ନୂତନ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ପ୍ରାଥମିକ ଶିକ୍ଷକ ସଂଘର ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଖଲ୍ଲିକୋଟ ବିଇଓ କାର୍ଯ୍ୟାଳୟ ଠାରେ ନୂତନ ଭାବେ ନିଯୁକ୍ତି ପାଇଥିବା ଯୁବ ଗୋଷ୍ଠୀ ଶିକ୍ଷାଧିକାରୀ ସଦ୍ୟସମାନ ପଣ୍ଡାଙ୍କୁ ଖଲ୍ଲିକୋଟ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସଙ୍ଘ ପକ୍ଷରୁ ସଭାପତି ନାଗେଶ୍ୱର ବାରିକ, ସମ୍ପାଦକ ସୁରେନ୍ଦ୍ର ବେହେରା, ଉପସଭାପତି ପ୍ରଦ୍ୟୁମ୍ନ କୁମାର ଦଳବେହରା, ପ୍ରଶାନ୍ତ ଦାସ, କୋଷାଧ୍ୟକ୍ଷ ସନ୍ତୋଷ ମଲ୍ଲିକ, ଚିନ୍ତାମଣି ଦାସଙ୍କ ସମେତ ବରିଷ୍ଠ ଉପଦେଷ୍ଟା ମଣ୍ଡଳୀ କ୍ଷୀତୀଶ ଚନ୍ଦ୍ର ଦାସ ଓ ପ୍ରଦୀପ କୁମାର ଆଚାର୍ଯ୍ୟ, ମଧୁ ଚରଣ ସେଠି, ଇନ୍ଦ୍ରମଣି ପ୍ରଧାନ ଉପସ୍ଥିତ ଥିଲେ। ଦୀର୍ଘଦିନର ପ୍ରତୀକ୍ଷା ପରେ ଜଣେ ସ୍ଥାୟୀ ଗୋଷ୍ଠୀ ଶିକ୍ଷାଧିକାରୀ ନିଯୁକ୍ତି ପାଇଥିବାରୁ ସଙ୍ଘ ପକ୍ଷରୁ ସରକାରଙ୍କୁ କୃତଜ୍ଞତା ପ୍ରକାଶ କରାଯାଇଥିଲା। ଉପଦେଷ୍ଟା ଓ ପ୍ରତିନିଧି ମଣ୍ଡଳୀ ଶିକ୍ଷକମାନଙ୍କ ଅନେକ ଅସମାହିତ ସମସ୍ୟା ଉପରେ ଆଲୋଚନା କରିଥିଲେ।ନୂତନ ବିଇଓ ବକ୍ତବ୍ୟରେ ସମସ୍ତ ଶିକ୍ଷକ ସମାଜର ସହଯୋଗ ଓ କର୍ମ ତତ୍ପରତା ଉପରେ ଗୁରୁତ୍ୱ ଦେଇଥିଲେ। ସମସ୍ତ ସମସ୍ୟାଗୁଡିକୁ ଖୁବଶୀଘ୍ର ଚିହ୍ନଟ କରି ଅଗ୍ରାଧିକାର ଭିତ୍ତିରେ ପଦକ୍ଷେପ ନିଆଯିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.