ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଜଳକ୍ରୀଡା ନୀତି

ରଜତ ବଂଶଳ 

ଜଳକ୍ରୀଡା ଏକାଦଶୀ ଦିନ ଶ୍ରୀମନ୍ଦିରରେ ଭିତର ଚନ୍ଦନ ଯାତ୍ରା ଅନ୍ତର୍ଗତ ଶ୍ରୀ ମହାପ୍ରଭୁଙ୍କ ପ୍ରଥମ ଜଳକ୍ରୀଡା ନୀତି ଅନୁଷ୍ଠିତ ହୋଇଥାଏ । ମଧ୍ୟାହ୍ନ ଧୂପ ବଢିସାରିବା ପରେ ଶ୍ରୀ ମଦନମୋହନ ଏବଂ ଶ୍ରୀଦେବୀ ରତ୍ନସିଂହାସନକୁ ବିଜେ କରିଥାନ୍ତି ଏବଂ ଏହା ପରେ ଯାତଭୋଗ ଅନୁଷ୍ଠିତ ହୋଇଥାଏ । ତତ୍ପରେ ପୂଜାପଣ୍ତା ସେବକ ଶ୍ରୀଦେବୀ ଏବଂ ମଦନମୋହନଙ୍କୁ ଆଜ୍ଞା ମାଳ ପ୍ରଦାନ କରିବା ପରେ ମହାଜନ ସେବକ ମଦନମୋହନ ଏବଂ ଶ୍ରୀ ଦେବୀଙ୍କୁ ମୁକ୍ତିମଣ୍ଡପ ତଳେ ଥିବା ପାଲିଙ୍କିରେ ବିଜେ କରାଇଥାନ୍ତି । ବିମାନବଡୁ ସେବକମାନେ ସେହି ପାଲିଙ୍କିକୁ ଜଳକ୍ରୀଡା ମଣ୍ଡପ ନିକଟକୁ ନେଇଥାନ୍ତି । କୁଣ୍ତରେ ସୁବାସିତ ପୁଷ୍ପ, ଚନ୍ଦନ ଆଦି ମିଶ୍ରିତ ହୋଇଥାଏ । ମହାଜନ ସେବକ ଉକ୍ତ କୁଣ୍ତରେ ଦିଅଁଙ୍କୁ ବିଜେ କରାଇଥାଆନ୍ତି । କୁଣ୍ତରେ ମଦନମୋହନ ଏବଂ ଶ୍ରୀଦେବୀ ସମ୍ମୁଖୀକରଣ ଭଙ୍ଗୀରେ ପରସ୍ପର ମୁହଁ କରି ବିଜେ ହୋଇଥାନ୍ତି । ଏହାପରେ ମୁଦିରସ୍ତ ପ୍ରସାଦଲାଗି ଏବଂ ଚନ୍ଦନ ପାଣି ପିଚକାରୀ ନୀତି କରିଥାନ୍ତି । ଜଳକୁଣ୍ଡ ମଧ୍ୟରେ ଥିବା ସମୟରେ ପୂଜାପଣ୍ତାଙ୍କ ଦ୍ୱାରା ପଞ୍ଚଉପଚାରରେ ଶୀତଳଭୋଗ ହୋଇଥାଏ । ତତ୍ପରେ ବନ୍ଦାପନା କରାଯାଏ । ଜଳକୁଣ୍ତରୁ ମଦନମୋହନ ଏବଂ ଶ୍ରୀଦେବୀଙ୍କୁ ବାହାର କରି ଶ୍ରୀଅଙ୍ଗ ପୋଛି ହୋଇ ଫୁଲ ମାଳ ଲଗେଇ ବେଶ ହୋଇଥାନ୍ତି ଏବଂ ବାହୁଡା ବିଜେ କରିଥାନ୍ତି । ଭିତର ଚନ୍ଦନର ୨୧ଦିନରେ ୪ ଥର ଜଳକ୍ରୀଡା ନୀତି ମନ୍ଦିର ଭିତରେ ସମ୍ପୁର୍ଣ୍ଣ ହୋଇଥାଏ ।
ପ୍ରସାର ପରିଚାଳକ, ଓଡ଼ିଆ ବାର୍ତ୍ତା 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.