ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଆଗାମୀ ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଓ ଯୁବ ଭୋଟରଙ୍କୁ ବିଜେଡି ଆଡକୁ ଆକର୍ଷିତ କରିବା ପାଇଁ ଖଲ୍ଲିକୋଟ ପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ ବୈଠକରେ ଗଂଜାମ ଜିଲ୍ଲା ଯୁବ ବିଜେଡି ସଭାପତି ଭବାନୀ ଶଙ୍କର ସାହୁ ଯୋଗ ଦେଇ ସାଙ୍ଗଠନିକ ସ୍ତିତି ସମ୍ପର୍କରେ ସମୀକ୍ଷା କରିଥିଲେ l ଉକ୍ତ ବୈଠକ ରେ ସ୍ଥାନୀୟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ବ୍ଲକ ଅଧକ୍ଷ ଦୈତାରୀ ବେହେରା ଜିଲ୍ଲା ଯୁବ ବିଜେଡି ଉପ ସଭାପତି ନାରାୟଣ ପାଢ଼ୀ, ସମ୍ପାଦକ ଚିତ୍ତରଞ୍ଜନ ମଝି ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ଭିକାରି ଚରଣ ପଣ୍ଡି ବ୍ଲକ ଯୁବ ସଭାପତି ଦୟାନିଧି ସାହୁ ଓ ପୁରୁଷୋତ୍ତମପୁର ବ୍ଲକ ଯୁବ ବିଜେଡି ସଭାପତି ନୀଳ ପଣ୍ଡା ଓ ଏନଏସି ଯୁବ ସଭାପତି ମନୋଜ ଗୌଡ଼ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l





