦ୍ଦେଶକ, ଭୁବନେଶ୍ୱର ପ୍ରସାର ଭାରତୀ ଉପ-ନିର୍ଦ୍ଦେଶକ, ସମ୍ବଲପୁର ଦୂରଦର୍ଶନ ନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ଦାବିପତ୍ରରେ ତୁରନ୍ତ ଭିଡ଼ିଓଟିକୁ ଅଫିସିଆଲ ରେକର୍ଡ ସହ ୟୁଟ୍ୟୁବରୁ ହଟାଇବା, ଘୁମୁରା ଭଳି ଏକ ପ୍ରସିଦ୍ଧ ଲୋକନୃତ୍ୟର ଏଭଳି ବିକୃତ ନିର୍ମାଣ କରିଥିବା ପ୍ରଯୋଜକ ଓ ଏପୃଭରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ଦୂରଦର୍ଶନ ପକ୍ଷରୁ ଏହାର ପୁନଃ ପ୍ରସାରଣ ବନ୍ଦ କରାଯିବା ସହ ମୌଳିକ ଘୁମୁରାର ପ୍ରଦର୍ଶନ କରାଯିବାକୁ ଦାବି କରାଯାଇଛି । ଏନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ଆଗାମୀ ଦିନରେ କୋର୍ଟର ଦ୍ୱାରସ୍ଥ ହେବାକୁ ନିଷ୍ପତ୍ତି ନିଆଯାଇଛି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ମହାବୀର ସାଂସ୍କୃତିକ ଅନୁଷ୍ଠାନର ସଭାପତି ଜୟନ୍ତ ବେହେରା, ଉପସଭାପତି ଶାନ୍ତନୁ କୁମାର ବେହେରା, ସଂସ୍କୃତି ସଂଗଠକ ଡ. ଅଜୟ ମିଶ୍ର, ଘୁମୁରା ଗବେଷକ ପରମେଶ୍ବର ମୁଣ୍ଡ ଘୁମୁରାର ବିକୃତ ପରିବେଷଣଙ୍କୁ ନିନ୍ଦା କରିବା ସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ଏଥିରେ ମହାରାଜା ପ୍ରତାପ କେଶରୀ ଦେଓ ଘୁମୁରା ଏକାଡେମୀର ଅଧ୍ୟକ୍ଷ ସୁରୁ ବାରିକ, ମହାବୀର ସାଂସ୍କୃତିକ ଅନୁଷ୍ଠାନର ସମ୍ପାଦକ ସତ୍ୟନାରାୟଣ ସିଂହ, ପ୍ରତିଭା ଅନୁଷ୍ଠାନର ସଭାପତି ଧ୍ୟାନାନନ୍ଦ ପଣ୍ଡା, କାରୁଣ୍ଡ କଳା କେନ୍ଦ୍ର ସମ୍ପାଦକ ସତ୍ୟନାରାୟଣ ମହାପାତ୍ର, ଗବେଷକ ଉମାଶଙ୍କର କର, ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ସମ୍ପାଦକ ଅକ୍ଷୟ ଦାସ, ମନୋରଞ୍ଜନ ମ୍ୟୁଜିକର ସଭାପତି ଭୀମସେନ ସାହୁ, ପ୍ରାଞ୍ଜଳ କଳା ନିକେତନର ସଭାପତି କରୁଣାକର ଦାସ, କାରୁଣ୍ଡ କଳା ମଂଚର ସଭାପତି ପ୍ରଦୀପ ଧଙ୍ଗଡ଼ାମାଝୀ, କଳାହାଣ୍ଡି କଳାକାର ସଙ୍ଘର ସଭାପତି ଅବଦୁଲ କାଦିର, କଳାହାଣ୍ଡି ଲେଖକ କଳା ପରିଷଦର ସଭାପତି ଉମେଶ ପଣ୍ଡା, ଶୁଭମର ଅଧ୍ୟକ୍ଷ ସୁଶାନ୍ତ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.