ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ତୃଣମୂଳ ସ୍ତରରୁ ସଂଗଠନକୁ ସୁଦୃଢ କରିବାପାଇଁ ପ୍ରୟାସ ଜାରି ରଖିଛି ନର୍ଲା ବ୍ଲକ ଆଦିବାସୀ ସଂଘ । ଏହି କ୍ରମରେ ନର୍ଲା ବ୍ଲକ ଅନ୍ତର୍ଗତ ଗାଡେବନ୍ଧ ଗ୍ରାମପଞ୍ଚାୟତ ଠାରେ ପଞ୍ଚାୟତ ସ୍ତରୀୟ ନୂତନ ଆଦିବାସୀ ସଂଘ ଗଠିତ ହୋଇ ଯାଇଛି । ବୈଠକରେ ଆଦିବାସୀ ସଂଘର ସଭାପତି ତଥା ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ସମ୍ପାଦକ ଲକ୍ଷଣ ଭୋଇ, ନର୍ଲା ବ୍ଳକ ଆଦିବାସୀ ସଂଘ ସମ୍ପାଦକ ମାୟାଧର ମାଝୀ ଓ ଆଦିବାସୀ ସଂଘର ସମସ୍ତ ସଦସ୍ୟମାନେ ଯୋଗ ଦେଇଥିଲେ । ଏହି ଅବସରରେ ଗାଡେବନ୍ଧ ପଞ୍ଚାୟତର ନୂତନ ଆଦିବାସୀ ସଂଘ ଗଠନ ହୋଇଥିଲା । ଏଥିରେ ସଭାପତି ଭାବେ ଡିଙ୍ଗର ମୁଣ୍ଡା, ଉପସଭାପତି ଭାବରେ ପୁରୁନ୍ଦର ମାଝୀ, ସାଧାରଣ ସମ୍ପାଦକ ଭାବେ ଜିରା ମାଝୀ, ସହ ସମ୍ପାଦକ ଭାବେ ଲୋକନାଥ ମାଝୀ ଏବଂ କୋଷାଧ୍ୟକ୍ଷ ଭାବେ କେତନ ମାଝୀ ମନୋନୀତ ହୋଇଛନ୍ତି । ନୂତନ ଭାବେ ମନୋନୀତ ହୋଇଥିବା କାର୍ଯ୍ୟକର୍ତ୍ତାମାନେ ସଂଘିୟ ଭାବଧାରା ଅନୁକ୍ରମେ କାର୍ଯ୍ୟକରି ଆଗାମୀ ଦିନରେ ସଂଘକୁ ଅଧିକ ସୁଦୃଢ କରିବେ ବୋଲି ମତପ୍ରକାଶ କରିଛନ୍ତି ।