ବିଦ୍ୟୁତ କାଟ ନେଇ ସିପିିଆଇଏମର ଆନ୍ଦୋଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ସହରାଞ୍ଚଳରୁ ଆରମ୍ଭ କରି ଗ୍ରାମାଞ୍ଚଳ ସବୁଠାରେ ବିଦ୍ୟୁତ୍ କାଟ ହେଉଛି l ଘନ ଘନ ବିଦ୍ୟୁତ୍ କାଟକୁ ନେଇ ସାଧାରଣ ଜନତା ଅତିଷ୍ଠ ହୋଇ ପଡିଲେଣି l ଏ ନେଇ ସବୁଠି ବିରୋଧ ହେଉଛି l ଆଜି ସିପିଆଇ(ଏମ) ଜିଲ୍ଲା କମିଟି ତରଫରୁ ବିଦ୍ୟୁତ୍ ଅଫିସ ଆଗରେ ଆନ୍ଦୋଳନ କରାଯାଇଛି l ପ୍ରଥମେ ମ.ରାମପୁର ତହସିଲ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ତହସିଲଦାର ଏବଂ ପରେ ବିଦ୍ୟୁତ୍ ବିଭାଗ ଯନ୍ତ୍ରୀଙ୍କୁ ଏକ ଏକ ଦାବି ପତ୍ର ପ୍ରଦାନ କରାଯାଇଛି l ଏଥିରେ ବିଦ୍ୟୁତ କାଟ ବନ୍ଦ କରିବା, ମାସିକ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ୍ ବିଲ ଛାଡ କରିବା, କମ୍ପାନୀ ବକେୟା ବିଦ୍ୟୁତ୍ ବିଲ ଜୋର ଜବରଦସ୍ତ ଆଦାୟ କରିବା ବନ୍ଦ କରିବା ସହିତ ନିରବଚ୍ଛିନ୍ନ ଗୁଣାତ୍ମକ ବିଦ୍ୟୁତ ଯୋଗାଣ କରିବା ପାଇଁ ଦାବି କରାଯାଇଛି l ଏହି ଆନ୍ଦୋଳନକୁ ସମ୍ପାଦକ ମଣ୍ଡଳୀ ସଦସ୍ୟ ସତ୍ୟଜିତ ଚାଟାର୍ଜୀ ନେତୃତ୍ୱ ନେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଗଙ୍ଗାଧର ପ୍ରହରାଜ, ଚମରା ବଗର୍ତ୍ତୀ, ନକୁଳ ମାଝୀ, ଦେବଜିତ ଚାଟାର୍ଜୀ, ଭଗବାନ ମାଝୀ, ବନିତା ରାଉତ, ବିଶ୍ବମ୍ବର ଡୁଙ୍ଗୁରି ପ୍ରମୁଖ ସାମିଲ ରହିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.