କୈବଲ୍ୟ ସାହିତ୍ୟ ସଂସଦ ପକ୍ଷରୁ ରାଜ୍ୟସ୍ତରୀୟ ରଥ ପଥ ଜଗନ୍ନାଥ ସାହିତ୍ୟ ମହାସଭା

ବିଶ୍ଵ ରେକର୍ଡ ପାଳନ ମହୋତ୍ସବ

ଓଡ଼ିଆ ବାର୍ତ୍ତା/ କଟକ: ସ୍ଥାନୀୟ ଚହଟେଶ୍ବର ମନ୍ଦିର କଲ୍ୟାଣ ମଣ୍ଡପ ଠାରେ କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ରାଜ୍ୟସ୍ତରୀୟ ରଥ ପଥ ଜଗନ୍ନାଥ ସାହିତ୍ୟ ମହାସଭା ଏବଂ ବିଶ୍ବ ରେକର୍ଡ ପାଳନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ତିନୋଟି ଅଧିବେଶନରେ ପରିଚାଳିତ ହୋଇଥିଲା । ଉଦ୍ଘାଟନ ସଭାରେ ମେୟର ସୁବାସ ସିଂହ ଏହି ସମାବେଶର ଶୁଭ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ନ୍ୟାୟାଧିଶ ମନୋରଞ୍ଜନ ମହାନ୍ତି, ମୁଖ୍ୟ ବକ୍ତା ଭାବେ ପ୍ରଶାସକ ଏବଂ ସାହିତ୍ୟିକ ଜୟନ୍ତ କୁମାର ଦାସ, ବରେଣ୍ୟ ଅତିଥି ଡ଼କ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ ସଭାପତି ଉତ୍କଳ ସାହିତ୍ୟ ସମାଜ ଏବଂ ସମ୍ମାନିତ ବକ୍ତା ଭାବେ ଅଧ୍ୟାପିକା ମନସ୍ଵିନୀ ମିଶ୍ର ଯୋଗଦାନ କରିଥିଲେ । ଉକ୍ତ ସଭାରେ ଇଂ ପ୍ରଭାକର ସ୍ୱାଇଁ, ସଭାପତି ଶାରଳା ସାହିତ୍ୟ ସଂସଦ ସଭା ମୁଖ୍ୟ ଭାବେ ଯୋଗଦାନ କରିଥିଲେ । ସମସ୍ତ ଅତିଥିମାନଙ୍କ ଦ୍ଵାରା ତିରିଶ ଗୋଟି ବିଶ୍ଵ ରେକର୍ଡ ମାନପତ୍ର ଉନ୍ମୋଚିତ କରାଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଦ୍ଵିତୀୟ ଅଧିବେଶନରେ ସମ୍ପାଦକ ମଞ୍ଚରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଶହେ ଦଶଜଣ ସାହିତ୍ୟ ଅନୁଷ୍ଠାନର  ଏବଂ ପତ୍ରିକାର ସମ୍ପାଦକ ଏବଂ ସମ୍ପାଦିକା ଯୋଗଦାନ କରିଥିଲେ । ସମସ୍ତେ ସାହିତ୍ୟକୁ ବଳିଷ୍ଠ ଏବଂ କାଳଜୟୀ କରିବା ପାଇଁ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ପାଦକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମସ୍ତ ସମ୍ପାଦକ ବିଶ୍ଵ ରେକର୍ଡ ସମ୍ମାନ ସନନ୍ଦକୁ ଉନ୍ମୋଚନ କରି କୈବଲ୍ୟ ସାହିତ୍ୟ ସଂସଦର ଜୟ ଗାନ କରିଥିଲେ । ଉଦ୍ଯାପନ ଅଧିବେଶନରେ ପୂର୍ବତନ କୁଳପତି ପ୍ରଫେସର କୁମର୍ ବର ଦାସ, ମୁଖ୍ୟ ବକ୍ତା ପ୍ରଧ୍ୟାପିକା ବିଦ୍ୟୁତ୍ ପ୍ରଭା ମିଶ୍ର, ସମ୍ମାନିତ ବକ୍ତା  ଆଭା ରାଣୀ ବଳ, ଡ଼କ୍ଟର ସୁରେନ୍ଦ୍ରନାଥ ତ୍ରିପାଠୀ, ବ୍ୟଙ୍ଗ କୁମୁଦ ସମ୍ପଦ ରଥ, ସମ୍ପର୍କ ସାହିତ୍ୟ ସଂସଦର ସଭାପତି କୈଳାସ ଚନ୍ଦ୍ର ଜେନା, ପଣ୍ଡିତ ନୀଳକଣ୍ଠ ରାଉତ ଯୋଗଦେଇ କୈବଲ୍ୟ ସାହିତ୍ୟ ସଂସଦ ବିଶ୍ଵ ରେକର୍ଡ ସମ୍ମାନ ସନନ୍ଦକୁ ଉନ୍ମୋଚନ କରି ରଥ ପଥ ଜଗନ୍ନାଥ ଶୀର୍ଷକ ଆଲୋଚନା ମାଧ୍ୟମରେ ଜଗନ୍ନାଥ ସଂସ୍କୃତିର ମହନୀୟତା ବିଷୟରେ ଆଲୋକପାତ କରିଥିଲେ।

