ସୁବର୍ଣ୍ଣପୁର ଓଡ଼ିଶା ଆଉଟ୍ ସୋର୍ସିଙ୍ଗ କର୍ମଚାରୀ ମହାସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ବିକ୍ଷୋଭ ଓ ଧାରଣା

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଓଡ଼ିଶା ଆଉଟ୍ ସୋର୍ସଙ୍ଗ କର୍ମଚାରୀ ସୁବର୍ଣ୍ଣପୁର ଶାଖା ତରଫରୁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଉଟ୍ ସୋରସିଙ୍ଗ କର୍ମଚାରୀ ଧାରଣାରେ ବସିଥିବା ବେଳେ ୧୨ଦଫା ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ଓଡିଶା ସରକାରଙ୍କୁ ପ୍ରଦାନ କରିଛନ୍ତି। ଆଜି ସୁବର୍ଣ୍ଣପୁର ଜିଲ୍ଲା ଓ ବ୍ଲକ ସ୍ତରରେରେ ଓଡ଼ିଶା ସରକାରଙ୍କ ଅଧୀନରେ ବିଭିନ୍ନ କାର୍ଯ୍ୟାଳୟରେ କାମ କରୁଥିବା ଠିକା କର୍ମଚାରୀଙ୍କୁ ଓଡିଶା ସରକାର ସ୍ଥାୟୀ ଭାବରେ ନିଯୁକ୍ତି ଦାବିରେ ସଂଘ ସଭାପତି ନରହରି ମହାପାତ୍ର ଓ ସମ୍ପାଦକ ବିକାଶ ସାହୁଙ୍କ ନେତୃତ୍ୱରେ ଓଡିଶା ସରକାରଙ୍କ ଅଧୀନରେ ଥିବା ଜିଲ୍ଲାର ପ୍ରାୟ ୩୦୦ଜଣ ଆଉଟ୍ ସୋରସିଙ୍ଗ୍ କର୍ମଚାରୀ ସୁରେଶ୍ଵରୀ ମନ୍ଦିରରୁ ଏକ ବିଶାଳ ରାଲିରେ ବାହାରି ସୁବର୍ଣ୍ଣପୁର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସ୍ଥାୟୀ ନିଯୁକ୍ତି ଦାବି କରି ନାରାବାଜି କରିବା ସହ ଧାରଣା ରେ ବସିଥିଲେ। ଏହାକୁ ଟ୍ରେଡ ୟୁନୀୟନ୍ ମଧ୍ୟ ସମର୍ଥନ କରିଥିବା ଗୋବିନ୍ଦ ମହାରଣା ଗଣମାଧ୍ୟମରେ ପ୍ରକାଶ କରିଥିଲେ। ଶେଷରେ ତ୍ରିଲୋଚନ ବାରିକ ଧନ୍ୟବାଦ୍ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.