ନିମ୍ନମାନର ଉନ୍ନୟନମୂଳକ କାର୍ଯ୍ୟକୁ ବିଜେପିର ବିରୋଧ; ସାମ୍ବାଦିକ ସମ୍ମିଳନୀରେ ଖୁଲାସା କଲେ ବିଜେପି ନେତୃବୃନ୍ଦ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଗଂଜାମ ଜିଲ୍ଲା ଅନ୍ତର୍ଗତ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀରେ ଚାଲିଥିବା ସମସ୍ତ ଉନ୍ନୟନ କାର୍ଯ୍ୟ ଅତ୍ୟଧିକ ପିସି କାରବାର ଓ ବିଭାଗୀୟ ଯନ୍ତ୍ରୀ ଏବଂ ବିଧାୟିକାଙ୍କ ମିଲିଭଗତ ଯୋଗୁ ନିମ୍ନମାନର ହେଉଥିବା ନେଇ କୋଦାଳ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ବିଜେପି ନେତାମାନେ ଅଭିଯୋଗ କରିଛନ୍ତି। ଶନିବାର ଦିନ କୋଦଳା ଏନଏସି କାର୍ଯ୍ୟାଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା କବିସୂର୍ଯ୍ୟନଗର ବିଧାୟକ ପ୍ରାର୍ଥୀ ରଞ୍ଜନ ପଲାଇ, କୋଦଳା ଏନଏସି ଅଧକ୍ଷ ସୂର୍ଯ୍ୟ ନାୟକ, ଉପାଧ୍ୟକ୍ଷା ରଂଜିତା ସେଠି, ଏନଏସି କାଉନସିଲର ତଥା କୋଦଳା ବିଜେପି ମଣ୍ଡଳ ସଭାପତି ମଧୁସୂଦନ ଜେନା, କାଉନସିଲର ଗୀତାଞ୍ଜଳି ମିଶ୍ର, ଅଂଶୁ ବେହେରା ପ୍ରମୁଖ ଯୋଗ ଦେଇ ୭ କୋଟି ଟଙ୍କା ବ୍ୟୟରେ ନିର୍ମିତ କାର୍ଯ୍ୟଟି ଅତ୍ୟନ୍ତ ନିମ୍ନ ମାନର କରାଯାଇଛି। ଉଦ୍ଘାଟନ ପୂର୍ବରୁ ଷ୍ଟାଡିଅମର ବହୁ ଅଂଶ ଭାଙ୍ଗି ନଷ୍ଟ ହୋଇଥିବା ବେଳେ ସାମାନ୍ୟ ବର୍ଷା ରେ ଛାତରୁ ପାଣି ଗଳୁଛି ଓ ଷ୍ଟାଡିଅମର ସମ୍ମୁଖ ଭାଗ ଭାଙ୍ଗି ପଡିବା ସହ ପାଚେରୀ ମଧ୍ୟ ଭାଙ୍ଗି ପଡିଛି ବୋଲି ବିଜେପି ନେତା ଶ୍ରୀ ପଲାଇ ଅଭିଯୋଗ କରିବା ସହ ନିର୍ବାଚନମଣ୍ଡଳୀର ସମସ୍ତ ୫ଟି ସ୍କୁଲ ରାସ୍ତାଘାଟ ଓ ପେଭାର କାମ ସବୁ ନିମ୍ନ ମାନର ହୋଇଛି, ମାତ୍ରାଧିକ୍ୟ ପିସି କାରବାର ଯୋଗୁ ଠିକାଦାର ମାନେ ନିମ୍ନମାନର କାମ କରୁଛନ୍ତି। ବିଧାୟିକା ଓ ବିଭାଗୀୟ ଯନ୍ତ୍ରୀମାନଙ୍କ ସମ୍ପର୍କୀୟମାନେ କାମରେ ଟେଂଡର ଧରି କାମ କରି ଉନ୍ନୟନ କାମ ଗୁଡ଼ିକରୁ ହରିଲୁଟ କରୁଥିବା ବିଜେପି ନେତାମାନେ ଗୁରୁତର ଅଭିଯୋଗ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ଉପସ୍ଥାପନ କରିଥିଲେ। ଷ୍ଟାଡିଅମଟିର ନିମ୍ନ ମାନର କାମ ଯୋଗୁ ବିପଦସଂଙ୍କୁଳ ହେବାକୁ ବସିଲାଣି ବୋଲି ଅଭିଯୋଗ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ବିଜେପି ନେତାମାନେ ଦାବି କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.