Udyog Nursery
Udyogi Nursery

କୈବଲ୍ୟ ସାହିତ୍ୟ ସଂସଦର ପ୍ରତିଷ୍ଠାତା ସମ୍ପାଦକ ଡଃ ସଂଗ୍ରାମ କେଶରୀ ସାମନ୍ତରାୟ ସଂପାଦକୀୟ ପାଠ କରିଥିଲେ ଏବଂ କୈବଲ୍ୟ ସାହିତ୍ୟ ସଂସଦ ୨୦୨୨ -୨୩ ରେ ସର୍ବାଧିକ ୧୯ ଗୋଟି ଜିଲ୍ଲାସ୍ତରୀୟ ଏବଂ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ କରି ସର୍ବାଧିକ ୨୨୦୦ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରି ବିଶ୍ଵ ରେକର୍ଡ କରି ପାରିଛି ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଚାରିଶହ ଜଣ ସାହିତ୍ୟ ପ୍ରତିଭାଙ୍କୁ ରଥ ପଥ ଜଗନ୍ନାଥ ସାରସ୍ବତ ସମ୍ମାନ ପ୍ରଦାନ କରାଯାଇଥିଲା ଏବଂ ଶହେ ଜଣଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।

ଏହି ଉତ୍ସବରେ ବିଶିଷ୍ଟ ସାହିତ୍ୟିକା ଜୟଶ୍ରୀ ପଟ୍ଟନାୟକ ଏବଂ ମହସ୍ମୀତା ଓଝା ସଂଯୋଜନା କରିଥିଲେ । ଏଥିରେ ରାଜ୍ୟର ତିରିଶ ଜିଲ୍ଲାରୁ ଶତାଧିକ ସାହିତ୍ୟିକ, କବି , ଲେଖକ ଏବଂ ଗବେଷକମାନେ ଯୋଗଦାନ କରିଥିଲେ । ସାଗର କୁମାର ସାମନ୍ତରାୟ, ଶୁଭକାନ୍ତ ମହାପାତ୍ର, ସୁରଭି ଦ୍ବିବେଦୀ, ଜନ ରଞ୍ଜନ ପ୍ରଧାନ, ଜନ୍ମେଞ୍ଜୟ ନାୟକ, ସରୋଜ କୁମାର ସାହୁ, ମୋନାଲିସା ସିଂହ, ସସ୍ମିତା ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଦିପାୟାନ ପଟ୍ଟନାୟକ, ବିଜୟ ଦାସ, ବିରେନ୍ଦ୍ର ଜେନା , ଡ଼କ୍ଟର ଲକ୍ଷ୍ମଣ ସାହୁ ଏବଂ ବିଶ୍ୱଜିତ୍ ସୂର୍ଯ୍ୟବଂଶୀ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.