ନର୍ଲା ପୋଲିସର ପ୍ରେସମିଟ୍: ୫ ବାଇକ ଚୋର କୋର୍ଟ ଚାଲାଣ, ୫ ବାଇକ ଜବତ

ନର୍ଲା ଅଞ୍ଚଳରେ ସଂଘଟିତ ୩୩ ଗୋଟି ଚୋରୀ, ଡକାୟତିରେ ୨ ଚୋର ସାମିଲ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଅଞ୍ଚଳରେ ଦିନକୁ ଦିନ ଚୋରୀ, ଡକାୟତି ଭଳି ଘଟଣା ବଢି ବଢି ଚାଲିଥିବା ବେଳେ ଏହା ନର୍ଲା ପୋଲିସର ମୁଣ୍ଡ ବ୍ୟଥାର କାରଣ ସାଜିଛି । ବିଶେଷ କରି ଗତ କେଇ ମାସ ହେଲା ବିଭିନ୍ନ ଜନ ଗହଳି ସ୍ଥାନରୁ ବାଇକ ଚୋରୀ ହେବା ସାଧାରଣ ଘଟଣାରେ ପରିଣତ ହୋଇଗଲାଣି । ହେଲେ ନର୍ଲା ପୋଲିସ୍ ବାଇକ ଚୋରଙ୍କ ସୁରାକ ପାଇବା ପରେ ଗତ ସପ୍ତାହରୁ ଆରମ୍ଭ କରିଥିଲା ଅପରେସନ । କେସିଙ୍କା ଅଞ୍ଚଳରୁ ୫ ଗୋଟି ଚୋରୀ ବାଇକ ଉଦ୍ଧାର କରିବା ସହିତ ୫ ଜଣ ବାଇକ ଚୋରକୁ ବୁଧବାର ସଂଧ୍ୟା ୫ ଘଣ୍ଟା ସମୟରେ କୋର୍ଟ ଚାଲାଣ କରିଛି ନର୍ଲା ପୋଲିସ୍ । ସେମାନେ ହେଲେ କେସିଙ୍ଗା କର୍ଲାପଡାର ଅଭି ବାଗ(୨୧), କେସିଙ୍ଗା ଗୌରୀଶଙ୍କର ମନ୍ଦିର ପଡାର ଦୀପୁ ନାଏକ (ମାସା)(୧୯), କେସିଙ୍ଗା ଦୁର୍ଗା ମଣ୍ଡପ ପଡାର ଲିଙ୍ଗରାଜ ସୁନା(୨୧), କେସିଙ୍ଗା ତାନା ଅଧିନସ୍ଥ ନର୍ଲା ବ୍ଲକ କୁଟେନ ଗ୍ରାମର ରୋମାଞ୍ଚଳ ସାହୁ(୨୫), ଓ ରୁପ୍ରା ଶିବମନ୍ଦିର ପଡାର ପିତାମ୍ବର ମେହେର (ବବ୍ଲୁ)(୩୨) ରହିଥିବା ବେଲେ ନର୍ଲା ଅଞ୍ଚଳରେ ବିଗତ କେଇ ମାସ ମଧ୍ୟରେ ସଙ୍ଘଟିତ ହୋଇଥିବା ୩୨ ଗୋଟି ଚୋରୀ, ଡକାୟତି ଓ ରାହାଜାନୀ କେସରେ ଲିଙ୍ଗରାଜ ସୁନା ଓ ରୋମାଞ୍ଚଲ ସାହୁ ସାମିଲ ରହିଥିବା ସେମାନେ ତାଙ୍କ ବୟାନରେ ପ୍ରକାଶ କରିଥିବା ନର୍ଲା ଥାନାଧିକାରୀ ଶ୍ରୀ ମେହେର ସୂଚନା ଦେଇଛନ୍ତି । ଗତ ତା.୫/୬/୨୦୨୩ ରେ ସିନାଙ୍ଗଭଟାର ନରେଶ ଜୁଏଡ ଲାଞ୍ଜିଗଡରୋଡରୁ ତାଙ୍କ ଆପାଚି ବାଇକ ନଂ-ଓଡି-୦୮କୁ୍ୟ-୨୧୯୫ ଗାଡି ଚୋରୀ ହୋଇଯାଇଥିବା ନେଇ ନର୍ଲା ଥାନାରେ ଏକ ଏତେଲା ଦାଏର କରିଥିଲେ । ଏହାର କେଇଦିନ ପରେ ଉକ୍ତ ଚୋରୀ ଗାଡି ଆପାଚି ଧରି ରୋମାଞ୍ଚଳ ବୁଲାବୁଲି କରୁଥିବା ନେଇ ନର୍ଲା ପୋଲିସ ଖବର ପାଇବା ପରେ ନର୍ଲା ଆଇଆଇସି ଗଙ୍ଗାଧର ମେହେର ଙ୍କ ନେତୃତ୍ୱରେ ନର୍ଲା ପୋଲିସ ଟିମ୍ ରୋମାଞ୍ଚଳକୁ ତାଙ୍କଘର କୁଟେନରୁ ଉଠାଇ ଆଣିଥିଲା ନର୍ଲା ପୋଲିସ୍ । ଏହାପରେ ଗୋଟି ଗୋଟି କରି ସମସ୍ତ ବାଇକ ଚୋରଙ୍କ ନାମ ପ୍ରକାଶ କରିଥିଲା ରୋମାଞ୍ଚଳ। କୌଶଳ କ୍ରମେ ମଙ୍ଗଳବାର ରାତିରେ ଗୋଟି ଗୋଟି କରି ସମସ୍ତ ବାଇକ ଚୋରଙ୍କୁ ସେମାନଙ୍କ ଘରୁ ଉଠାଇ ଆଣିବା ସହ ଚୋରୀ ବାଇକ ଗୁଡିକ ମଧ୍ୟ ଉଦ୍ଧାର କରିଛି ନର୍ଲା ପୋଲିସ୍ । ବିଶେଷ କରି ନର୍ଲା ଅଞ୍ଚଳରେ ହୋଇଥିବା ୩୩ ଗୋଟି ଚୋରୀ, ଡାକାୟତୀ, ବାଇକ ଡିକିରୁ ଟଙ୍କା ଚୋରୀ ଭଳି ଘଟଣାରେ ଲିଙ୍ଗରାଜ ସୁନା ଓ ରୋମାଞ୍ଚଳ ସାମିଲ ରହୁଥିବା ନର୍ଲା ପୋଲିସ୍ ଆଇଆଇସି ଏକ ପ୍ରେସମିଟ ଜରିଆରେ ସୂଚନା ଦେଇଛନ୍ତି । କେସ ନଂ-୧୨୩ ରେ ଦଫା ୩୭୯/୪୧୧/୩୪ ଆପିସି ବଳରେ ୫ ଜଣ ବାଇକ ଚୋରଙ୍କୁ ବୁଧବାର ସଂଧ୍ୟା ୫ ଘଣ୍ଟା ସମୟରେ କୋର୍ଟ ଚାଲାଣ କରିଛି ନର୍ଲା ପୋଲିସ୍ । ଦୀର୍ଘ ଦିନ ପରେ ବାଇକ ଚୋରୀ ଭଳି ଏକ ରାକେଟ ଠାବ କରି ଚୋରଙ୍କୁ ଧରିବାରେ ନର୍ଲା ପୋଲିସର ସଫଳତାକୁ ନେଇ ବିଭିନ୍ନ ମହଲରୁ ଭୂୟସି ପ୍ରଶଂସା କରାଯାଉଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.