ଅସହ୍ୟ ଜଳକଷ୍ଟ ଭୋଗୁଛନ୍ତି ସିର୍ଲିଗୁଡାବାସୀ; ମୁକୁଳା କୂଅ ଭରସାରେ ବିତୁଛି ଜୀବନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଚାରିଆଡେ ଗ୍ରୀଷ୍ମ ପ୍ରବାହ, ଖରା ଯେମିତି ବଢ଼ି ବଢ଼ି ଚାଲିଛି ପାନୀୟ ଜଳ ସମସ୍ୟା ମଧ୍ୟ ସେତିକି ବଢିଛି l ଜଳ ହିଁ ଜୀବନ, ଖାଦ୍ୟ ପେୟ ପାଇଁ ଜଳର ଆବଶ୍ୟକତା କେତେ ତାହା ସମସ୍ତେ ଜାଣନ୍ତି l ହେଲେ ଏପର୍ଯ୍ୟନ୍ତ ମଧ୍ୟ ଏଠି ପହଞ୍ଚି ପାରିନି ସରକାରଙ୍କ ବସୁଧା ଯୋଜନା l ଏ ସମସ୍ୟା ହେଉଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ପଞ୍ଚାୟତ ସିର୍ଲିଗୁଡା ଗୋନ୍ତିଆ ପଡା, ପୁଝାରୀ ପଡା, ସ୍କୁଲ ପଡାର କଥା l ପ୍ରାୟ ପନ୍ଦର ଶହ ଜନସାଧାରଣ ଏଠି ବସ ବାସ କରନ୍ତି l ଏଠାରେ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ଅଛି ହେଲେ ଛାତ୍ର ଛାତ୍ରୀଙ୍କ ପାଇଁ ମଧ୍ୟ୍ୟ ପିଇବା ପାଣିର ବ୍ୟବସ୍ଥା ନାହିଁ l ଲୋକେ ପାନୀୟ ଜଳ ପାଇଁ ଖୋଲା କୂଅ ଉପରେ ନିର୍ଭର କରନ୍ତି, ଖରା ବର୍ଷା ସବୁ ସମୟରେ ଖୋଲା କୂଅ ଭରସା, ସାପ, ବେଙ୍ଗ, ଜୀବାଣୁ, ଓ ଅନେକ ବର୍ଯ୍ୟ ବସ୍ତୁ ମଧ୍ୟ କୂଅରେ ପଡୁଥିବା ଓ ତାକୁ ପାନୀୟ ଜଳଭାବେ ବ୍ୟବହାର କରୁଥିବା କୁହନ୍ତି ଗ୍ରାମବାସୀ l ବିଭିନ୍ନ ସମୟରେ ନେତା ମନ୍ତ୍ରୀ ଆସନ୍ତି, ବିଭିନ୍ନ ପ୍ରତିଶୃତି ଦିଅନ୍ତି ହେଲେ ଆଜିଯାଏଁ ସମସ୍ୟାର ସମାଧାନ ହୋଇପାରିନାହିଁ l ଛୁଆ ପିଲା ଠୁଁ ବୁଢ଼ା ପର୍ଯ୍ୟନ୍ତ ଦୂଷିତ ପାଣି ପିଇ ବିଭିନ୍ନ ରୋଗର ଶିକାର ହେଉଛନ୍ତି l ପ୍ରଶାସନ ପାଖରେ ଯେତେ ଦାବୀ ଜଣେଇଲେ ମଧ୍ୟ କର୍ଣ୍ଣପାତ କରୁନାହିଁ l ପଞ୍ଚାୟତ ପକ୍ଷରୁ ଗୋଟିଏ ଟ୍ୟାଙ୍କର ରେ ପାଣି ଯୋଗେଇ ଦିଆଯାଉଛି ଯାହାକି ସମସ୍ତଙ୍କୁ ନିଅଣ୍ଟ ପୁଣି ପର ଭରସା, ଜଣେ ବଦାନ୍ୟ ବ୍ୟକ୍ତି ନିଜ କୂଅରୁ ମଟର ଯୋଗେ ଟ୍ୟାଙ୍କର ଭର୍ତି କଲେ ଲୋକେ ପାଣି ପାଉଛନ୍ତି l ବେଳେ ବେଳେ ବିଦ୍ୟୁତ ବିଭ୍ରାଟ ହେଲେ ପାଣି ପାଇଁ ହାହାକାର ହୋଇ ସେ ମୁକୁଳା କୂଅରୁ ପାଣି ପିଅନ୍ତି l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପାନୀୟ ଜଳ ପାଇଁ ଭୋଟ ବର୍ଜନ ମଧ୍ୟ କରିସାରିଲେଣି ହେଲେ ଏହାର ସ୍ଥାୟୀ ସମାଧାନ ପାଇଁ ବାରମ୍ବାର ପ୍ରଶାସନକୁ ଗୁହାରି କଲେ ମଧ୍ୟ ଶୁଣୁନଥିବା କୁହନ୍ତି ଗ୍ରାମର ଶ୍ୟାମ ସୁନ୍ଦର ନାଏକ, ତରୁଣ ମାଝୀ, ଗଜିନ୍ଦ୍ର ନାଏକ, ରାଜିନ୍ଦ୍ର ପୋଡ଼, ନବାଦୀ ନାଏକ, ଛାୟା ନାଏକ, ମାଳତୀ କାଣ୍ଡ, ଗୈାରୀମଣି ନାଏକ, ଟିକେମଣି ବାଗ, ସିନ୍ଧୁକା ବାଗ, ମରୂଆ ନାଏକ, କଇଁ ନାଏକ, ସବିତା ନାଏକ, ସୁମନି ବାଗ, ଯମୁନା ବାଗ, ଜେମା ନାଏକ , ପୁଲସ୍ତି ନାଏକ, ଦଶରେ ଚନ୍ଦନ,ଅଲୟ ଚନ୍ଦନ,ମାଲତୀ ଚନ୍ଦନ,ନିମାନୀ ଚଣ୍ଡି, ଶାନ୍ତିଲତା ଚଣ୍ଡି ,ଯୟମତୀ ଚଣ୍ଡି l ଏନେଇ ଧର୍ମଗଡ଼ ବିଧାୟକ ମୌଷଧି ବାଗଙ୍କୁ ପଚାରିବାରୁ ସେହି ଗ୍ରାମରେ ନଳ କୂପ ଖନନ ସଫଳ ହେଉ ନାହିଁ, ଆମେ ସରକାରଙ୍କ ପାଖରେ ବସୁଧା ଯୋଜନା ପାଇଁ ପ୍ରସ୍ତାବ ଦେଇଛୁ, ମେଗା ପାନୀୟ ଜଳ ପ୍ରକଳ୍ପ କାମ ଚାଲିଛି ଅଳ୍ପ ଦିନ ଭିତରେ କାମ ଶେଷ ହେବ, ବର୍ତ୍ତମାନ ପାଇଁ ଆମେ ବିଡ଼ିଓ ଏବଂ ଜଳ ପରିମଳ ବିଭାଗ ସହିତ କଥା ହୋଇ ଯଥେଷ୍ଟ ପରିମାଣରେ ଜଳ ଯୋଗାଣ କରିବାର ବ୍ୟବସ୍ଥା କରିବୁ ବୋଲି କହିଥିଲେ l

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.